ଉପକାରୀ ଅମରନାଥ

ଅମରନାଥ ହେଉଛି ଏକ ପୂରାତନ ଶସ୍ୟ ଯାହାର ଅନେକ ଔଷଧୀୟ ଗୁଣ ରହଛି । ଏହାର ହେଲ‘ ବେନିଫିଟ୍‌ ଖୁବ ଅଧିକ ଥିବାବେଳେ ଏଥିରେ ଫାଇବର, ପ୍ରୋଟିନ୍‌, ମ୍ୟାଗ୍‌ନେସିୟମ୍‌, ଫସ୍‌ଫରସ୍‌, ଆଇରନ୍‌ ଭରପୁର ମାତ୍ରାରେ ରହିଥାଏ । ଏହାକୁ କେତେକ ସ୍ଥାନରେ ଶସ୍ୟମାନଙ୍କର ରାଜା ବା ରାଜଗିରା ନାମରେ ମଧ୍ୟ ଜାଣନ୍ତି । ଏହାକୁ ଭାତ ଭଳି ରାନ୍ଧି ଖାଇହୋଇଥାଏ, ଏହାସହିତ ସୁପ୍‌ରେ ମଧ୍ୟ ଏହାକୁ ବ୍ୟବହାର କରିହେବ । ଏହା ବେଶ ସ୍ୱାଦିଷ୍ଟ ସହ ସ୍ୱାସ୍ଥ୍ୟକର […]

ଉପକାରୀ ଅମରନାଥ
Samaya Live Picture
Published On

ଅମରନାଥ ହେଉଛି ଏକ ପୂରାତନ ଶସ୍ୟ ଯାହାର ଅନେକ ଔଷଧୀୟ ଗୁଣ ରହଛି । ଏହାର ହେଲ‘ ବେନିଫିଟ୍‌ ଖୁବ ଅଧିକ ଥିବାବେଳେ ଏଥିରେ ଫାଇବର, ପ୍ରୋଟିନ୍‌, ମ୍ୟାଗ୍‌ନେସିୟମ୍‌, ଫସ୍‌ଫରସ୍‌, ଆଇରନ୍‌ ଭରପୁର ମାତ୍ରାରେ ରହିଥାଏ । ଏହାକୁ କେତେକ ସ୍ଥାନରେ ଶସ୍ୟମାନଙ୍କର ରାଜା ବା ରାଜଗିରା ନାମରେ ମଧ୍ୟ ଜାଣନ୍ତି । ଏହାକୁ ଭାତ ଭଳି ରାନ୍ଧି ଖାଇହୋଇଥାଏ, ଏହାସହିତ ସୁପ୍‌ରେ ମଧ୍ୟ ଏହାକୁ ବ୍ୟବହାର କରିହେବ । ଏହା ବେଶ ସ୍ୱାଦିଷ୍ଟ ସହ ସ୍ୱାସ୍ଥ୍ୟକର ହୋଇଥାଏ । ତେଣୁ ଏହାକୁ ନିଜ ଖାଦ୍ୟରେ ସାମିଲ କଲେ ବିଭିନ୍ନ ପ୍ରକାର ହେଲ‘ ବେନଫିଟ୍‌ ମିଳିବ ।
ହାର୍ଟକୁସୁସ୍ଥ କରେ- ଏହି ଶସ୍ୟରେ ଫାଇଟୋଷ୍ଟେରୋଲ ଥିବାରୁ ଏହା କୋଲେଷ୍ଟ୍ରୋଲ୍‌ କମ କରିବାରେ ସହାୟକ ହୋଇଥାଏ । ଯାହାଫଳରେ କାର୍ଡିଓଭସ୍କୁଲାର ରୋଗୀଙ୍କ ପାଇଁ ଏହା ବରଦାନ ହୋଇଥାଏ ।
ଆଣ୍ଟି କ୍ୟାନ୍‌ସର ପ୍ରପଟି- ରିସର୍ଚ୍ଚ ଅନୁସାରେ ଏହି ଗ୍ରେନରେ ଆଣ୍ଟି କ୍ୟାନସର ପ୍ରପଟି ଭରି ରହିଛି । ଅମରନାଥ ଗ୍ରେନ୍‌ ହଜମ ହେବା ସମୟରେ ଆମ ଶରୀର ଉପରେ ଆଣ୍ଟି- ଇନଫ୍ଲାମେଟୋରୀ ଇଫେକଫ ପଡିଥାଏ ।
ପ୍ରୋଟିନ୍‌ର ମାତ୍ରା ଅଧିକ- ଏଥିରେ ପ୍ରୋଟିନର ମାତ୍ରା ଖୁବ ଅଧିକ ରହିଛି । ଏହା ପ୍ଲାଣ୍ଟବେସï ଡାଏଟ୍‌ ହୋଇଥିବାବେଳେ ଗ୍ଲìଟେନ୍‌ ଫ୍ରି ଡାଏଟ୍‌ ଅଟେ । ପ୍ରତି ୧୦୦ ଗ୍ରାମରେ ପାଖାପାଖି ୧୩ ଗ୍ରାମ ପ୍ରୋଟିନ୍‌ ରହିଥାଏ ।

Tags: