କମୁଛି ଡାକର କାୟା – ୧

ମନି ଅର୍ଡର ଆଜିକାଲି ପଇସା ପଠାଇବା ପାଇଁ ଫୋନ୍ ପେ, ଗୁଗୁଲ ପେ ଭଳି ସର୍ଭିସକୁ ବ୍ୟବହାର କରାଯାଉଛି । ଯେଉଁ କାରଣରୁ ଖୁବ ସହଜରେ ଗୋଟିଏ କ୍ଲିକରେ ପଇସା ଅନ୍ୟପାଖରେ ପହଞ୍ଚିଯାଉଛି । ହେଲେ ସେତେବେଳେ ପଇସା ପଠାଇବା ପାଇଁ ଲୋକମାନେ ଡାକବିଭାଗର ମନିଅର୍ଡର ଉପରେ ନିର୍ଭର କରୁଥିଲେ । ଏହି ବ୍ୟବସ୍ଥାର ନାଁ ଥିଲା ଟେଲିଗ୍ରାଫିକ ମନି ଅର୍ଡର । ଏହାକୁ ଲୋକମାନେ ସେତେବେଳେ ଅତି ଦରକାର ସମୟରେ ପଇସା ପଠାଇବା ପାଇଁ ବ୍ୟବହାର […]

କମୁଛି ଡାକର କାୟା –  ୧
Samaya Live Picture
Published On

ମନି ଅର୍ଡର

ଆଜିକାଲି ପଇସା ପଠାଇବା ପାଇଁ ଫୋନ୍ ପେ, ଗୁଗୁଲ ପେ ଭଳି ସର୍ଭିସକୁ ବ୍ୟବହାର କରାଯାଉଛି । ଯେଉଁ କାରଣରୁ ଖୁବ ସହଜରେ ଗୋଟିଏ କ୍ଲିକରେ ପଇସା ଅନ୍ୟପାଖରେ ପହଞ୍ଚିଯାଉଛି । ହେଲେ ସେତେବେଳେ ପଇସା ପଠାଇବା ପାଇଁ ଲୋକମାନେ ଡାକବିଭାଗର ମନିଅର୍ଡର ଉପରେ ନିର୍ଭର କରୁଥିଲେ । ଏହି ବ୍ୟବସ୍ଥାର ନାଁ ଥିଲା ଟେଲିଗ୍ରାଫିକ ମନି ଅର୍ଡର । ଏହାକୁ ଲୋକମାନେ ସେତେବେଳେ ଅତି ଦରକାର ସମୟରେ ପଇସା ପଠାଇବା ପାଇଁ ବ୍ୟବହାର କରୁଥିଲେ । ଏହା ଜରିଆରେ ଖୁବ ଶୀଘ୍ର ପଇସା ପଠାଇ ହେଉଥିଲା । କିଛି ସମୟ ପରେ ଏହାକୁ ଡିଜିଟାଲ କରଣ ମଧ୍ୟ କରାଯାଇଥିଲା । ଏହାକୁ ପଠାଇବାକୁ ହେଲେ ଗ୍ରାହକଙ୍କୁ ଏହି ସେବା ପ୍ରଦାନ କରୁଥିବା ପୋଷ୍ଟ ଅଫିସକୁ ଯିବାକୁ ହୋଇଥାଏ । ସେଠାରେ ଏକ ଫର୍ମ ପୂରଣ କରିବାକୁ ହୋଇଥାଏ ଏବଂ ଦେୟ ପୈଠ କରିବାକୁ ହୁଏ । ଏହାପରେ ଗୋଟିଏ କିମ୍ବା ସେହି ଦିନ ପଇସା ଠିକଣା ସ୍ଥାନରେ ପହଞ୍ଚିଯାଇଥାଏ । ତେବେ ଏହି ସେବା ୨୦୧୦ରେ ଡାକ ବିଭାଗ ପକ୍ଷରୁ ବନ୍ଦ କରାଯାଇଥିଲା । ଲୋକମାନେ ଆଜି ବି ଏହି ସେବାକୁ ମନେ ପକାଇଥାଆନ୍ତି । ବ୍ୟାଙ୍କ ଓ ଇଣ୍ଟରନେଟ ବ୍ୟବହାର ବଢିବା ପରେ ଏହାକୁ ଲୋକ ଆଉ ବ୍ୟବହାର କରି ନଥିଲେ ଯାହା ଫଳରେ ଏହାକୁ ବନ୍ଦ କରି ଦିଆଯାଇଥିଲା ।

