କାର୍ଯ୍ୟାଳୟରେ ରଖନ୍ତୁ ସନ୍ତୁଳନ
ଆଜିକାଲିର ଡିମାଣ୍ଡିଂ ଓ୍ୱାର୍କପ୍ଲେସ୍ ପାଇଁ ଲୋକଙ୍କର ଷ୍ଟ୍ରେସ୍ ବଢିଚାଲିଛି । ଏହି ଷ୍ଟ୍ରେସ୍ କାରଣରୁ ଅଫିସ୍ର ବାତାବରଣ ମଧ୍ୟ ବିଗୁଡୁଛି । ଏହି ଓ୍ୱାର୍କ ଲାଇଫ୍ ଷ୍ଟ୍ରେସ୍ ଆମର ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଉଛି । ତେଣୁ ଓ୍ୱାର୍କପ୍ଲେସ୍ରେ ମେଣ୍ଟାଲ୍ ହେଲ୍ଥର ଖୁବ ଧ୍ୟାନ ରଖିବାର ଆବଶ୍ୟକତା ରହିଛି । ଏଭଳି କିଛି ଟ୍ରିକ୍ ରହିଛି ଯାହାକୁ ଅନୁସରଣ କରି ଆମେ ଓ୍ୱାର୍କ ଲାଇଫକୁ ବାଲାନ୍ସ କରିପାରିବା । ଯେଉଁଠି କାମ କରୁଛନ୍ତି ସେଠାରେ […]
ଆଜିକାଲିର ଡିମାଣ୍ଡିଂ ଓ୍ୱାର୍କପ୍ଲେସ୍ ପାଇଁ ଲୋକଙ୍କର ଷ୍ଟ୍ରେସ୍ ବଢିଚାଲିଛି । ଏହି ଷ୍ଟ୍ରେସ୍ କାରଣରୁ ଅଫିସ୍ର ବାତାବରଣ ମଧ୍ୟ ବିଗୁଡୁଛି । ଏହି ଓ୍ୱାର୍କ ଲାଇଫ୍ ଷ୍ଟ୍ରେସ୍ ଆମର ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଉଛି । ତେଣୁ ଓ୍ୱାର୍କପ୍ଲେସ୍ରେ ମେଣ୍ଟାଲ୍ ହେଲ୍ଥର ଖୁବ ଧ୍ୟାନ ରଖିବାର ଆବଶ୍ୟକତା ରହିଛି । ଏଭଳି କିଛି ଟ୍ରିକ୍ ରହିଛି ଯାହାକୁ ଅନୁସରଣ କରି ଆମେ ଓ୍ୱାର୍କ ଲାଇଫକୁ ବାଲାନ୍ସ କରିପାରିବା । ଯେଉଁଠି କାମ କରୁଛନ୍ତି ସେଠାରେ ଏକ ସକରାତ୍ମକ ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରନ୍ତୁ । ଏଥିପାଇଁ ସୋସିଆଲ ନେଟଓ୍ୱାର୍କକୁ ଷ୍ଟ୍ରଙ୍ଗ୍ କରନ୍ତୁ । ନିଜ ସହକର୍ମୀଙ୍କ ସହିତ ଭଲ ରିଲେସନ୍ ଡେଭଲପ୍ କରନ୍ତୁ । ଏହାଦ୍ୱାରା ଟିମ୍ ବଣ୍ଡିଂ ଭଲ ଭାବେ ହୋଇଥାଏ ଏବଂ କାମର ପ୍ରେସର କମିଥାଏ । ସେହିଭଳି ସବୁବେଳେ ଚେଷ୍ଟା କରନ୍ତୁ ନିଜ ମୁଣ୍ଡକୁ ଥଣ୍ଡା ରଖିବା ପାଇଁ । ତେଣୁ କାମ କରିବା ସମୟରେ ଛୋଟଛୋଟ ବ୍ରେକ ନିଅନ୍ତୁ । ଏହା ଦ୍ୱାରା ଆପଣଙ୍କର କାମ କରିବାକୁ ଇଚ୍ଛା ହେବାସହ ଉପାଦେୟତା ମଧ୍ୟ ବଢିବ । ଏହି ବ୍ରେକରେ ଆପଣ ଚା କଫି ପି ପାରିବେ, କିମ୍ବା ସାଙ୍ଗଙ୍କ ସହିତ କୌଣସି ଗ୍ରୁପ୍ ଡିସ୍କସନ୍ ମଧ୍ୟ କରିପାରିବେ । ଏହା ପ୍ରଡକଫିଭିଟି ବଢାଇଥାଏ । ସବୁବେଳେ ନିଜର ସଫଳତାକୁ ସେଲିବ୍ରେଟ୍ କରନ୍ତୁ, ଏହା ଦ୍ୱାରା ଆତ୍ମ ବିଶ୍ୱାସ ବଢିବା ସହିତ ଆହୁରି ସଫଳତା ମିଳିବ ।




