ଆଜି ଜନ୍ମଦିନ , ମଙ୍ଗଳ ପାଣ୍ଡେ

ମଙ୍ଗଳ ପାଣ୍ଡେ ଜଣେ ବିଶିଷ୍ଟ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ଯିଏକି ଭାରତର ସ୍ୱାଧିନତା ସଂଗ୍ରାମରେ ପ୍ରମୁଖ ଭୂମିକା ନିଭାଇ ଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ମହତ୍ୱପୂର୍ଣ୍ଣ ଭୂମିକାକୁ ନେଇକି ଭାରତ ସରକାରଙ୍କଦ୍ୱାରା ସମ୍ମାନ ସ୍ୱରୂପ ତାଙ୍କ ନାମରେ ଏକ ଡାକ ଟିକଟ ପ୍ରଚଳନ କରାଯାଇଛି । ସେ ଉତ୍ତରପ୍ରଦେଶର ନଗଓ୍ୱା ଗ୍ରାମରେ ୧୯ ଜୁଲାଇ ୧୮୨୭ ମସିହାରେ ଜନ୍ମଗ୍ରହଣ କରିଥିଲେ । ମଙ୍ଗଳ ପାଣ୍ଡେ ପ୍ରଥମ ଥର ପାଇଁ ଇଂରେଜଙ୍କ ବିରୋଧରେ ମାରୋ ଫିରଙ୍ଗି […]

ଆଜି ଜନ୍ମଦିନ ,  ମଙ୍ଗଳ ପାଣ୍ଡେ
Samaya Live Picture
Published On

ମଙ୍ଗଳ ପାଣ୍ଡେ ଜଣେ ବିଶିଷ୍ଟ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ଯିଏକି ଭାରତର ସ୍ୱାଧିନତା ସଂଗ୍ରାମରେ ପ୍ରମୁଖ ଭୂମିକା ନିଭାଇ ଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ମହତ୍ୱପୂର୍ଣ୍ଣ ଭୂମିକାକୁ ନେଇକି ଭାରତ ସରକାରଙ୍କଦ୍ୱାରା ସମ୍ମାନ ସ୍ୱରୂପ ତାଙ୍କ ନାମରେ ଏକ ଡାକ ଟିକଟ ପ୍ରଚଳନ କରାଯାଇଛି । ସେ ଉତ୍ତରପ୍ରଦେଶର ନଗଓ୍ୱା ଗ୍ରାମରେ ୧୯ ଜୁଲାଇ ୧୮୨୭ ମସିହାରେ ଜନ୍ମଗ୍ରହଣ କରିଥିଲେ । ମଙ୍ଗଳ ପାଣ୍ଡେ ପ୍ରଥମ ଥର ପାଇଁ ଇଂରେଜଙ୍କ ବିରୋଧରେ ମାରୋ ଫିରଙ୍ଗି କୋ ନାରା ଲଗାଇଥିଲେ । ଦିବାକର ପାଣ୍ଡେ ଏବଂ ଅଭୟ ରାଣୀ ଦେବୀଙ୍କ କୋଳମଣ୍ଡନ କରିଥିବା ମଙ୍ଗଳ ପ୍ରଥମେ ସୈନ୍ୟ ବିଭାଗରେ ଯୋଗ ଦେଇଥିଲେ । କିନ୍ତୁ ଇଂରେଜମାନଙ୍କ ଆକ୍ରୋଶର ଶିକାର ହେବା ପରେ ସେ କ୍ରାନ୍ତିକାରୀ ପାଲଟି ଭାରତବାସୀଙ୍କୁ ଇଂରେଜ ଗୁଲାମୀରୁ ମୁକୁଳିବା ସଚେତନ କରିଥିଲେ । ୧୮୫୭ ମସିହା ଅପ୍ରେଲ ୮ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।

Tags: