ଏଆଇର ସକରାତ୍ମକତା

ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିର ବ୍ୟବହାର ବର୍ତ୍ତମାନ ଖୁବ ଅଧିକ ବଢିଛି । ଆମ ଦୈନନ୍ଦିନ ଜୀବନରେ ଏଆଇକୁ ବ୍ୟବହାର କରି ଆମେ ଅନେକ କିଛି ସୁବିଧା ପାଇ ପାରୁଛୁ । ଶିକ୍ଷା, ସ୍ୱାସ୍ଥ୍ୟ, ଦୈନନ୍ଦିନ ଜୀବନର କାର୍ଯ୍ୟ ଆଦି ସବୁଥିରେ ଏଆଇର ଉପଯୋଗ ବଢିଛି । ଆସନ୍ତୁ ସେହିଭଳି କିଛି ଉପକାରିତା ଉପରେ ଆଲୋଚନା କରିବା । ଶିକ୍ଷାର୍ଥୀ ଓ ଚାକିରିଆଙ୍କ ପାଇଁ ବରଦାନ ଶିକ୍ଷା କ୍ଷେତ୍ରରେ ଏଆଇର ଦାନ ସବୁଠାରୁ ଅଧିକ । ସବୁଠାରୁ […]

ଏଆଇର ସକରାତ୍ମକତା
Samaya Live Picture
Published On

ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିର ବ୍ୟବହାର ବର୍ତ୍ତମାନ ଖୁବ ଅଧିକ ବଢିଛି । ଆମ ଦୈନନ୍ଦିନ ଜୀବନରେ ଏଆଇକୁ ବ୍ୟବହାର କରି ଆମେ ଅନେକ କିଛି ସୁବିଧା ପାଇ ପାରୁଛୁ । ଶିକ୍ଷା, ସ୍ୱାସ୍ଥ୍ୟ, ଦୈନନ୍ଦିନ ଜୀବନର କାର୍ଯ୍ୟ ଆଦି ସବୁଥିରେ ଏଆଇର ଉପଯୋଗ ବଢିଛି । ଆସନ୍ତୁ ସେହିଭଳି କିଛି ଉପକାରିତା ଉପରେ ଆଲୋଚନା କରିବା ।

ଶିକ୍ଷାର୍ଥୀ ଓ ଚାକିରିଆଙ୍କ ପାଇଁ ବରଦାନ
ଶିକ୍ଷା କ୍ଷେତ୍ରରେ ଏଆଇର ଦାନ ସବୁଠାରୁ ଅଧିକ । ସବୁଠାରୁ ଅଧିକ ବ୍ୟବହାର ବର୍ତ୍ତମାନ ଏଆଇର ଶିକ୍ଷା କ୍ଷେତ୍ରରେ ହେଉଛି । ଛାତ୍ରଛାତ୍ରୀମାନେ ସେମାନଙ୍କର ଯେ କୌଣସି ଜିଜ୍ଞାସା ସମ୍ପର୍କରେ ଚାଟ୍‌ ଜିପିଟିରୁ ସାହାଯ୍ୟନେଇ ବୁଝୁଛନ୍ତି । ଛାତ୍ରଛାତ୍ରୀଙ୍କୁ ଯେ କୌଣସି ବିଷୟରେ ଅଧିକ ଜାଣିବାକୁ ଇଚ୍ଛା ହେଲେ ସେମାନେ ଚାଟ୍‌ ଜିପିଟି ଯାହା ଏଆଇର ଏକ ଟୁଲ୍‌ ତାହାର ବ୍ୟବହାର କରୁଛନ୍ତି । ସେହିଭଳି ଏହି ଚାଟ୍‌ ଜିପିଟିରେ ଖୁବ ସହଜରେ ଓ ସରଳଭାବେ ସମସ୍ତ ପ୍ରଶ୍ନର ଉତ୍ତର ମିଳି ପାରୁଛି । ଏଥିରେ ବିଭିନ୍ନ ପ୍ରକାରର ଭିଡିଓ, ଫଟୋ, ଉଦାହରଣ ସହିତ ସମସ୍ତ ପ୍ରକାର ପ୍ରଶ୍ନର ସମାଧାନ ରହୁଛି । ସେହିଭଳି ସେମାନେ ନିଜ ମନରେ ଥିବା ସମସ୍ତ ଜିଜ୍ଞାସାର ସମାଧାନ ଚାଟ୍‌ ଜିପିଟିରେ କରିପାରୁଛନ୍ତି । ଏହାସହିତ ଚାଟ୍‌ ଜିପିଟିରେ ଯେଉଁ ଫର୍ମାଟରେ ସେମାନଙ୍କର ଉତ୍ତର ଆବଶ୍ୟକ ତାହା ମଧ୍ୟ ମିଳୁଛି । ତେଣୁ ଏଆଇ ଉପରେ ସେମାନଙ୍କର ନିର୍ଭରତା ବଢିଛି । ସେହିଭଳି ସେମାନେ ଏଠାରୁ ଖୁବ ଭଳ ବିଷୟରେ ଆର୍ଟିକିଲ୍‌, ଭିଡିଓ ଓ ଆକଫିଭିଟି ସମ୍ପର୍କରେ ଜାଣିବାକୁ ପାଉଛନ୍ତି । ଏପରିକି ଯେଉଁମାନେ ଗବେଷଣା ରତ ଛାତ୍ରଛାତ୍ରୀ ରହିଛନ୍ତି ସେମାନେ ମଧ୍ୟ ଚାଟ୍‌ ଜିପିଟିର ବ୍ୟବହାର କରି ସେମାନଙ୍କର ଆବଶ୍ୟକ ସୂଚନା ପାଇପାରୁଛନ୍ତି । ସେହିଭଳି କେବଳ ଶିକ୍ଷାର୍ଥୀ ନୁହେଁ ଚାକିରି କରିଥିବା ବ୍ୟକ୍ତିମାନେ ମଧ୍ୟ ନିଜ କର୍ମ କ୍ଷେତ୍ରରେ ଏଆଇର ବ୍ୟବହାର କରି ଲାଭ ଉଠାଉଛନ୍ତି । ବିଭିନ୍ନ କଷ୍ଟ ବିଷୟକୁ ବୁଝିବା, ବିଭିନ୍ନ ପ୍ରୋଜେକଫ ସମ୍ପର୍କରେ ଅଧିକ ତଥ୍ୟ ବାହାର କରିବା, କୌଣସି ବିଷୟରେ ସହଜରେ ଲେଖିବା ପାଇଁ ଆବଶ୍ୟକ ହେଉଥିବା ତଥ୍ୟ ଆଦି ସେମାନେ ଚାଟ୍‌ ଜିପିଟିକୁ ବ୍ୟବହାର କରି ପାଇ ପାରୁଛନ୍ତି । ଯାହା ଫଳରେ ସେମାନଙ୍କର ବୃତ୍ତିଗତ ଜୀବନ ଖୁବ ସୁରୁଖୁରୁରେ ଚାଲୁଛି । ସେମାନଙ୍କର କାର୍ଯ୍ୟଦକ୍ଷତା ବଢୁଛି, ଖୁବ କମ ସମୟରେ ଅଧିକ କାମ ହୋଇ ପାରୁଛି । ସେହିଭଳି କମ୍ପାନୀମାନଙ୍କର ମଧ୍ୟ ଏହି କାରଣରୁ ଲାଭ ହେଉଥିବାର ଦେଖିବାକୁ ମିଳୁଛି ।

ଦୈନନ୍ଦିନ କାର୍ଯ୍ୟରେ ଉପଯୋଗ
ବର୍ତ୍ତମାନ ସମସ୍ତେ ଟେକ୍ନୋଲୋଜି ଉପରେ ଖୁବ ଅଧିକ ନିର୍ଭର କରୁଛନ୍ତି । ତେବେ ଏଆଇ ଦ୍ୱାରା ପରିଚାଳିତ ଏପରି ଅନେକ ଡିଭାଇସ ରହିଛି ଯାହାକୁ ବ୍ୟବହାର କରି ଆମ ଦୈନନ୍ଦିନ କାର୍ଯ୍ୟ ସୁରୁଖୁରୁରେ ଚାଲୁଛି । ଏଆଇକୁ ବ୍ୟବହାର କରି ବିଭିନ୍ନ ଉପକରଣ ଯେପରି ସିରି, ଆଲେକ୍ସା, ଗୁଗୁଲ୍‌ ଆସିଷ୍ଟାଣ୍ଟ ଆଦି ନିର୍ମାଣ କରାଯାଇଛି । ଯେଉଁଗୁଡିକରେ ପାଣିପାଗ ସମ୍ପର୍କିତ ସୂଚନା, ଆଲାରାମ୍‌, ଲାଇଟ୍‌ ଜଳାଇବା, ଗୀତ ବଜାଇବା, ଫ୍ୟାନ୍‌ ବୁଲାଇବା, କୌଣସି କାର୍ଯ୍ୟ ପାଇଁ ରିମାଇଣ୍ଡର ଦେବା ଆଦି କରାଯାଉଛି । ଏଥିରେ ସବୁଠାରୁ ବ୍ୟବହୃତ ହେଉଛି ସ୍ମାର୍ଟ ହୋମ୍‌ ଡିଭାଇସ୍‌ ଗୁଡିକ । ଯେଉଁ ଗୁଡିକୁ ବ୍ୟବହାର କରି ସମସ୍ତେ ନିଜର ଜୀବନକୁ ସହଜ ସରଳ କରିପାରୁଛନ୍ତି ।

ଯୋଗାଯୋଗରେ ସୁବିଧା

ବର୍ତ୍ତମାନ ଆଉ ଭାଷା କାହାପାଇଁ ଏକ ସମସ୍ୟା ହୋଇ ରହିନାହିଁ । ଯେଉଁ ଭାଷାର ଲୋକ ହୋଇଥାଆନ୍ତୁ ସହଜରେ ନିଜର କଥାକୁ ଏଆଇର ସାହାଯ୍ୟରେ ଅନୁବାଦ କରି ଅନ୍ୟ ମାନଙ୍କ ପାଖରେ ପହଞ୍ଚାଯାଇ ପାରୁଛି । ଗୁଗୁଲ୍‌ ଟ୍ରାନ୍ସଲେଟର ବ୍ୟବହାର କରି ସହଜରେ ଗୋଟିଏ ଭାଷାରୁ ଅନ୍ୟ ଭାଷାକୁ ଏହାକୁ ଅନୁବାଦ କରିହେଉଛି । ଯାହା ସାହାଯ୍ୟରେ କୌଣସି ଦେଶକୁ ଗଲେ ଭାଷାଗତ ସମସ୍ୟା ରହୁନାହିଁ ।


ସ୍ୱାସ୍ଥ୍ୟ
ସ୍ୱାସ୍ଥ୍ୟକ୍ଷେତ୍ରରେ ଏଆଇର ବ୍ୟବହାର ସବୁଠାରୁ ବହୁଳ । ଦୈନନ୍ଦିନ ଜୀବନରେ ହେଉ କିମ୍ବା କୌଣସି ଗମ୍ଭୀର ରୋଗରେ ସବୁସ୍ଥାନରେ ବର୍ତ୍ତମାନ ଏଆଇର ପ୍ରୟୋଗ କରାଯାଉଛି । ଆଜିକାଲି ସମସ୍ତେ ନିଜ ଘରୁ ହିଁ ଫିଟ୍‌ ରହିବାକୁ ଚେଷ୍ଟା କରୁଛନ୍ତି । ତେଣୁ ଘରେଘରେ ଫିଟ୍‌ନେସ୍‌ ଟ୍ରାକ କରିବା ପାଇଁ ସ୍ମାର୍ଟ ଡିଭାଇସ୍‌ ଯେପରି ସ୍ମାର୍ଟ ଘଣ୍ଟା, ଫିଟ୍‌ନେସ୍‌ ବ୍ୟାଣ୍ଡ୍‌, ଫିଟ୍‌ବିଟ୍‌ ଆଦି ବ୍ୟବହାର କରୁଛନ୍ତି । ଏହି ଉପକରଣ ସାହାଯ୍ୟରେ ହାର୍ଟ ରେଟ୍‌, ଷ୍ଟେପ୍‌, କ୍ୟାଲୋରୀ, ନିଦ ଓ ଷ୍ଟ୍ରେସ୍‌ ଲେବଲକୁ ମାପି ହେଉଛି । ଏଥିରେ ରେକର୍ଡ ହେଉଥିବା ତଥ୍ୟକୁ ସମୀକ୍ଷା କରି ନିଜ ଶରୀର ପ୍ରତି ଧ୍ୟାନ ଦେଇପାରିବା । ଏଠାରୁ ଆପଣ ନିଜ ଶରୀର ଅନୁସାରେ ଆବଶ୍ୟକୀୟ ଟି« ନେଇପାରିବେ । କେବଳ ଶାରୀରିକ ନୁହେଁ ଏଆଇ ଆପଣଙ୍କୁ ମାନସିକ ସ୍ତରରେ ମଧ୍ୟ ସାହାଯ୍ୟ କରିଥାଏ । ଏଆଇ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଆପ ରହିଛି ଯେଉଁଗୁଡିକ ଆପଣଙ୍କୁ ମେଡିଟେସନ ଓ ବ୍ରିଦିଂ ଏକ୍ସରସାଇଜ୍‌ କରାଇବାରେ ସାହାଯ୍ୟ କରୁଛି । ସେହିଭଳି କିଛି କମ୍ୟୁନିକେଟିଂ ଆପ ମଧ୍ୟ ରହିଛି ଯେଉଁଥିରେ ଷ୍ଟ୍ରେସ କମାଇବା ପାଇଁ ଅପସନ୍‌ ରହିବା ସହିତ ମୁଡ ଟ୍ରାକିଂ ମଧ୍ୟ ହୋଇ ପାରୁଛି । ଏଆଇକୁ ବ୍ୟବହାର କରି ଜଣେ ବ୍ୟକ୍ତି ନିଜର ଡାଏଟ୍‌ ମଧ୍ୟ ନିୟନ୍ତ୍ରଣ କରିପାରିବ । ଇଣ୍ଟରନେଟ୍‌ରେ ଏଭଳି ଅନେକ ଆପ ରହିଛି ଯେଉଁମାନେ ନିଜର ଖାଦ୍ୟକୁ ଏଆଇର ସାହାଯ୍ୟ ନେଇ ଚୟନ କରିପାରିବେ । ତେବେ ଯଦି ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିଛି ତେବେ ଏଥିରୁ ବିରତ ରୁହନ୍ତୁ , ଡାକ୍ତରଙ୍କ ପରାମର୍ଶରେ ଖାଦ୍ୟ ଖାଆନ୍ତୁ । ହେଲେ ଯଦି ଆପଣ ଚାହିଁବେ ଏଆଇର ସାହାଯ୍ୟ ନେବାପରେ ସେହି ଡାଏଟ୍‌ ଚାଟ୍‌କୁ ଡାକ୍ତରଙ୍କ ପରାମର୍ଶ କରି ଖାଇପାରିବେ । ସେହିଭଳି ଏଆଇର ସାହାଯ୍ୟରେ ଆପଣ ନିଜର ପ୍ରତିଦିନର କ୍ୟାଲୋରୀ ଧାର୍ଯ୍ୟ କରିପାରିବେ । ଯାହା ଅନୁଯାୟୀ ଆପଣ ନିଜର ପ୍ରତିଦିନର ଖାଦ୍ୟ ଓ ବ୍ୟାୟାମ ସେଟ୍‌ କରିପାରିବେ । ଏହା ଆପଣଙ୍କୁ ସୁସ୍ଥ ରହିବାରେ ଖୁବ ସହାୟକ ହେବ । ସେହିଭଳି ଏଆଇ ସାହାଯ୍ୟରେ ନିଜର ସ୍ୱାସ୍ଥ୍ୟକୁ ଟ୍ରାକ କରିବା ଦ୍ୱାରା ଆପଣ କୌଣସି ରୋଗ ସମ୍ପର୍କରେ ଆଗୁଆ ଜାଣିପାରିବେ, ଯାହା ଫଳରେ ଚିକିତ୍ସା କରାଇବାରେ ମଧ୍ୟ ସୁବିଧା ହେବ ।

ପରିବହନ
ଆଜିକାଲି କୌଣସି ସ୍ଥାନକୁ ଯିବାକୁ ହେଲେ ଏହାର ରାସ୍ତା ସହଜରେ ମିଳିପାରୁଛି । ଏଆଇର ସାହାଯ୍ୟରେ ମ୍ୟାପ୍‌ ବ୍ୟବହାର କରି ଯେ କୌଣସି ସ୍ଥାନର ଠିକଣା ଜାଣି ହେଉଛି । ସେହିଭଳି କେଉଁ ରାସ୍ତାରେ ଗଲେ ଆପଣ ଗନ୍ତବ୍ୟସ୍ଥଳରେ ଶୀଘ୍ର ପହଞ୍ଚିପାରିବେ ସେ ନେଇ ମଧ୍ୟ ସୂଚନା ମିଳି ପାରୁଛି । ସେହିଭଳି ବର୍ତ୍ତମାନ ଏଆଇକୁ ବ୍ୟବହାର କରି ଅନ୍‌ଲାଇନ୍‌ କ୍ୟାବ୍‌ ସର୍ଭିସ ମଧ୍ୟ ଚାଲୁ ରହିଛି । ଯାହା ଫଳରେ ଆମେ ସହଜରେ ଓ ସୁବିଧାରେ ଗୋଟିଏ ସ୍ଥାନକୁ ଆଉ ଏକ ସ୍ଥାନକୁ ଯାଇ ପାରୁଛେ ।

ସମୟ ପରିଚାଳନା
ଦୈନନ୍ଦିନ କାର୍ଯ୍ୟ କରିବା ସମୟରେ ସମୟର ପରିଚାଳନା ଖୁବ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେବେ ବର୍ତ୍ତମାନ ଏଆଇ ପରିଚାଳିତ ଅନେକ ସ୍ମାର୍ଟ କ୍ୟାଲେଣ୍ଡର ଏବଂ ଟୁଲ୍ସ ମିଳୁଛି ଯାହା ଆପଣଙ୍କ ଦୈନନ୍ଦିନ କାର୍ଯ୍ୟକୁ ଖୁବ ସହଜରେ ପରିଚାଳନା କରିପାରୁଛି । କେତେବେଳେ କେଉଁ ମିଟିଂ ରହିଛି, କେଉଁ କାର୍ଯ୍ୟ ପାଇଁ କେତେ ସମୟ ଦେବେ ସେ ସମସ୍ତ ବିଷୟରେ ଏହି ଟୁଲ୍ସ ଓ ଏଆଇ କ୍ୟାଲେଣ୍ଡ୍‌ରରେ ଆପଣ ସଠିକ ପରିଚାଳନା କରିପାରିବେ । ଯାହା ଆପଣଙ୍କର କାର୍ଯ୍ୟ କରିବାର ଶୈଳୀକୁ ପରିବର୍ତ୍ତନ କରିବ ।

ସୁରକ୍ଷା
ସୁରକ୍ଷା କ୍ଷେତ୍ରରେ ମଧ୍ୟ ବର୍ତ୍ତମାନ ଏଆଇକୁ ବ୍ୟବହାର କରଯାଉଛି । ଏହି କୃତିମ ବୁଦ୍ଧିମତାକୁ ବ୍ୟବହାର କରି ବିଭିନ୍ନ ପ୍ରକାରର ସୁରକ୍ଷା ବ୍ୟବସ୍ଥାକୁ ବିକଶିତ କରାଯାଉଛି, ଯାହାକୁ ସମସ୍ତେ ଘରେ ବ୍ୟବହାର କରିପାରିବେ । ଏହା ଫଳରେ ଖୁବ ସହଜରେ ଘର ସୁରକ୍ଷିତ ରହିବା ସହିତ ବିଭିନ୍ନ ଅନୁପ୍ରବେଶକୁ ରୋକି ହେବ । ସେହିଭଳି ବିଭିନ୍ନ ସାଇବର ଅପରାଧକୁ ରୋକିବାରେ ମଧ୍ୟ ବର୍ତ୍ତମାନ ଏଆଇକୁ ବ୍ୟବହାର କରାଯାଉଛି । ବ୍ୟାକିଂ ଆପ, ଡିଜିଟାଲ୍‌ ଫ୍ରଡ, ଫିସିଂ, ଡିଜିଟାଲ୍‌ ଆରେଷ୍ଟ ଆଦିକୁ ରୋକିବାକୁ ଏଆଇର ବ୍ୟବହାର କରାଯାଉଛି ।

Tags: