ଆସ୍ପରଜିଲସ୍ ଫୁମିଗାଟସ୍
ବର୍ତ୍ତମାନ ଆମେରିକାର ଏକ ଘାତକ ଫଙ୍ଗସ ବା କବକ ବ୍ୟାପିବାରେ ଲାଗିଛି, ଯେଉଁ କାରଣରୁ ସେଠିକାର ଲୋକମାନେ ବିଭିନ୍ନ ସମସ୍ୟା ଭୋଗୁଥିବା ଦେଖିବାକୁ ମିଳୁଛି । ଏହି ଫଙ୍ଗସର ବୈଜ୍ଞାନିକ ନାଁ ରହିଛି ଆସ୍ପରଜିଲସ୍ ଫୁମିଗାଟସ୍ । ଏହି ଫଙ୍ଗସଟି ଶରୀର ଭିତରକୁ ଯିବାପରେ ଭିତରୁ ଆମ ଟିସୁକୁ ନଷ୍ଟ କରିଦେଉଛି । ଏହି ଘାତକ କବକଟି ବାୟୁ ସାହାଯ୍ୟରେ ଚାରିଆଡେ ବ୍ୟାପିବାରେ ଲାଗିଛି , ଯେଉଁ କାରଣରୁ ଏହା ଖୁବ ଅଧିକ ବେଗରେ ବଢିବାରେ ଲାଗିଛି […]
ବର୍ତ୍ତମାନ ଆମେରିକାର ଏକ ଘାତକ ଫଙ୍ଗସ ବା କବକ ବ୍ୟାପିବାରେ ଲାଗିଛି, ଯେଉଁ କାରଣରୁ ସେଠିକାର ଲୋକମାନେ ବିଭିନ୍ନ ସମସ୍ୟା ଭୋଗୁଥିବା ଦେଖିବାକୁ ମିଳୁଛି । ଏହି ଫଙ୍ଗସର ବୈଜ୍ଞାନିକ ନାଁ ରହିଛି ଆସ୍ପରଜିଲସ୍ ଫୁମିଗାଟସ୍ । ଏହି ଫଙ୍ଗସଟି ଶରୀର ଭିତରକୁ ଯିବାପରେ ଭିତରୁ ଆମ ଟିସୁକୁ ନଷ୍ଟ କରିଦେଉଛି । ଏହି ଘାତକ କବକଟି ବାୟୁ ସାହାଯ୍ୟରେ ଚାରିଆଡେ ବ୍ୟାପିବାରେ ଲାଗିଛି , ଯେଉଁ କାରଣରୁ ଏହା ଖୁବ ଅଧିକ ବେଗରେ ବଢିବାରେ ଲାଗିଛି । ସେହିଭଳି ଏହି ଫଙ୍ଗସ୍ ମାଟି, ଘରର ଧୂଳି କିମ୍ବା ମରିଯାଇଥିବା ଗଛରେ ରହିଥାଏ । ତେବେ କିଛି ବ୍ୟକ୍ତିଙ୍କ ରୋଗପ୍ରତିରୋଧକ ଶକ୍ତି ଏହାକୁ ନଷ୍ଟ କରିବାରେ ସଫଳ ହୋଇଥାଏ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ଏଥିରୁ ବଞ୍ଚିବାପାଇଁ ସମସ୍ତଙ୍କୁ ଧୂଳି ମାଟିରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ଲକ୍ଷଣ ଦେଖିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।




