କଣ କହୁଛି ବକ୍ସ ଅଫିସ
ବିଗତ ତିନିବର୍ଷର ରେକର୍ଡ ଦେଖିଲେ ବକ୍ସ ଅଫିସର ତଥ୍ୟ ମଧ୍ୟ ଏହି ବିଷୟ ସଂକ୍ରାନ୍ତରେ ଅନେକ କିଛି କହୁଛି । ୨୦୨୪ର ରିପୋର୍ଟ ଦେଖିଲେ ସମସ୍ତ ଆଞ୍ଚଳିକ ଫିଲ୍ମଙ୍କର ଆୟ ଖୁବ ଅଧିକ ରହିଛି । ଏପରିକି ଅନେକ ଫିଲ୍ମ ବଲିଉଡର ବଡ ବଡ ପ୍ରୋଜେକ୍ଟର ରେକର୍ଡ କାଟିଥିବା ନଜରକୁ ଆସିଛି । ଯାହା ଦର୍ଶାଇଛି କି ଲୋକମାନେ ଆଞ୍ଚଳିକ ଫିଲ୍ମକୁ ଭଲପାଇବା ଦେଉଛନ୍ତି । ତଥ୍ୟ ଅନୁସାରେ ହିନ୍ଦି ସିନେମାର ବକ୍ସ ଅଫିସ କଲେକସନ୍ ୨୦୨୩ରେ […]
ବିଗତ ତିନିବର୍ଷର ରେକର୍ଡ ଦେଖିଲେ ବକ୍ସ ଅଫିସର ତଥ୍ୟ ମଧ୍ୟ ଏହି ବିଷୟ ସଂକ୍ରାନ୍ତରେ ଅନେକ କିଛି କହୁଛି । ୨୦୨୪ର ରିପୋର୍ଟ ଦେଖିଲେ ସମସ୍ତ ଆଞ୍ଚଳିକ ଫିଲ୍ମଙ୍କର ଆୟ ଖୁବ ଅଧିକ ରହିଛି । ଏପରିକି ଅନେକ ଫିଲ୍ମ ବଲିଉଡର ବଡ ବଡ ପ୍ରୋଜେକ୍ଟର ରେକର୍ଡ କାଟିଥିବା ନଜରକୁ ଆସିଛି । ଯାହା ଦର୍ଶାଇଛି କି ଲୋକମାନେ ଆଞ୍ଚଳିକ ଫିଲ୍ମକୁ ଭଲପାଇବା ଦେଉଛନ୍ତି । ତଥ୍ୟ ଅନୁସାରେ ହିନ୍ଦି ସିନେମାର ବକ୍ସ ଅଫିସ କଲେକସନ୍ ୨୦୨୩ରେ ୪୪ ପ୍ରତିଶତ, ୨୦୨୪ରେ ୪୦ ପ୍ରତିଶତ କମିଛି । ସେହିଭଳି ହିନ୍ଦି ସିନେମାରୁ ଡବିଂ ଫିଲ୍ମ କାଟିଦେଲେ ଏହାର ଆୟ ୩୭ ପ୍ରତିଶତ କମିଥିବା ନଜରକୁ ଆସୁଛି । ୨୦୨୪ରେ ବିଶେଷଭାବେ ସାଉଥ ଫିଲ୍ମ ଗୁଡିକ ହିନ୍ଦି ଫିଲ୍ମର କଲେକସନ୍ ଉପରେ ନକାରାତ୍ମକ ପ୍ରଭାବ ପକାଇଥିବା ଦେଖିବାକୁ ମିଳିଥିଲା । ତେଲୁଗୁ, ତାମିଲ, ମଲାୟଲମ, କନାଡା ଭାଷାର ଫିଲ୍ମ ଗୁଡିକ ବଲିଉଡ ଫିଲ୍ମଠାରୁ ୨୦ ପ୍ରତିଶତ ଅଧିକ ଆୟ କରିଥିବା ଜଣା ପଡିଥିଲା । ସାଉଥ ଇଣ୍ଡିଆର ଫିଲ୍ମ ଇଣ୍ଡଷ୍ଟ୍ରୀ ଯେପରି ବର୍ତ୍ତମାନ ମନୋରଞ୍ଜନ ମାର୍କେଟର ନୂଆ ଲିଡର ଭାବେ ଉଭା ହୋଇଛି ।
ତଥ୍ୟ
_ ତେଲୁଗୁ ଫିଲ୍ମ ୨୦ ପ୍ରତିଶତ ମାର୍କେଟ ସେୟାର (୧,୬୦୦ ରୁ ୧୭୦୦ କୋଟି )
_ ତାମିଲ ଫିଲ୍ମ ୧୫ ପ୍ରତିଶତ (୧୨୦୦ ରୁ ୧୩୦୦ କୋଟି )
_ ମାଲାୟଲମ ଫିଲ୍ମ ୧୦ ପ୍ରତିଶତ ବଢିଛି, ଯାହା ଶହେ କୋଟିରୁ ଅଧିକ ।
_ କାନ୍ନାଡା ଫିଲ୍ମ ମଧ୍ୟ ତାଲିକାରେ ରହିଛି ।
_ ଓଡିଆ ଓ ମରାଠି ଫିଲ୍ମରେ ମଧ୍ୟ ଫିଲ୍ମ ଗୁଡିକ ଆଞ୍ଚଳିକ ସ୍ତରରେ ଖୁବ ଭଲ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି ।




