କଣ୍ଢେଇର ମଧୁମେହ

ବାର୍ବି କମ୍ପାନୀ ସବୁବେଳେ ତାର କଣ୍ଢେଇ ପାଇଁ ଖୁବ ପରିଚିତ । ବିଭିନ୍ନ ସମୟରେ ତାର ଖୁବ ସୁନ୍ଦର ସୁନ୍ଦର କଣ୍ଢେଇ ସିରିଜ୍‌ ଲଞ୍ଚ କରି ଚର୍ଚ୍ଚାରେ ରହିଥାଏ । ସେହିଭଳି ଏକ କଣ୍ଢେଇ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ସୂଚନା ଅନୁସାରେ ବାର୍ବି ଲଞ୍ଚ କରିଥିବା କଣ୍ଢେଇର ଟାଇପ୍‌ ୧ ମଧୁମେହ ରୋଗ ରହିଛି । ଏହି ଥିମ୍‌ ଅନୁସାରେ ହିଁ କଣ୍ଢେଇର ନିର୍ମାଣ କରାଯାଇଛି । କଣ୍ଢେଇର ହାତରେ ଏକ ବ୍ଲଡ୍‌ ସୁଗାର […]

କଣ୍ଢେଇର ମଧୁମେହ
Samaya Live Picture
Published On

ବାର୍ବି କମ୍ପାନୀ ସବୁବେଳେ ତାର କଣ୍ଢେଇ ପାଇଁ ଖୁବ ପରିଚିତ । ବିଭିନ୍ନ ସମୟରେ ତାର ଖୁବ ସୁନ୍ଦର ସୁନ୍ଦର କଣ୍ଢେଇ ସିରିଜ୍‌ ଲଞ୍ଚ କରି ଚର୍ଚ୍ଚାରେ ରହିଥାଏ । ସେହିଭଳି ଏକ କଣ୍ଢେଇ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ସୂଚନା ଅନୁସାରେ ବାର୍ବି ଲଞ୍ଚ କରିଥିବା କଣ୍ଢେଇର ଟାଇପ୍‌ ୧ ମଧୁମେହ ରୋଗ ରହିଛି । ଏହି ଥିମ୍‌ ଅନୁସାରେ ହିଁ କଣ୍ଢେଇର ନିର୍ମାଣ କରାଯାଇଛି । କଣ୍ଢେଇର ହାତରେ ଏକ ବ୍ଲଡ୍‌ ସୁଗାର ଟେଷ୍ଟ କରିବା ପାଇଁ ମନିଟର ମଧ୍ୟ ରହିଛି । ଏହାସହିତ ଏକ ଇନ୍‌ସୁଲିନ୍‌ ପମ୍ପ ସହିତ କିଛି ଅତି ଜରୁରୀ ଖାଦ୍ୟ ରଖିବାକୁ ଏକ ବ୍ୟାଗ ମଧ୍ୟ ରହିଛି । ଏହି କଣ୍ଢେଇକୁ ମଧୁମେହ ସମ୍ପର୍କରେ ସଚେତନ କରିବାକୁ କମ୍ପାନୀ ପକ୍ଷରୁ ଲଞ୍ଚ କରାଯାଇଥିବା ସୂଚନା ଦିଆଯାଇଛି । ଏହାକୁ ସୋସିଆଲ ମିଡିଆରେ କମ୍ପାନୀ ପକ୍ଷରୁ ଲଞ୍ଚ କରାଯାଇଛି, ଯାହାକୁ ଖୁବ ପ୍ରଶଂସା କରାଯାଉଛି । ୟୁଜର୍ସମାନେ ଏହି କଣ୍ଢେଇଟିକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।

Tags: