ଆତ୍ମା ଆଣିବାକୁ ଡାକ୍ତରଖାନାରେ

ଆତ୍ମା ଆଣିବାକୁ ଡାକ୍ତରଖାନାରେ
Ipsita Picture
By: Ipsita


ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଠାରେ ଥିବା ରତଲାମ ମେଡିକାଲ କଲେଜକୁ କିଛି ଗାଁ ଲୋକ ଜଣେ ମୃତ ବ୍ୟକ୍ତିଙ୍କର ଆତ୍ମାକୁ ଆଣିବାକୁ ପହଞ୍ଚିଥିଲେ । ସେମାନେ ଏହି ସମୟରେ ଢୋଲ ଓ ଥାଳି ବଜାଇବା ସହିତ ହାତରେ ଖଣ୍ଡା ମଧ୍ୟ ଧରିଥିଲେ । ଏଭଳି ଭାବେ ସେମାନେ ତିନି ମାସ ତଳେ ମୃତ୍ୟୁ ବରଣ କରିଥିବା ଏକ ବ୍ୟକ୍ତିଙ୍କର ଆତ୍ମାକୁ ଆଣିବାକୁ ପହଞ୍ଚିଥିଲେ । ସୂଚନା ଅନୁସାରେ ଜଣେ ବ୍ୟକ୍ତି କିଛି ମାସ ତଳେ କୀଟନାଶକ ପି ଆତ୍ମହତ୍ୟା କରିଥିଲେ । ଯାହାପରେ ସଂପୃକ୍ତ ବ୍ୟକ୍ତିଙ୍କର ଆତ୍ମା ଜଣଙ୍କ ଶରୀରରେ ଭୁତ ହୋଇ ଲାଗିଥିଲେ । ଯିଏ ଗାଁ ଲୋକଙ୍କୁ ନିର୍ଦ୍ଦେଶ ଦେଇଥିଲେ କି ଡାକ୍ତରଖାନାରୁ ତାଙ୍କ ଆତ୍ମାକୁ ଆଣିବାକୁ । ଯାହାପରେ ଗ୍ରାମବାସୀ ତାଙ୍କ କଥା ମାନି ହାତରେ ପଥର ଧରି ଡାକ୍ତରଖାନାରେ ପହଞ୍ଚିଥିଲେ । ଏହି ପଥରରେ ତାଙ୍କ ଆତ୍ମାକୁ କଏଦ କରି ଆଣିବା ପରେ ତାହାକୁ ଗୋଟିଏ ସ୍ଥାନରେ ରଖି ପୂଜା କରାଯିବା ପାଇଁ ମଧ୍ୟ ଯୋଜନା କରାଯାଇଛି । ଘଟଣାଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏଭଳି ମାନସିକତାକୁ ସମାଲୋଚନା କରୁଥିବା ଦେଖିବାକୁ ମିଳୁିଛି ।

Read More ବିପଦ ଜନକ ଭିଡିଓ ଗେମ୍‌

Tags: