କଫିର ନକାରାତ୍ମକ ପ୍ରଭାବ

କଫି ସମସ୍ତଙ୍କୁ ଭଲ ଲାଗିଥାଏ, କିଛି ଜଣଙ୍କର ବିନା କଫିରେ ସକାଳ ହୋଇ ନଥାଏ । ହେଲେ ପାଟିକୁ ଭଲ ଲାଗୁଥିବା ଓ ମନକୁ ସତେଜ କରୁଥିବା ଏହି ପାନୀୟର କିନ୍ତୁ ଅନେକ ପାଶ୍ୱର୍ ପ୍ରତିକ୍ରିୟା ରହିଛି । ଆସନ୍ତୁ ଜାଣିବା ଏହି ପାନୀୟର ନକରାତ୍ମକ ପ୍ରଭାବ । – କଫି ଅଧିକ ପିଇବା ଫଳରେ ଇନ୍ସୋମାନିଆ ହେବାର ସମ୍ଭାବନା ଅଧିକ ରହିଥାଏ । ଏହା ଅଧିକ ପିଇଲେ ନିଦ୍ରାହୀନତା ହେବାର ସମ୍ଭାବନା ରହିଥାଏ । ଏଥିରେ […]

କଫିର ନକାରାତ୍ମକ ପ୍ରଭାବ
Samaya Live Picture
Published On


କଫି ସମସ୍ତଙ୍କୁ ଭଲ ଲାଗିଥାଏ, କିଛି ଜଣଙ୍କର ବିନା କଫିରେ ସକାଳ ହୋଇ ନଥାଏ । ହେଲେ ପାଟିକୁ ଭଲ ଲାଗୁଥିବା ଓ ମନକୁ ସତେଜ କରୁଥିବା ଏହି ପାନୀୟର କିନ୍ତୁ ଅନେକ ପାଶ୍ୱର୍ ପ୍ରତିକ୍ରିୟା ରହିଛି । ଆସନ୍ତୁ ଜାଣିବା ଏହି ପାନୀୟର ନକରାତ୍ମକ ପ୍ରଭାବ ।

– କଫି ଅଧିକ ପିଇବା ଫଳରେ ଇନ୍ସୋମାନିଆ ହେବାର ସମ୍ଭାବନା ଅଧିକ ରହିଥାଏ । ଏହା ଅଧିକ ପିଇଲେ ନିଦ୍ରାହୀନତା ହେବାର ସମ୍ଭାବନା ରହିଥାଏ । ଏଥିରେ ଥିବା କ୍ୟାଫେନ୍‌ ଆମର ନିଦ ସାଇକେଲକୁ ବିଶେଷଭାବେ ପ୍ରଭାବିତ କରିଥାଏ । ଶୋଇବା ଆଗରୁ କଫି ପିଇଲେ, ନିଦ ହୋଇନଥାଏ ।
– କଫିର ସବୁଠାରୁ ଅଧିର ପ୍ରଭାବ ଆଙ୍ଗଜାଇଟ୍‌ ଉପରେ ରହିଥାଏ । ଅଧିକ କାଫେନ୍‌ ଆମର ନର୍ଭସ ସିଷ୍ଟମକୁ ପ୍ରଭାବିତ କରିଥାଏ । ଯଦି ଆମର ଆଙ୍ଗଜାଇଟ୍‌ ସମସ୍ୟା ରହିଛି ଏବଂ ଆମେ କଫି ଅଧିକ ପିଉଛେ, ତେବେ ଏହି କାରଣରୁ ଆମ ମନ ବିଚଳିତ ହେବା ସହିତ ଆମକୁ ପାନିକ ଆଟାକ ଆସିବାର ଭୟ ରହିଛି ।
– ସେହିଭଳି କଫିର ପ୍ରଭାବ ଆମର ପାଚନ ତନ୍ତ୍ର ଉପରେ ମଧ୍ୟ ରହିଛି । ଅଧିକ କାଫେନ୍‌ କାରଣରୁ ବଦ ହଜମି ହେବାର ଡର ରହିଥାଏ । ଏହି କାରଣରୁ ଏସିଡ୍‌ ରିଫଲକ୍ସ, ହାର୍ଟ ବର୍ଣ୍ଣ ଓ ଡାଇରିଆ ହେବାର ଡର ରହିଥାଏ । ତେଣୁ ପେଟ ସମସ୍ୟା ଥିଲେ କଫି ଠାରୁ ଦୂରରେ ରୁହନ୍ତୁ ।
– ତେଣୁ ଯଦି ଆପଣଙ୍କର କୌଣସି ଶାରୀରିକ ସମସ୍ୟା ରହିଛି ତେବେ କଫି ଅଧିକ ପିଇବାଠାରୁ ଦୂରରେ ରୁହନ୍ତୁ । ଏହାର ମାତ୍ରା କମ ରଖନ୍ତୁ ।

Tags: