ଏଲିଅନ୍ଙ୍କୁ ନେଇ ଖୁଲାସା
ଦୀର୍ଘବର୍ଷ ଧରି ଏଲିଅନ୍ମାନଙ୍କ ଉପରେ ଅନେକ ଗବେଷକ ନିଜନିଜର ଗବେଷଣା ଜାରି ରଖିଛନ୍ତି । ସୋସିଆଲ ମିଡିଆରେ ବି ଏଲିଅନ୍ଙ୍କ ବିଭିନ୍ନ ଫଟୋ ତଥା ଭିଡିଓ ପୋଷ୍ଟ କରାଯାଉଛି । ମାତ୍ର ଏହାର ସତ୍ୟତା କଦାପି ସାମନାକୁ ଆସିନାହିଁ । ସେହିପରି କାଳ୍ପନିକ ରୂପ ଦେଇ ଫିଲ୍ମ ମେକରମାନେ ବି ଏଲିଅନ୍କୁ ନେଇ ଅନେକ ଫିଲ୍ମ ପ୍ରସ୍ତୁତ କରୁଛନ୍ତି । ଯାହାକୁ ଆଧାର କରି ଲୋକେ ଏହାକୁ ସତ ଏଲିଅନ୍ ବୋଲି ଭାବିନେଉଛନ୍ତି । ମାତ୍ର ବର୍ତ୍ତମାନ […]
ଦୀର୍ଘବର୍ଷ ଧରି ଏଲିଅନ୍ମାନଙ୍କ ଉପରେ ଅନେକ ଗବେଷକ ନିଜନିଜର ଗବେଷଣା ଜାରି ରଖିଛନ୍ତି । ସୋସିଆଲ ମିଡିଆରେ ବି ଏଲିଅନ୍ଙ୍କ ବିଭିନ୍ନ ଫଟୋ ତଥା ଭିଡିଓ ପୋଷ୍ଟ କରାଯାଉଛି । ମାତ୍ର ଏହାର ସତ୍ୟତା କଦାପି ସାମନାକୁ ଆସିନାହିଁ । ସେହିପରି କାଳ୍ପନିକ ରୂପ ଦେଇ ଫିଲ୍ମ ମେକରମାନେ ବି ଏଲିଅନ୍କୁ ନେଇ ଅନେକ ଫିଲ୍ମ ପ୍ରସ୍ତୁତ କରୁଛନ୍ତି । ଯାହାକୁ ଆଧାର କରି ଲୋକେ ଏହାକୁ ସତ ଏଲିଅନ୍ ବୋଲି ଭାବିନେଉଛନ୍ତି । ମାତ୍ର ବର୍ତ୍ତମାନ ଜଣେ ବିଶେଷଜ୍ଞ ଏଲିଅନ୍ଙ୍କ ଲୁକ୍କୁ ନେଇ ନୂତନ ଖୁଲାସା କରିଛନ୍ତି । ୟୁକେର ଇଭଲୁ୍ୟସନ୍ ଏକ୍ସପର୍ଟ ରିଚାର୍ଡ ଡକିନ୍ସ କହିଛନ୍ତି ଯେ ଯଦି ଆପଣ ଭାବୁଥାଆନ୍ତି ଏଲିଅନ୍ମାନେ ଦୁଇଗୋଡିଆ ମଣିଷ ସଦୃଶ ଥାଆନ୍ତି, ତେବେ ଆପଣ ଭୁଲ୍ ଭାବୁଛନ୍ତି । ଏଲିଅନ୍ମାନେ ବୁଢିଆଣି ସଦୃଶ ଦେଖାଯାଇପାରନ୍ତି ଏବଂ ଏମାନଙ୍କର ଆକାର ହାତୀ ଭଳି ବଡ ହୋଇପାରେ ବୋଲି ସେ କହିଛନ୍ତି । ବ୍ରିଟେନ୍ର ଟପ୍ ବାୟୋଲୋଜିଷ୍ଟମାନଙ୍କ ମଧ୍ୟରେ ରିଚାର୍ଡଙ୍କର ନାଁ ଆସିଥାଏ । ତେଣୁ ଏଲିଅନ୍ଙ୍କ ଲୁକ୍ ସମ୍ବନ୍ଧିତ ତାଙ୍କର ଏହି ନୂତନ ତଥ୍ୟକୁ ବେଶ୍ ଗୁରୁତ୍ୱ ଦିଆଯାଉଛି । ଏକ ଅନ୍ଲାଇନ୍ କୁ୍ୟ ଆଣ୍ଡ୍ ଏ’ବା ପ୍ରଶ୍ନୋତ୍ତର ସେସନ୍ ସମୟରେ ରିଚାର୍ଡ ଏ ସମ୍ବନ୍ଧରେ ଖୁଲାସା କରିଛନ୍ତି । ୧୨ଟି ୟୁନିଭର୍ସିଟିରୁ ଡକ୍ତରେଟ୍ ଉପାଧି ହାସଲ କରିଥିବା ରିଚାର୍ଡଙ୍କ କହିବା ମୁତାବକ, ପୃଥିବୀ ଭଳି ଗ୍ରହରୁ ଆସୁଥିବା ଏଲିଅନ୍ମାନେ ମଣିଷଙ୍କ ଭଳି ଦେଖାଯାଆନ୍ତି । ମାତ୍ର ମାଇନସ୍ ଜିରୋ ଗ୍ରାଭିଟିରୁ ଆସୁଥିବା ଏଲିଅନ୍ମାନେ ପଶୁଙ୍କ ଭଳି ଦେଖାଯାଆନ୍ତି । ସେହପରି ଗ୍ରାଭିଟି ଅଧିକ ଥିବା ଗ୍ରହରୁ ଆସୁଥିବା ଏଲିଅନ୍ମାନେ ମୂଷା ସଦୃଶ ଦେଖାଯାଇପାରନ୍ତି ବୋଲି ବି ସେ କହିଛନ୍ତି । ୮୨ ବର୍ଷୀୟ ପ୍ରଫେସର ରିଚାର୍ଡ ଇଭଲୁ୍ୟସନ ଉପରେ ଲେଖିଥିବା ବହି ପାଇଁ ଅନେକ ଆୱାର୍ଡ ମଧ୍ୟ ଜିତିଛନ୍ତି । ସାଇନ୍ସ ଫିଲïରେ ତାଙ୍କୁ ଏକାଧିକ ଆୱାର୍ଡ ମିଳିଛି ।




