ଓପିଏ-୧ ପ୍ରୋଟିନ ନିୟନ୍ତ୍ରଣ କରୁଛି ଚର୍ବିଜାତୀୟ ଖାଦ୍ୟ ଲାଳସା

ଓପିଏ-୧ ପ୍ରୋଟିନ ନିୟନ୍ତ୍ରଣ କରୁଛି ଚର୍ବିଜାତୀୟ ଖାଦ୍ୟ ଲାଳସା
Ipsita Picture
By: Ipsita
Published On

 

ଓସାକା ମେଟ୍ରୋପୋଲିଟାନ୍ ୟୁନିଭର୍ସିଟିର ଗବେଷକମାନେ ଆବିଷ୍କାର କରିଛନ୍ତି ଯେ 'ଓପିଏ-୧'  ନାମକ ଏକ ପ୍ରୋଟିନ୍ ମସ୍ତିଷ୍କର କୋଷଗୁଡ଼ିକୁ ଶକ୍ତି ଯୋଗାଇବାରେ ସାହାଯ୍ୟ କରିବା ସହ ଚର୍ବିଜାତୀୟ ଖାଦ୍ୟ ଖାଇବା ଏବଂ ଓଜନ ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହି ପ୍ରୋଟିନ୍ ମସ୍ତିଷ୍କର ହାଇପୋଥାଲାମସ୍ରେ ଥିବା ଏମ୍ସି୪ଆର୍ ନ୍ୟୁରୋନ୍ସରେ କାର୍ଯ୍ୟ କରି ଭୋକ, ଆହାର ଏବଂ ଶରୀରର ଶକ୍ତି ସନ୍ତୁଳନକୁ ନିୟନ୍ତ୍ରଣ କରିଥାଏ । ମୂଷାମାନଙ୍କ ଉପରେ କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ଏହି ପ୍ରୋଟିନ୍ ନଥିବା ଜିନ୍-ପରିବର୍ତ୍ତିତ ମୂଷାମାନେ ଅଧିକ ଫ୍ୟାଟି ଖାଦ୍ୟ ପସନ୍ଦ କରିବା ସହ ଦ୍ରୁତ ଗତିରେ ମୋଟା ହୋଇଯାଇଥିଲେ । ଏହାର ପ୍ରଭାବ ମାଇ ମୂଷାମାନଙ୍କଠାରେ ଅଧିକ ଦେଖିବାକୁ ମିଳିଥିଲା । 'ଫାସେବ୍ ଜର୍ନାଲ'ରେ ପ୍ରକାଶିତ ଏହି ଅଧ୍ୟୟନ ଅନୁଯାୟୀ ଓପିଏ ୧ ଅଭାବରୁ ମାଇକ୍ରୋକୋଣ୍ଡ୍ରିଆ ନ୍ୟୁରୋନ୍ସକୁ ସଠିକ୍ ଶକ୍ତି ଦେଇପାରେ ନାହିଁ । ଯାହା ଫଳରେ ଖାଦ୍ୟ ନିୟନ୍ତ୍ରଣ କ୍ଷମତା ହ୍ରାସ ପାଇଥାଏ । ତେବେ ଏହି ସନ୍ଧାନ ମେଦବହୁଳତା ଚିକିତ୍ସାର ନୂଆ ବାଟ ଦେଖାଇପାରେ । କିନ୍ତୁ ଏହା କେବଳ ମୂଷାଙ୍କ ଉପରେ ପରୀକ୍ଷିତ ହୋଇଥିବାରୁ ମଣିଷ ଶରୀରରେ ଏହା କିପରି କାମ କରେ ତାହା ସ୍ପଷ୍ଟ ହେବା ପାଇଁ ଅଧିକ ଗବେଷଣା ଆବଶ୍ୟକ ରହିଛି ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ।

Tags: