କମ୍ପାନୀ ବିକି ବାଣ୍ଟୁଛନ୍ତି ପଇସା
By: Ipsita
ସମ୍ବନ୍ଧିତ ଖବର ବିନା ପ୍ୟାଣ୍ଟରେ ମେଟ୍ରୋ ଯାତ୍ରା
ଜଣେ ବ୍ୟକ୍ତି ବର୍ତ୍ତମାନ ନିଜର କମ୍ପାନୀ ବିକ୍ରି କରି କର୍ମଚାରୀଙ୍କ ଭିତରେ ପଇସା ବାଣ୍ଟୁଥିବାର ନଜର ଆସିଛି । ଆମେରୀକିୟ ବ୍ୟବସାୟୀ ଗ୍ରାହମ ୱାକର ନିଜ କମ୍ପାନୀ ବିକ୍ରି କରି ୨ହଜାର କୋଟି ଟଙ୍କା ପାଇଥିଲେ । ଯେଉଁଥିରୁ କିଛି ଅର୍ଥ ୫୪୦ ଜଣ କର୍ମଚାରୀଙ୍କୁ ବାଣ୍ଟିଦେଇଥିବା ଜଣା ପଡିଛି । ସୂଚନା ଅନୁସାରେ ସେ ନିଜ କମ୍ପାନୀକୁ ୧.୭ ବିଲିଅନ ଡଲାର ଦାମରେ ବିକ୍ରି କରିଥିଲେ । ସେହିଭଳି ଏହି ଜିଲ ବେଳେ ଏହା ମଧ୍ୟ ଫାଇନାଲ ହୋଇଥିଲା କି ତାଙ୍କର ଡିଲର ୧୫ ପ୍ରତିଶତ କର୍ମଚାରୀଙ୍କୁ ଦିଆଯିବ । ତାଙ୍କ କମ୍ପାନୀରେ ଘଟିଥିବା ଅନେକ ସମସ୍ୟାବେଳେ ଏହି କର୍ମଚାରୀମାନେ ତାଙ୍କ ସହିତ ଛିଡା ହୋଇଥିଲେ । ତେଣୁ ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣା ପଡିଛି । ଏଥିରେ ତାଙ୍କ କର୍ମଚାରୀ ତାଙ୍କୁ ଖୁବ ସାଧୁବାଦ ଜଣାଇଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ମଧ୍ୟ ଏହି ଘଟଣାର ଅନେକ ପ୍ରଂଶସା ହେଉଥିବା ନଜରକୁ ଆସିଛି ।
ସମ୍ବନ୍ଧିତ ଖବର ମାଙ୍କଡର ଦାମ ୨୫ ଲକ୍ଷ
Tags:
Related Posts



