କଥା ଶୁଣି ଲେଖିପାରୁଥିବା ମେସିନ

ଆଜିକାଲି ମେସିନ୍‌ରେ ଅନେକ ପରିବର୍ତ୍ତନ ଆସିଛି । ଗୋଟିଏ କ୍ଲିକ୍‌ରେ ଅନେକ କିଛି କାର୍ଯ୍ୟ ହୋଇ ପାରୁଛି । ସେହିଭଳି ଏକ ମେସିନ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ମେସିନ ଟିକୁ ପ୍ରସ୍ତୁତ କରିଛନ୍ତି କେରଳର ଜଣେ ଛାତ୍ର । ଏହି ମେସିନ୍‌କୁ ଯାହା ବି କମାଣ୍ଡ ଦିଆଯିବ ସେ ତାହା ଶୁଣି ଲେଖିବାରେ ସକ୍ଷମ । ଏଆଇ ଆସିଷ୍ଟରେ ପ୍ରସ୍ତୁତ ହୋଇଥିବା ଏହି ଡିଭାଇସ କଥା କୁହା ଶବ୍ଦ ଶୁଣି […]

କଥା ଶୁଣି ଲେଖିପାରୁଥିବା ମେସିନ
Samaya Live Picture
Published On

ଆଜିକାଲି ମେସିନ୍‌ରେ ଅନେକ ପରିବର୍ତ୍ତନ ଆସିଛି । ଗୋଟିଏ କ୍ଲିକ୍‌ରେ ଅନେକ କିଛି କାର୍ଯ୍ୟ ହୋଇ ପାରୁଛି । ସେହିଭଳି ଏକ ମେସିନ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ମେସିନ ଟିକୁ ପ୍ରସ୍ତୁତ କରିଛନ୍ତି କେରଳର ଜଣେ ଛାତ୍ର । ଏହି ମେସିନ୍‌କୁ ଯାହା ବି କମାଣ୍ଡ ଦିଆଯିବ ସେ ତାହା ଶୁଣି ଲେଖିବାରେ ସକ୍ଷମ । ଏଆଇ ଆସିଷ୍ଟରେ ପ୍ରସ୍ତୁତ ହୋଇଥିବା ଏହି ଡିଭାଇସ କଥା କୁହା ଶବ୍ଦ ଶୁଣି ହାତ ଲେଖା ନୋଟ ପ୍ରସ୍ତୁତ କରିପାରିବ । ଏହା ଏଆଇ ଦ୍ୱାରା ପରିଚାଳିତ ଭଏସ୍‌ ଟୁ ପେନ୍‌ ସିଷ୍ଟମ । ଏହାକୁ ପ୍ରସ୍ତୁତ କରିଥିବା ଛାତ୍ର ଜଣଙ୍କ ଇଲେକେଫ୍ରାନୋକ୍ସ୍‌ ଓ କମ୍ୟୁନିକେସନରେ ସ୍ନାତ୍ତୋକ ଶ୍ରେଣୀରେ ପାଠ ପଢୁଛନ୍ତି । ଛାତ୍ରଙ୍କର ଏଭଳି ଉଦ୍ଭାବନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସହିତ ପ୍ରଶଂସା ସାଉଁଟିବାରେ ଲାଗିଛି । ଏହା ବିଶେଷଭାବେ ଦିବ୍ୟାଙ୍ଗମାନଙ୍କୁ ଖୁବ ସହଯୋଗ କରିବ ବୋଲି ସେ ପ୍ରକାଶ କରିଛନ୍ତି । ଆଗକୁ ସେ ଏଥିରେ ଆହୁରି ପରିବର୍ତ୍ତନ କରି ଆହୁରି ସରଳ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।

Tags: