କଣ୍ଢେଇ ଠାରୁ ଛାଡପତ୍ର
୨୦୧୮ରେ ବ୍ରାଜିଲର ଜଣେ ମହିଳା ଗୋଟିଏ କଣ୍ଢେଇକୁ ବିବାହ କରି ଖୁବ ଚର୍ଚ୍ଚାରେ ରହିଥିଲେ । ତେବେ ଏହି ମହିଳା ଜଣଙ୍କ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ବର୍ତ୍ତମାନ ସେ ସମ୍ପୃକ୍ତ କେଣ୍ଢେଇ ଠାରୁ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ମହିଳା ଜଣଙ୍କ ସେହି କେଣ୍ଢେଇଟିକୁ କେବଳ ବିବାହ କରିଥିଲେ ଏହା ନୁହେଁ ତାଙ୍କ ସହିତ ଆହୁରି ଛୋଟଛୋଟ କଣ୍ଢେଇକୁ ସାମିଲ କରି ଏମାନଙ୍କୁ ନିଜର ପିଲାଭଳି ରଖିଥିଲେ । ତେବେ ଏହି ଛାଡପତ୍ର ପାଇଁ […]
୨୦୧୮ରେ ବ୍ରାଜିଲର ଜଣେ ମହିଳା ଗୋଟିଏ କଣ୍ଢେଇକୁ ବିବାହ କରି ଖୁବ ଚର୍ଚ୍ଚାରେ ରହିଥିଲେ । ତେବେ ଏହି ମହିଳା ଜଣଙ୍କ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ବର୍ତ୍ତମାନ ସେ ସମ୍ପୃକ୍ତ କେଣ୍ଢେଇ ଠାରୁ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ମହିଳା ଜଣଙ୍କ ସେହି କେଣ୍ଢେଇଟିକୁ କେବଳ ବିବାହ କରିଥିଲେ ଏହା ନୁହେଁ ତାଙ୍କ ସହିତ ଆହୁରି ଛୋଟଛୋଟ କଣ୍ଢେଇକୁ ସାମିଲ କରି ଏମାନଙ୍କୁ ନିଜର ପିଲାଭଳି ରଖିଥିଲେ । ତେବେ ଏହି ଛାଡପତ୍ର ପାଇଁ ମହିଳା ଜଣଙ୍କ ଉକ୍ତ କଣ୍ଢେଇକୁ ଦାୟୀ କରିଛନ୍ତି । ମହିଳାଙ୍କ ମତରେ ତାଙ୍କ କଣ୍ଢେଇ ସ୍ୱାମୀ ତାଙ୍କୁ ଧୋକା ଦେଉଛନ୍ତି, ଯେଉଁକାରଣରୁ ସେ ତାଙ୍କ ଠାରୁ ଛାଡପତ୍ର ଚାହୁଁଛନ୍ତି । ତେବେ ଏହି ମହିଳା ଜଣଙ୍କ ଏକ ବିରଳ ରୋଗ ଅବଜେକେଫାଫିଲିଆରେ ପୀଡିତ, ଯେଉଁଥିରେ ଲୋକମାନେ ନିର୍ଜୀବ ବସ୍ତୁ ପ୍ରତି ଆକର୍ଷିତ ହୋଇଥାଆନ୍ତି ।


