ଏସିଆର ପାରମ୍ପରିକ ଅଳଙ୍କାର

ଏସିଆର ପାରମ୍ପରିକ ଅଳଙ୍କାର
Ipsita Picture
By: Ipsita
Published On

ଭାରତ

ଭାରତୀୟ ସଂସ୍କୃତିରେ, ବିଶେଷ କରି ବିବାହରେ ସୁନା ଗହଣାର ଗଭୀର ମହତ୍ତ୍ୱ ରହିଛି । କନ୍ୟାମାନେ ପ୍ରାୟତଃ ହାର, କାନଫୁଲ, ଚୁଡ଼ି ଏବଂ ସିନ୍ଥି ସହିତ ଆକର୍ଷଣୀୟ ସୁନା ସେଟ୍ ପିନ୍ଧିଥାନ୍ତି। ଏଗୁଡ଼ିକ କେବଳ ଆଭୂଷଣ ନୁହଁନ୍ତି, ଏଗୁଡ଼ିକ ଧନ, ସମୃଦ୍ଧି ଏବଂ ପରିବାରର ଆଶୀର୍ବାଦର ପ୍ରତୀକଭାବେ ବିବେଚିତ ହୋଇଥାଏ ।  ତେବେ ଏହି ଗହଣା ଗୁଡିକ ବିଭିନ୍ନ ପ୍ରକାରରେ ପ୍ରସ୍ତୁତ ହୋଇଥାଏ । ସେଥିମଧ୍ୟରୁ ଦୁଇଟି ହେଲା କୁନ୍ଦନ ଏବଂ ପୋଲକି ଦୁଇଟି ପ୍ରମୁଖ ଶୈଳୀ । କୁନ୍ଦନରେ ସୁନାରେ କାଚ ପଥର ଖଞ୍ଜାଯାଉଥିବା ବେଳେ ପୋଲକିରେ ଅକଟା ହୀରା ବ୍ୟବହୃତ ହୋଇଥାଏ । ଏହି ଉଭୟ କଳା ସତାବ୍ଦୀ ଶତାବ୍ଦୀ ପୁରୁଣା ଏବଂ ଏଥିପାଇଁ ଅସାଧାରଣ ଦକ୍ଷତା ଆବଶ୍ୟକ। ସେହିଭଳି ମଙ୍ଗଳସୂତ୍ର ହେଉଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଳଙ୍କାର। ବିବାହିତ ହିନ୍ଦୁ ମହିଳାମାନଙ୍କ ଦ୍ୱାରା ପିନ୍ଧାଯାଉଥିବା ଏହି ହାର ଦାମ୍ପତ୍ୟ ବନ୍ଧନର ପ୍ରତୀକ। ଏହାର କଳା ଏବଂ ସୁନେଲି ମାଳିଗୁଡ଼ିକ ଗଭୀର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଅର୍ଥ ବହନ କରନ୍ତି। ଏହି ତାଲିକାରେ ଆହୁରି ଅନେକ ଅଳଙ୍କାର ରହିଛି ।

china

ଚୀନ୍

ଚୀନ୍ ସଂସ୍କୃତିରେ, ଜେଡ୍ (ପବିତ୍ର ସବୁଜ ପଥର) ପବିତ୍ରତା, ସୁରକ୍ଷା ଏବଂ ନୈତିକତାର ପ୍ରତୀକ ଅଟେ । ହଜାର ହଜାର ବର୍ଷ ଧରି, ସବୁ ସାମାଜିକ ବର୍ଗରେ ଜେଡ୍ ଗହଣାକୁ ଅତ୍ୟନ୍ତ ମୂଲ୍ୟବାନ ବୋଲି ବିବେଚନା କରିଥାଆନ୍ତି । ଜେଡ୍ ଚୁଡ଼ି ଏବଂ ଲକେଟ୍ ବିଶେଷ ଭାବରେ ଲୋକପ୍ରିୟ । ଯାହା ପ୍ରାୟତଃ ଗୁରୁତ୍ୱପୂର୍ଣ୍ଣ ଜୀବନ ପ୍ରସଙ୍ଗରେ ଉପହାର ଭାବରେ ଦିଆଯାଇଥାଏ । ଐତିହାସିକ ପୁସ୍ତକରୁ ଜଣାପଡ଼େ ଯେ ଚୀନ୍‌ର ରାଜବଂଶଗୁଡ଼ିକ ସୁନା ଅପେକ୍ଷା ଜେଡ୍‌କୁ ଅଧିକ ମୂଲ୍ୟ ଦେଉଥିଲେ । ସମ୍ରାଟମାନଙ୍କୁ ଜେଡ୍ ପୋଷାକ (ଜେଡ୍ ସୁଟ୍) ସହିତ କବର ଦିଆଯାଉଥିଲା, କାରଣ ସେମାନେ ବିଶ୍ୱାସ କରୁଥିଲେ ଯେ ଏହି ପଥର ସେମାନଙ୍କୁ ପରଲୋକରେ ସୁରକ୍ଷିତ ରଖିବ । ଆଜି ମଧ୍ୟ ଜେଡ୍ ସୌଭାଗ୍ୟ ଏବଂ ଦୀର୍ଘାୟୁର ପ୍ରତୀକ ହୋଇ ରହିଛି । ଆଜି ମଧ୍ୟ ସେଠାରେ ଏହି ଗହଣାର ମହତ୍ବ ସେତିକି ରହିଛି ।