ଫୋନୋଗ୍ରାମ

ଏକଦା ଫୋନୋଗ୍ରାମ ଡାକ ବିଭାଗର ବେଶ୍ ପରିଚିତ ସେବା ଥିଲା । ଏହାକୁ ହଜାରହଜାର ଲୋକ ବ୍ୟବହାର କରୁଥିଲେ । ଏହି ପ୍ରକ୍ରିୟାରେ ପୋଷ୍ଟଅଫିସକୁ ଫୋନ୍ କରି ଗ୍ରାହକ ନିଜର ବାର୍ତ୍ତା କହିଥାଆନ୍ତି, ଯାହାକୁ ପୋଷ୍ଟଅଫିସରେ ଟେଲିଗ୍ରାମକୁ ପରିବର୍ତ୍ତନ କରାଯାଇଥାଏ, ଏବଂ ଠିକଣା ସ୍ଥାନରେ ପହଞ୍ଚାଯାଇଥାଏ । ଏହା ଯେଉଁମାନେ ପୋଷ୍ଟ ଅଫିସ ଆସିପାରନ୍ତି ନାହିଁ ସେମାନଙ୍କ ପାଇଁ ଖୁବ ଉପଯୋଗୀ ହୋଇଥାଏ । ଏଥିପାଇଁ ଗ୍ରାହକଙ୍କୁ ଆବଶ୍ୟକ ଦେୟ ଦେବାକୁ ହୋଇଥାଏ । ହେଲେ ମୋବାଇଲ ଫୋନର ବ୍ୟବହାର ବଢିବା ପରେ ଏହି ସେବାର ଆବଶ୍ୟକତା କମିଲା । ତେଣୁ ୨୦୦୦ ମସିହା ଆରମ୍ଭ ସମୟକୁ ଏହା ଯେପରି ବ୍ୟବହାର ଆଉ ହେଲା ନାହିଁ । ଯାହାଫଳରେ ୨୦୧୩ରେ ଡାକ ବିଭାଗ ପକ୍ଷରୁ ଏହାକୁ ବନ୍ଦ କରି ଦିଆଗଲା । ତେବେ ଏହାକୁ ବ୍ୟବହାର କରିଥିବା ଲୋକ ଏବେ ବି ଏହାକୁ ମନେ ପକାନ୍ତି ।

ଟେଲିପ୍ରିଣ୍ଟର
ଭାରତୀୟ ଡାକ ବିଭାଗର ଆଉଏକ ପରିଚିତ ସେବା ହେଲା ଟେଲିପ୍ରିଣ୍ଟର । ଏହାକୁ ବ୍ୟବହାର କରି ଦୂରସ୍ଥାନକୁ ଇଲେକ୍ଟିକାଲ ସିଗନାଲ ବ୍ୟବହାର କରାଯାଇ ବାର୍ତ୍ତା ପଠା ଯାଉଥିଲା । ଏହାକୁ ପଠାଇବା ପାଇଁ ଗ୍ରାହକଙ୍କୁ ଏକ ମେସିନ୍ ରେ ବାର୍ତ୍ତା ଟାଇପ କରିବାକୁ ହୁଏ । ଏହାପରେ ସିଗନାଲ ସାହାଯ୍ୟରେ ଏହି ବାର୍ତ୍ତା ଠିକଣା ସ୍ଥାନରେ ପହଞ୍ଚି ଯାଇଥାଏ । ଏହାକୁ ସେମାନେ ପ୍ରିଣ୍ଟ ମଧ୍ୟ କରାଇପାରିବେ । ସେତେବେଳେ ଏହି ସେବାର ଖୁବ ଚାହିଦା ଥିଲା । ୧୯୬୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଏହାର ଖୁବ ଅଧିକ ବ୍ୟବହାର କରାଯାଇଛି । ଏହାକୁ ବିଶେଷଭାବେ ବ୍ୟାଙ୍କ, ରେଲୱେ, ଗଣମାଧ୍ୟମ ସଂସ୍ଥା, ଆର୍ମି ଅଫିସ୍ ଆଦିରେ ଖୁବ ବ୍ୟବହାର କରାଯାଉଥିଲା । ହେଲେ ଇମେଲ୍ ଓ ଇଣ୍ଟରନେଟ ଆସିବା ପରେ ଏହାର ବ୍ୟବହାର କମିଲା । ଲୋକମାନେ ଇମେଲ୍ ଓ ମୋବାଇଲ ମେସେଜ ମାଧ୍ୟମରେ ଏହି କାର୍ଯ୍ୟକୁ ଆହୁରି ସହଜରେ କରିବାକୁ ଲାଗିଲେ । ତେଣୁ ଡାକବିଭାଗ ପକ୍ଷରୁ ଏହାକୁ ବନ୍ଦ କରି ଦିଆଗଲା ।

Tags: