ଉଡୁଥିବା ମାଛ
ପ୍ରକୃତିର ଅବଦାନ ଖୁବ୍ ସୁନ୍ଦର । ତେଣୁ ପୃଥିବୀରେ ଏଭଳି ଅନେକ ଜୀବଜନ୍ତୁ ଅଛନ୍ତି, ଯାହାର ସୌନ୍ଦର୍ଯ୍ୟ ବିଷୟରେ କହିଲେ ନସରେ । ଏଥିମଧ୍ୟରେ ଫ୍ଲାଇଂ ଫିସ୍ ଅନ୍ୟତମ । ଏହି ମାଛ ଶହ ଶହ ଫୁଟ ଉପରକୁ ଉଡ଼ିବାରେ ସକ୍ଷମ ଥାଆନ୍ତି । ହେଲେ ଏହି ମାଛ ପକ୍ଷୀଙ୍କ ଭଳି ଡେଣାକୁ ଫଡ୍ଫଡ୍ କରିନଥାଏ । ଏହାକୁ ଫ୍ଲାଇଂ କଡ୍ ନାଁରେ ମଧ୍ୟ ଜଣାଯାଏ । ଏହି ମାଛର ପର ଅନ୍ୟ ମାଛର ପର ଠାରୁ […]
ପ୍ରକୃତିର ଅବଦାନ ଖୁବ୍ ସୁନ୍ଦର । ତେଣୁ ପୃଥିବୀରେ ଏଭଳି ଅନେକ ଜୀବଜନ୍ତୁ ଅଛନ୍ତି, ଯାହାର ସୌନ୍ଦର୍ଯ୍ୟ ବିଷୟରେ କହିଲେ ନସରେ । ଏଥିମଧ୍ୟରେ ଫ୍ଲାଇଂ ଫିସ୍ ଅନ୍ୟତମ । ଏହି ମାଛ ଶହ ଶହ ଫୁଟ ଉପରକୁ ଉଡ଼ିବାରେ ସକ୍ଷମ ଥାଆନ୍ତି । ହେଲେ ଏହି ମାଛ ପକ୍ଷୀଙ୍କ ଭଳି ଡେଣାକୁ ଫଡ୍ଫଡ୍ କରିନଥାଏ । ଏହାକୁ ଫ୍ଲାଇଂ କଡ୍ ନାଁରେ ମଧ୍ୟ ଜଣାଯାଏ । ଏହି ମାଛର ପର ଅନ୍ୟ ମାଛର ପର ଠାରୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ ହୋଇଥିବାରୁ ଏମାନେ ଅତି ସହଜରେ ଉଡ଼ିପାରନ୍ତି । ରିପୋର୍ଟ ମୁତାବକ, ଫ୍ଲାଇଂ ଫିସ୍ ସମଗ୍ର ବିଶ୍ୱରେ ଥିବା ମହାସାଗରରେ ଦେଖିବାକୁ ମିଳନ୍ତି । ଏହା ନିକଟରେ ଏକ ବିଶେଷ ପର ଥାଏ, ଯାହାଦ୍ୱାରା ଏହି ମାଛ ସମୁଦ୍ରଜଳର ଉପରଭାଗରୁ ପ୍ରାୟ ୬୫୦ ଫୁଟ ଉଚ୍ଚରେ ଉଡ଼ିବାକୁ ସକ୍ଷମ ହୋଇଥାଏ । ଏହାସହ କୌଣସି ଶିକାରୀକୁ ଦେଖିବା ମାତ୍ରକେ ଏହା ନିଜ ପର ସାହାଯ୍ୟରେ ସମୁଦ୍ରରେ ଦ୍ରୁତ ବେଗରେ ପହଁରିବାରେ ମଧ୍ୟ ସକ୍ଷମ ହୋଇଥାଏ । ସୋସିଆଲ୍ ମିଡିଆ ଏକ୍ସ’ରେ ଏହି ମାଛର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ମାଛର ଉଡ଼ିବା ଓ କ୍ଷୀପ୍ର ବେଗରେ ପହଁରିବାର ଦୃଶ୍ୟ କଏଦ୍ ହୋଇରହିଛି । ଏହି ମାଛ ଶରୀରରେ ନୀଳ, ଧଳା ଓ ରୁପେଲି ରଙ୍ଗର ଦାଗ ରହିଥାଏ । ଏହା ହେଉଛି ଏକ ସର୍ବାହାରୀ ମାଛ, ଯାହାର ଲମ୍ବ ୧୫ ସେଣ୍ଟିମିଟରରୁ ୫୧ ସେମି ପର୍ଯ୍ୟନ୍ତ ଏବଂ ଏହାର ଓଜନ ୯୦୦ ଗ୍ରାମ୍ ପର୍ଯ୍ୟନ୍ତ ଥାଏ । ଏହି ମାଛ ଏକ୍ସୋକୋଟେଡ୍ ପରିବାରର ଅଂଶ ହୋଇଥିବାବେଳେ ଏମାନଙ୍କ ୪୦ରୁ ଅଧିକ ପ୍ରଜାତି ଥାଆନ୍ତି ।




