ଏ.ପି.ଜେ. ଅବଦୁଲ କଲାମଙ୍କ ତିରୋଧାନ ଦିବସ
ଆଜିର ଦିନ ଭାରତବାସୀଙ୍କ ପାଇଁ ଅତ୍ୟନ୍ତ ଦୁଃଖଦାୟକ ଦିନ । କାହିଁକି ନା ଏହି ଦିନ ଦେଶ ଏହାର ସବୁଠୁ ପ୍ରିୟର ଲୋକଙ୍କୁ ହରାଇଥିଲା । ମିଶାଇଲ୍ ମ୍ୟାନ୍ ଭାବେ ସର୍ବତ୍ର ପରିଚିତ ଭାରତର ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ କଲାମ ଏହି ଦିନ ସମ୍ବରଣ କରିଥିଲେ କରିଥିଲେ । ମହାକାଶ ବିଜ୍ଞାନ ଓ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ ଭାରତର ସର୍ବୋଚ୍ଚ ବେସାମରିକ ପୁରସ୍କାର ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା […]
ଆଜିର ଦିନ ଭାରତବାସୀଙ୍କ ପାଇଁ ଅତ୍ୟନ୍ତ ଦୁଃଖଦାୟକ ଦିନ । କାହିଁକି ନା ଏହି ଦିନ ଦେଶ ଏହାର ସବୁଠୁ ପ୍ରିୟର ଲୋକଙ୍କୁ ହରାଇଥିଲା । ମିଶାଇଲ୍ ମ୍ୟାନ୍ ଭାବେ ସର୍ବତ୍ର ପରିଚିତ ଭାରତର ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ କଲାମ ଏହି ଦିନ ସମ୍ବରଣ କରିଥିଲେ କରିଥିଲେ । ମହାକାଶ ବିଜ୍ଞାନ ଓ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ ଭାରତର ସର୍ବୋଚ୍ଚ ବେସାମରିକ ପୁରସ୍କାର ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା । ଏହାସହିତ ଇନ୍ଦିରା ଗାନ୍ଧୀ ପୁରସ୍କାର, ବୀର ସଭରକର ପୁରସ୍କାର ସମେତ ଏକାଧିକ ବିଶ୍ୱବିଦ୍ୟାଳୟରୁ ସେ ଡକଫରେଟ୍ ଉପାଧି ପାଇଥିଲେ । କଲାମ ଏକାଧିକ ପୁସ୍ତକର ରଚୟିତା ମଧ୍ୟ । ତାଙ୍କ ଦ୍ୱାରା ଲିଖିତ ଇଗନାଇଟେଡ୍ ମାଇଣ୍ଡସ୍ (୨୦୦୨), ୱିଙ୍ଗସ୍ ଅଫ୍ ଫାୟାର୍ (୧୯୯୯, କଲାମ୍ଙ୍କ ଆତ୍ମଜୀବନୀ) ଓ ଇଣ୍ଡିଆ ୨୦୨୦- ଏ ଭିଜନ୍ ଫର୍ ଦି ନୁ୍ୟ ମିଲିନିୟମ୍ ଆଦି ବହି କୋଟି କୋଟି ଜନତାଙ୍କୁ ପ୍ରେରଣା ଯୋଗାଇଛି । ଏହାଛଡା ସେ ମିଶନ୍ ଇଣ୍ଡିଆ, ଇନ୍ସ୍ପାୟରିଂ ଥଟ୍ସ ଭଳି ଅନେକ ବହି ଲେଖିଛନ୍ତି । ତାମିଲନାଡୁର ରାମେଶ୍ୱରମ୍ ଠାରେ କଲାମ ଜନ୍ମଗ୍ରହଣ କରିଥିଲେ । ରାଷ୍ଟ୍ରପତି ହେବା ପୂର୍ବରୁ ସେ ଡିଆର୍ଡିଓ ଏବଂ ଇସ୍ରୋରେ ଅନ୍ତରୀକ୍ଷ ଇଞ୍ଜିନିୟର୍ ଥିଲେ । ବାଲିଷ୍ଟିକ୍ ମିଶାଇଲ୍ ଏବଂ ଲଞ୍ଚ୍ ଭେଇକିଲ୍ ପ୍ରଯୁକ୍ତିବିଦ୍ୟାର ଆବିଷ୍କାର ପାଇଁ ତାଙ୍କୁ ଭାରତର ମିଶାଇଲ୍ ମ୍ୟାନ୍ ଆଖ୍ୟା ଦିଆଯାଇଥିଲା । ପୋଖରାନ୍ ପରମାଣୁ ବୋମା ପରୀକ୍ଷଣରେ ବି ତାଙ୍କର ପ୍ରମୁଖ ଗ୍ରହଣ ରହିଥିଲା । ୨୦୧୫ ମସିହା ଆଜିର ଦିନରେ ଏକ ସଭାରେ ଭାଷଣ ଦେଉଥିବା ସମୟରେ ହୃଦ୍ଘାତ ହେବାରୁ ତାଙ୍କୁ ଶିଲଂସ୍ଥିତ ବେଥନି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ସେଠାରେ ହିଁ ୮୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।




