ଓଜନ କମିଲେ ମିଳୁଛି ବୋନସ

ସାଧାରତଃ ସମସ୍ତେ ପତଳା ରହିବା ପାଇଁ ଚାହିଁ ଥାଆନ୍ତି । ଏଥିପାଇଁ କିଏ ଜିମ୍‌ ଯାଉଥିବାବେଳେ କିଏ ଘରେ ରହି ବ୍ୟାୟାମ କରିଥାଏ । ସବୁବେଳେ ଲୋକମାନେ ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଏକ ପ୍ରେରଣା ଖୋଜି ଥାଆନ୍ତି, ଯାହା ସେମାନଙ୍କୁ ଫିଟ୍‌ ରହିବାକୁ ପ୍ରବର୍ତ୍ତାଇବ । ତେବେ ନିକଟରେ ଚୀନର ଏକ କମ୍ପାନୀରେ ଦେଖିବାକୁ ମିଳିଛି ଅଜବ ପ୍ରକାରର ପ୍ରୋତ୍ସାହନ । ଏଠିକାର ନିୟମ ଅନୁସାରେ ଯେଉଁ କର୍ମଚାରୀଙ୍କୁ ଓଜନ କମାଇବା ପାଇଁ ବୋନସ ପ୍ରଦାନ କରାଯାଉଛି […]

ଓଜନ କମିଲେ ମିଳୁଛି ବୋନସ
Samaya Live Picture
Published On

ସାଧାରତଃ ସମସ୍ତେ ପତଳା ରହିବା ପାଇଁ ଚାହିଁ ଥାଆନ୍ତି । ଏଥିପାଇଁ କିଏ ଜିମ୍‌ ଯାଉଥିବାବେଳେ କିଏ ଘରେ ରହି ବ୍ୟାୟାମ କରିଥାଏ । ସବୁବେଳେ ଲୋକମାନେ ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଏକ ପ୍ରେରଣା ଖୋଜି ଥାଆନ୍ତି, ଯାହା ସେମାନଙ୍କୁ ଫିଟ୍‌ ରହିବାକୁ ପ୍ରବର୍ତ୍ତାଇବ । ତେବେ ନିକଟରେ ଚୀନର ଏକ କମ୍ପାନୀରେ ଦେଖିବାକୁ ମିଳିଛି ଅଜବ ପ୍ରକାରର ପ୍ରୋତ୍ସାହନ । ଏଠିକାର ନିୟମ ଅନୁସାରେ ଯେଉଁ କର୍ମଚାରୀଙ୍କୁ ଓଜନ କମାଇବା ପାଇଁ ବୋନସ ପ୍ରଦାନ କରାଯାଉଛି । ଇନ୍‌ଷ୍ଟା ୩୬୦ କମ୍ପାନୀ ପକ୍ଷରୁ ଅଫିସରେ ଏକ “ମିଲିଅନ୍‌ୟୁଆନ ଓ୍ୱଟ୍‌ ଲସ ଚାଲେଞ୍ଜ’ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି । ଯେଉଁମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେବେ ସେମାନେ ତାଙ୍କର ଓଜନ କମାଇଲେ ତାଙ୍କୁ ବୋନସ ପ୍ରଦାନ କରାଯିବ । ପ୍ରତି ୦.୫ କେଜିର ଓଜନ କମାଇବାକୁ ୫୦୦ୟୁଆନ ବା ୬,୧୦୦ ଟଙ୍କା ପ୍ରଦାନ କରାଯିବ । ତେବେ ଏହି କାର୍ଯ୍ୟକ୍ରମରେ ଭାଗନେଇ ଜଣେ କର୍ମଚାରୀ ୯୦ ଦିନରେ ୨୦ କେଜି କମାଇଛନ୍ତି । ସେ ଏହି ବାବଦକୁ କମ୍ପାନୀ ପାଖରୁ ୨.୪୭ ଲକ୍ଷ ଟଙ୍କା ବୋନସ ପାଇଛନ୍ତି । ୨୦୨୨ ପରଠାରୁ କମ୍ପାନୀ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଲଞ୍ଚ କରାଯାଉଛି, ଯାହା କର୍ମଚାରୀଙ୍କ ଭିତରେ ଫିଟନେସର ସଚେତନତା ବାଣ୍ଟୁଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ତେବେ ଯିଏ ଏହି କାର୍ଯ୍ୟକ୍ରମରେ ଭାଗନେବା ସମୟରେ ଓଜନ ବଢାଇବ ତାକୁ ଜରିମାନା ଦେବାକୁ ହେବ ବୋଲି ନିୟମ ରହିଛି । ଏହି କାର୍ଯ୍ୟକ୍ରମକୁ ବିଶେଷଭାବେ ମେଦବହୁଳତାକୁ କମାଇବାକୁ ଲଞ୍ଚ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

Tags: