ଆଜି ପବିତ୍ର ମହାଳୟା,ପିତୃପୁରୁଷଙ୍କୁ ତର୍ପଣର ଦିନ

ଆଜି ହେଉଛି ପବିତ୍ର ମହାଳୟା ତିଥି I ଆଜି ପିତୃପକ୍ଷର ଶେଷ ଦିନ Iଭାଦ୍ରବ ମାସର ଶୁକ୍ଳ ପକ୍ଷର ପୂର୍ଣ୍ଣିମାରୁ ୧୫ ଦିନ ଯାଏ ପିତୃପକ୍ଷ ଆରମ୍ଭ ହୋଇ ଆଶ୍ଵିନ ମାସ ଅମାବାସ୍ୟାରେ ସରିଥାଏ I ପିତୃପକ୍ଷଙ୍କ ଆବାହନର ଅନ୍ତିମ ଦିବସ ହେଉଛି ପବିତ୍ର ମହାଳୟା। ଏହି ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନଭଳି ପରମ୍ପରା ଉତ୍କଳୀୟ ସସ୍କୃତିରେ ଦେଖିବାକୁ ମିଳିଥାଏ। ମହାଳୟା ଅମାବାସ୍ୟାରେ ପିତୃକୁଳ ଓ ମାତୃକୁଳକୁ ଆଜି ପୁତ୍ରମାନେ ପିଣ୍ଡ ଦାନ କରିଥାନ୍ତି । ଭାରତୀୟ ସଂସ୍କୃତିରେ […]

Samaya Live Picture
Published On

ଆଜି ହେଉଛି ପବିତ୍ର ମହାଳୟା ତିଥି I ଆଜି ପିତୃପକ୍ଷର ଶେଷ ଦିନ Iଭାଦ୍ରବ ମାସର ଶୁକ୍ଳ ପକ୍ଷର ପୂର୍ଣ୍ଣିମାରୁ ୧୫ ଦିନ ଯାଏ ପିତୃପକ୍ଷ ଆରମ୍ଭ ହୋଇ ଆଶ୍ଵିନ ମାସ ଅମାବାସ୍ୟାରେ ସରିଥାଏ I ପିତୃପକ୍ଷଙ୍କ ଆବାହନର ଅନ୍ତିମ ଦିବସ ହେଉଛି ପବିତ୍ର ମହାଳୟା। ଏହି ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନଭଳି ପରମ୍ପରା ଉତ୍କଳୀୟ ସସ୍କୃତିରେ ଦେଖିବାକୁ ମିଳିଥାଏ। ମହାଳୟା ଅମାବାସ୍ୟାରେ ପିତୃକୁଳ ଓ ମାତୃକୁଳକୁ ଆଜି ପୁତ୍ରମାନେ ପିଣ୍ଡ ଦାନ କରିଥାନ୍ତି ।

ଭାରତୀୟ ସଂସ୍କୃତିରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା କର୍ମ ବହୁକାଳରୁ ଚଳିଆସୁଛି। ପିତୃପୁରୁଷଙ୍କ ମୃତ୍ୟୁ ଦିବସରେ ପ୍ରତିବର୍ଷ ଶ୍ରାଦ୍ଧ ପ୍ରଦାନ କରାଯାଉଥିଲେ ମଧ୍ୟ ମହାଳୟା ଶ୍ରାଦ୍ଧର ରହିଛି ସ୍ୱତନ୍ତ୍ରତା । ଏହି ସମୟ ମଧ୍ୟରେ ପୂର୍ବପୁରୁଷଙ୍କୁ ଶ୍ରାଦ୍ଧ ଦେଲେ ପିତୃଋଣରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । ଶାସ୍ତ୍ରାନୁଯାୟୀ, ଆଶ୍ୱିନ କୃଷ୍ଣପକ୍ଷରେ ପିତା ତଥା ମା’ଙ୍କ ମୃତୁ୍ୟତିଥିରେ ଜ୍ୟେଷ୍ଠପୁତ୍ର ସସ୍ତ୍ରୀକ ଶୁଦ୍ଧପୂତ ଭାବେ ଶ୍ରାଦ୍ଧ ପ୍ରଦାନ ଏବଂ ବ୍ରାହ୍ମଣଙ୍କୁ ଭୋଜନ ଦେଲେ ପିତୃପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ। ମହାଳୟାରେ ମା’ଙ୍କ ପିତ୍ରାଳୟର ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଏ । ଅରୁଆ ଚାଉଳ, ଡାଲି, ଜଳ ଆଦିକୁ ତର୍ପଣ କରାଯାଏ । ପରେ ତାହାକୁ ଗାଈ, କାଉ ଆଦି ପଶୁପକ୍ଷୀଙ୍କୁ ଦିଆଯାଏ । ତର୍ପଣ ଦ୍ୱାରା ପିତୃପୁରୁଷଙ୍କ ଆଶୀର୍ବାଦ ମିଳିଥାଏ, ଯାହାଫଳରେ ସମସ୍ତ ପାପ କ୍ଷୟ ହୁଏ ବୋଲି ମଧ୍ୟ ବିଶ୍ୱାସ ରହିଛି । ମହାଳୟା ଅବସରରେ ଚୁଟି, ନଖ, ଦାଢ଼ି ଆଦି କାଟିବା ଏବଂ ଆମିଷ ଭୋଜନ ଆଦି ବର୍ଜନୀୟ ।

ପିତୃପୁରୁଷମାନଙ୍କୁ ମହାଳୟା ଦିନ ସ୍ମରଣ କରାଯାଏ। ଶ୍ରଦ୍ଧାଳୁମାନେ ସେମାନଙ୍କ ପୂର୍ବପୁରୁଷଙ୍କ ସ୍ମୃତିରେ ତର୍ପଣ କରନ୍ତି। ପବିତ୍ର ଗଙ୍ଗା ନଦୀ ହେଉ କି ଅନ୍ୟାନ୍ୟ ନଦୀକୂଳରେ ଖାଲି ପେଟରେ ତର୍ପଣ ଦିଆଯାଏ। ରୀତିନୀତି ସମାପ୍ତ କରିବା ପରେ ଶ୍ରଦ୍ଧାଳୁମାନେ ଖାଦ୍ୟ ଗ୍ରହଣ କରନ୍ତି।

ମହାଳୟା ପିତୃପକ୍ଷର ସମାପନର ପ୍ରତୀକ ହୋଇଥିବାରୁ ଏହାକୁ ପିତୃ ଅମାବାସ୍ୟା ମଧ୍ୟ କୁହାଯାଏ। କେତେକ ହିନ୍ଦୁ ଘରେ ଏହି ଦିନ ପିତୃ ତର୍ପଣ ନାମରେ ମଧ୍ୟ ପାଳନ କରାଯାଏ। ଏହି ରୀତିନୀତି ଅନୁଯାୟୀ, ଦିବଂଗତ ପିତୃପୁରୁଷଙ୍କ ସମ୍ମାନାର୍ଥେ ପବିତ୍ର ନଦୀ କୂଳରେ ପ୍ରାର୍ଥନା ଓ ପିଣ୍ଡଦାନ କରାଯାଏ। ବିଶ୍ୱାସ କରାଯାଏ ଯେ ମହାଳୟା ଅମାବାସ୍ୟା ସକାଳେ ପିତୃପୁରୁଷଙ୍କୁ ଭବ୍ୟ ବିଦାୟ ଦିଆଯାଏ। ଏପରି କରି ଜୀବିତ ଲୋକମାନେ ସେମାନଙ୍କ ଆଶୀର୍ବାଦ ଏବଂ ସୁଖ ପ୍ରାପ୍ତ କରନ୍ତି।

Tags: