ଇଭି ହ୍ୟାକିଂ
ଆଜିକାଲି ଆଡଭାନ୍ସ ଟେକ୍ନୋଲୋଜିର କେବଳ ଯେ ଉପଯୋଗିତା ଦେଖିବାକୁ ମିଳୁଛି ତାହା ନୁହେଁ, ଏହାର ଖରାପ ପ୍ରଭାବ ମଧ୍ୟ ରହୁଛି । ଏହି ନୂତନ ଜ୍ଞାନକୌଶଳକୁ ବ୍ୟବହାର କରି ହ୍ୟାକରମାନେ ଅନେକ କ୍ରାଇମ୍ ଘଟାଉଛନ୍ତି । ଏହି କ୍ରାଇମ ତାଲିକା ବେଶ୍ ଲମ୍ବା, ତେବେ ସେଥିରେ ବର୍ତ୍ତମାନ ଯୋଡିହୋଇଛି ଆଉ ଏକ ନୂଆ ହ୍ୟାକିଂ । ଏହି ନୂଆ ହ୍ୟାକିଂଟି ହେଉଛି ଇଭି ହ୍ୟାକିଂ । ଆଜିକାଲି ଇଭିର ବ୍ୟବହାର ଢେର ମାତ୍ରାରେ ବଢିଛି, ଯାହା ହ୍ୟାକରମାନଙ୍କୁ […]
ଆଜିକାଲି ଆଡଭାନ୍ସ ଟେକ୍ନୋଲୋଜିର କେବଳ ଯେ ଉପଯୋଗିତା ଦେଖିବାକୁ ମିଳୁଛି ତାହା ନୁହେଁ, ଏହାର ଖରାପ ପ୍ରଭାବ ମଧ୍ୟ ରହୁଛି । ଏହି ନୂତନ ଜ୍ଞାନକୌଶଳକୁ ବ୍ୟବହାର କରି ହ୍ୟାକରମାନେ ଅନେକ କ୍ରାଇମ୍ ଘଟାଉଛନ୍ତି । ଏହି କ୍ରାଇମ ତାଲିକା ବେଶ୍ ଲମ୍ବା, ତେବେ ସେଥିରେ ବର୍ତ୍ତମାନ ଯୋଡିହୋଇଛି ଆଉ ଏକ ନୂଆ ହ୍ୟାକିଂ । ଏହି ନୂଆ ହ୍ୟାକିଂଟି ହେଉଛି ଇଭି ହ୍ୟାକିଂ । ଆଜିକାଲି ଇଭିର ବ୍ୟବହାର ଢେର ମାତ୍ରାରେ ବଢିଛି, ଯାହା ହ୍ୟାକରମାନଙ୍କୁ ଏକ ନୂଆ ବାଟ ଦେଖାଇଛି । ଗବେଷଣା ଅନୁସାରେ ଯେତେବେଳେ ଲୋକମାନେ ସେମାନଙ୍କ ଇଭିକୁ ଚାର୍ଜିଂ ଷ୍ଟେସନ୍ରେ ପ୍ଲଗଇନ୍ କରନ୍ତି, ସେହି ସମୟରେ ହ୍ୟାକ୍ ହେବାର ସମ୍ଭାବନା ରହିଥାଏ । ହ୍ୟାକରମାନେ ପବ୍ଲିକ୍ ଚାର୍ଜିଂ ସିଷ୍ଟମରେ କିଛି ସଫଫେଓ୍ୱର୍ ଇନଷ୍ଟଲ୍ କରିଥାଆନ୍ତି, ଯାହା ଇଭିକୁ ହ୍ୟାକ୍ କରିବାରେ ସକ୍ଷମ । ଏହି ହ୍ୟାକିଂ ଫଳରେ ସେମାନେୟୁଜର୍ସଙ୍କ ଆଇଡିରୁ ସେମାନଙ୍କ ଲୋକେସନ୍, ପେମେଣ୍ଟ୍ ମେଥଡ ସହ ଅନ୍ୟାନ ବ୍ୟକ୍ତିଗତ ତଥ୍ୟ ନେବାରେ ସକ୍ଷମ ହେଉଛନ୍ତି । ଯାହାକୁ ପରେ ବ୍ୟବହାର କରି ବିଭିନ୍ନ କ୍ରାଇମ୍ ହେବାର ଆଶଙ୍କା ରହିଛି । ତେଣୁ ବର୍ତ୍ତମାନ ଇଭି ଚାର୍ଜ କରିବା ପୂର୍ବରୁ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ସେହିଭଳି ଯଦି ଅଧିକ ସମୟ ଚାର୍ଜ କରିବାର ଅଛି, ତାହେଲେ ପବ୍ଲିକ୍ ପ୍ଲେସ୍ରେ ଥିବା ଚାର୍ଜିଂ ପଏଣ୍ଟକୁ ଆଭୋଏଡ୍ କରନ୍ତୁ । ଅଧିକ ସମୟ ଧରି ପବ୍ଲିକ୍ ପ୍ଲେସ୍ରେ ଚାର୍ଜ କରିବା ଦ୍ୱାରା ହ୍ୟାକିଂର ଡର ବଢିଥାଏ ।




