ଆଜି ପବିତ୍ର ଗୁଡ଼ ଫ୍ରାଇ ଡେ
ଆଜି ହେଉଛି ଶୁଭ ଗୁଡ଼ ଫ୍ରାଇ ଡେ I ଖ୍ରୀଷ୍ଟିଆନ ସମ୍ପ୍ରଦାୟ ର ଭାଇ ଭଉଣୀ ମାନଙ୍କ ପାଇଁ ଆଜି ଏକ ବିଶେଷ ଦିନ। ଏହି ଦିନ ମହାତ୍ମା ଯୀଶୁଙ୍କୁ କୃଶ ବିଦ୍ଧ କରାଯାଇଥିଲା I ତେଣୁ ପ୍ରତି ବର୍ଷ ଏପ୍ରିଲ ୭ରେ ଗୁଡ଼ ଫ୍ରାଇ ଡେ ପାଳନ କରାଯାଇଥାଏ I କିନ୍ତୁ ଏହି ଦିନ କୌଣସି ଉତ୍ସବ ମନା ଯାଇ ନଥାଏ I କାରଣ ଯୀଶୁଙ୍କୁ ଅନ୍ୟାୟରେ କୃଶ ବିଦ୍ଧ କରାଯାଇଥିବାରୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକମାନେ […]
ଆଜି ହେଉଛି ଶୁଭ ଗୁଡ଼ ଫ୍ରାଇ ଡେ I ଖ୍ରୀଷ୍ଟିଆନ ସମ୍ପ୍ରଦାୟ ର ଭାଇ ଭଉଣୀ ମାନଙ୍କ ପାଇଁ ଆଜି ଏକ ବିଶେଷ ଦିନ। ଏହି ଦିନ ମହାତ୍ମା ଯୀଶୁଙ୍କୁ କୃଶ ବିଦ୍ଧ କରାଯାଇଥିଲା I ତେଣୁ ପ୍ରତି ବର୍ଷ ଏପ୍ରିଲ ୭ରେ ଗୁଡ଼ ଫ୍ରାଇ ଡେ ପାଳନ କରାଯାଇଥାଏ I କିନ୍ତୁ ଏହି ଦିନ କୌଣସି ଉତ୍ସବ ମନା ଯାଇ ନଥାଏ I କାରଣ ଯୀଶୁଙ୍କୁ ଅନ୍ୟାୟରେ କୃଶ ବିଦ୍ଧ କରାଯାଇଥିବାରୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକମାନେ ଏହି ଦିନକୁ କଳା ଦିବସ ଭାବରେ ପାଳନ କରନ୍ତି I ଖ୍ରୀଷ୍ଟିଆନ ଧର୍ମାବଲମ୍ବୀମାନେ ଶୁଭ ଶୁକ୍ରବାର ଦିନ ପ୍ରଭୁ ଯୀଶୁଙ୍କ ବଳିଦାନ ଦିନ ଭାବରେ ମନେ କରିଥାନ୍ତି I ଏହି ଦିନ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀମାନେ ଚର୍ଚ୍ଚକୁ ଯାଇ ପ୍ରାର୍ଥନା କରନ୍ତି ।
ପ୍ରତି ବର୍ଷ ଇଷ୍ଟର ରବିବାର ପୂର୍ବରୁ ଗୁଡ଼ ଫ୍ରାଇ ଡେ ପଡିଥାଏ I ଏହି ବର୍ଷ ଇଷ୍ଟର ରବିବାର ୦୯ ଏପ୍ରିଲରେ ପଡୁଥିବାବେଳେ ୦୭ ଏପ୍ରିଲରେ ଗୁଡ଼ ଫ୍ରାଇ ଡେ ପାଳନ କରାଯିବ। ଆଜିର ଦିନରେ ସାରା ବିଶ୍ୱରେ ପ୍ରଭୁ ଯୀଶୁଙ୍କୁ ସ୍ମରଣ କରି ବିଭିନ୍ନ ଚର୍ଚ୍ଚରେ ସ୍ୱତନ୍ତ୍ର ପ୍ରାର୍ଥନା କରିଥାନ୍ତି ଖ୍ରୀଷ୍ଟ ଧର୍ମଲମ୍ବୀ।
ଆଜିର ଦିନରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ଶାନ୍ତି ପାଇଁ ପ୍ରାର୍ଥନା କରିବାର ବାଲୁକା କଳାକୃତି ନିର୍ମାଣ ବେଶ ହୃଦୟସ୍ପର୍ଶୀ ହୋଇଛି। ବେଳାଭୂମିରେ ଏହି ବାଲୁକା କଳାକୃତିରେ ଛଅ ଟନ ବାଲି ବ୍ୟବହୃତ ହୋଇଛି। ଗୁଡ୍ ଫ୍ରାଇଡେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କ ପାଇଁ ଏକ ପବିତ୍ର ଦିନ। ଏହି ଅବସରରେ ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନପଟ୍ଟନାୟକ।