middle east

ମଧ୍ୟପ୍ରାଚ୍ୟ

ଆରବ ଉପଦ୍ୱୀପର ବେଦୁଇନ୍ ସମ୍ପ୍ରଦାୟ ଦୀର୍ଘ ଦିନରୁ ସ୍ୱତନ୍ତ୍ର ରୂପା ଅଳଙ୍କାର ପ୍ରସ୍ତୁତ କରିଆସୁଛନ୍ତି, ଯାହାର ନାଁ ହେଲା  ବେଦୁଇନ୍ ରୂପା ଅଳଙ୍କାର । ରୂପା ମୁଦ୍ରାଗୁଡ଼ିକୁ ଏକାଠି ଗୁନ୍ଥି ପ୍ରସ୍ତୁତ କରାଯାଉଥିବା ମୁଦ୍ରା ହାର (କଏନ୍ ନେକ୍‌ଲେସ୍) ପାରମ୍ପରିକ ଭାବେ ଜଣେ ନାରୀର ଯୌତୁକ । ତାହାର ନିଜସ୍ୱ ସମ୍ପତ୍ତି ଭାବେ ଏହା କାର୍ଯ୍ୟ କରୁଥିଲା, ଯାହା ବିବାହ ପରବର୍ତ୍ତୀ ସମୟରେ ମଧ୍ୟ ତା’ର ନିଜର ହୋଇ ରହୁଥିଲା । ସୁରକ୍ଷାତ୍ମକ କବଚ ଏବଂ ତାବିଜ୍ ବେଦୁଇନ୍ ଅଳଙ୍କାରର ପ୍ରମୁଖ ବିଶେଷତା ଅଟେ । ଏହି ଗହଣାଗୁଡ଼ିକରେ ପ୍ରାୟତଃ କୋରାନର ଆୟାତ୍ କିମ୍ବା ବିପଦ ଆପଦରୁ ରକ୍ଷା କରିବାର ବିଶ୍ୱାସ ରଖୁଥିବା ଜ୍ୟାମିତିକ ନକ୍ସାଗୁଡ଼ିକ ସ୍ଥାନ ପାଇଥାଏ । ଏହି ଅଳଙ୍କାର ଗୁଡିକ ଦେଖିବାକୁ ଖୁବ ସୁନ୍ଦର ହୋଇଥାଆନ୍ତି ।

ଆଫ୍ରିକା

 

keniya

କେନ୍ୟା ଏବଂ ତାଞ୍ଜାନିଆ

ପୂର୍ବ ଆଫ୍ରିକାର ମାସାଇ ସମ୍ପ୍ରଦାୟର ଲୋକମାନେ ଆକର୍ଷଣୀୟ ରଙ୍ଗ ବ୍ୟବହାର କରି ଚମତ୍କାର ପୋତ ମାଳି (ବିଡେଡ୍) ଅଳଙ୍କାର ପ୍ରସ୍ତୁତ କରନ୍ତି । ଏଥିରେ ବ୍ୟବହାର ହେଉଥିବା ପ୍ରତ୍ୟେକ ରଙ୍ଗ ଏକ ନିର୍ଦ୍ଦିଷ୍ଟ ଅର୍ଥ ବହନ କରେ, ଯେପରି ଲାଲ୍ : ସାହସ ଏବଂ ଶକ୍ତି, ନୀଳ : ଊର୍ଜା ଏବଂ ଆକାଶ, ସବୁଜ: ଜମି ଏବଂ ଉତ୍ପାଦନ, କମଳା : ଆତିଥେୟତା, ହଳଦିଆ : ପ୍ରଜନନ କ୍ଷମତା/ଉର୍ବରତା, ଧଳା : ପବିତ୍ରତା । ପୋତ ମାଳିର ହାରଗୁଡ଼ିକ ବୟସ, ବିବାହିତ ସ୍ଥିତି ଏବଂ ସାମାଜିକ ପ୍ରତିଷ୍ଠାକୁ ଦର୍ଶାଇଥାଏ । ଯୁବ ଯୋଦ୍ଧାମାନେ ବରିଷ୍ଠ ନାଗରିକଙ୍କ ଅପେକ୍ଷା ଭିନ୍ନ ନକ୍ସା ପିନ୍ଧନ୍ତି । ମହିଳାମାନେ ନିଜ ହାତରେ ଏହି ଗହଣାଗୁଡ଼ିକୁ ତିଆରି କରନ୍ତି, ଯାହା ମା’ଙ୍କଠାରୁ ଝିଅକୁ ହସ୍ତାନ୍ତର ହେଉଥିବା ଏକ କଳା ।

Tags: