ଏଆଇ ଜିତିଲା ପଦକ
ଗୁଗୁଲର ଏଆଇ ଆର୍ମ ବିଭିନ୍ନ କାର୍ଯ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ । ନିକଟରେ ମିଳିଥିବା ସୂଚନା ଅନୁସାରେ ଗୁଗୁଲର ଏଆଇ ରିସର୍ଚ୍ଚ ଆର୍ମ ଡିପ୍ମାଇଣ୍ଡ ନିକଟରେ ଆନ୍ତର୍ଜାତୀୟ ଗଣିତ ଅଲିମ୍ପିଆଡ୍ରେ ସୁନା ପଦକ ଜିତିବାରେ ସକ୍ଷମ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ସବୁବେଳେ ଛୋଟଛୋଟ ପିଲା ଭାଗ ନେଇଥାଆନ୍ତି । ତେବେ ଚଳିତ ପ୍ରତିଯୋଗିତାରେ ପ୍ରଥମଥର ପାଇଁ ଏକ ମେସିନ ଭାଗନେଇ ୬ଟି ଗଣିତ ପ୍ରଶ୍ନ ସମାଧାନ କରିବାରେ ସକ୍ଷମ ହୋଇଛି । ଏଗୁଡିକ ଜ୍ୟାମିତି, […]
ଗୁଗୁଲର ଏଆଇ ଆର୍ମ ବିଭିନ୍ନ କାର୍ଯ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ । ନିକଟରେ ମିଳିଥିବା ସୂଚନା ଅନୁସାରେ ଗୁଗୁଲର ଏଆଇ ରିସର୍ଚ୍ଚ ଆର୍ମ ଡିପ୍ମାଇଣ୍ଡ ନିକଟରେ ଆନ୍ତର୍ଜାତୀୟ ଗଣିତ ଅଲିମ୍ପିଆଡ୍ରେ ସୁନା ପଦକ ଜିତିବାରେ ସକ୍ଷମ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ସବୁବେଳେ ଛୋଟଛୋଟ ପିଲା ଭାଗ ନେଇଥାଆନ୍ତି । ତେବେ ଚଳିତ ପ୍ରତିଯୋଗିତାରେ ପ୍ରଥମଥର ପାଇଁ ଏକ ମେସିନ ଭାଗନେଇ ୬ଟି ଗଣିତ ପ୍ରଶ୍ନ ସମାଧାନ କରିବାରେ ସକ୍ଷମ ହୋଇଛି । ଏଗୁଡିକ ଜ୍ୟାମିତି, ବିଜଗଣିତ, ନମ୍ବର ଥିଓରୀ ଭଳି କାଟାଗୋରୀରେ ରହିଛି । ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସମସ୍ତେ ଗୁଗୁଲ ଡିପ୍ ମାଇଣ୍ଡର କାର୍ଯ୍ୟଦକ୍ଷତାକୁ ଖୁବ ପ୍ରଶଂସା କରୁଥିବାର ଦେଖିବାକୁ ମିଳୁଛି ।




