ଆଜି ଜନ୍ମଦିନ .. ବଙ୍କିମ ଚନ୍ଦ୍ର ଚାଟାର୍ଜୀ

ଜଣେ ଉପନ୍ୟାସକାର, କବି ତଥା ସାମ୍ବାଦିକଭାବେ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କର ରହିଛି ଅନନ୍ୟ କୃତି । ତାଙ୍କ ରଚନା “ବନ୍ଦେ ମାତରମ୍‌’ ତାଙ୍କୁ ଦେଇଥାଏ ଏକ ସ୍ୱତନ୍ତ୍ର ପରିଚୟ । ସଂସ୍କୃତ ଓ ବଙ୍ଗଳା ଭାଷାରେ ରଚନା କରାଯାଇଥିବା ଏହି କବିତାକୁ ୧୯୫୦ରେ ରାଷ୍ଟ୍ରୀୟଗୀତ ଭାବେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ୧୮୩୮ ମସିହା ଜୁନ୍‌ ୨୬ରେ କୋଲକାତାରେ ଜନ୍ମ ନେଇଥିଲେ ଏହି ମହାନ କବି । ୧୮୮୨ରେ ପ୍ରକାଶିତ ହୋଇଥିବା ତାଙ୍କର ଉପନ୍ୟାସ “ଆନନ୍ଦମଠ’ […]

ଆଜି ଜନ୍ମଦିନ .. ବଙ୍କିମ ଚନ୍ଦ୍ର ଚାଟାର୍ଜୀ
Samaya Live Picture
Published On

ଜଣେ ଉପନ୍ୟାସକାର, କବି ତଥା ସାମ୍ବାଦିକଭାବେ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କର ରହିଛି ଅନନ୍ୟ କୃତି । ତାଙ୍କ ରଚନା “ବନ୍ଦେ ମାତରମ୍‌’ ତାଙ୍କୁ ଦେଇଥାଏ ଏକ ସ୍ୱତନ୍ତ୍ର ପରିଚୟ । ସଂସ୍କୃତ ଓ ବଙ୍ଗଳା ଭାଷାରେ ରଚନା କରାଯାଇଥିବା ଏହି କବିତାକୁ ୧୯୫୦ରେ ରାଷ୍ଟ୍ରୀୟଗୀତ ଭାବେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ୧୮୩୮ ମସିହା ଜୁନ୍‌ ୨୬ରେ କୋଲକାତାରେ ଜନ୍ମ ନେଇଥିଲେ ଏହି ମହାନ କବି । ୧୮୮୨ରେ ପ୍ରକାଶିତ ହୋଇଥିବା ତାଙ୍କର ଉପନ୍ୟାସ “ଆନନ୍ଦମଠ’ ଯାହା ତାଙ୍କୁ ସାରା ବିଶ୍ୱରେ ପରିଚିତ କରାଇପାରିଥିଲା । ଏହି “ବନ୍ଦେ ମାତରମ୍‌’ ସଙ୍ଗୀତଟି ଆନନ୍ଦମଠ ଉପନ୍ୟାସରେ ସ୍ଥାନିତ । ବଙ୍ଗଳା ଇତିହାସର ଜଣେ ପରିଚିତ ଚେହେରାଥିଲେ ବଙ୍କିମ ଚନ୍ଦ୍ର ଚାଟାର୍ଜୀ । ତାଙ୍କର ପାଠପଢା ହୁଗଳି କଲେଜ ଓ ପ୍ରେସିଡେନ୍ସି କଲେଜ୍‌ରେ ହୋଇଥିଲା । ପ୍ରେସିଡେନ୍ସ କଲେଜ୍‌ରୁ ବି.ଏ ଉପାଧିନେବାରେ ସେ ଥିଲେ ପ୍ରଥମ ଭାରତୀୟ । ତାଙ୍କର ପ୍ରଥମ ରଚନା ଥିଲା “ରାଜମୋହନସ୍‌ ଓ୍ୱାଇଫ୍‌’ ଯାହାକୁ ଇଂରାଜୀରେ ରଚନା କରିଥିଲେ । ସେହିଭଳି ତାଙ୍କର ପ୍ରଥମ ବଙ୍ଗଳା ରଚନା ଥିଲା “ଦୁର୍ଗେଶନନ୍ଦିନୀ’ ଯାହା ଲୋକପ୍ରିୟ ଥିଲା । ଏହିଭଳି ଭାବେ ତାଙ୍କର ଅନେକ ରଚନା ରହିଛି ଯାହା ପାଠକଙ୍କ ମହଲରେ ବେଶ୍‌ ଆଦୃତି ଲାଭ କରିଛି । ଏହି ମହାନ କବିଙ୍କର ମାତ୍ର ୫୫ ବର୍ଷରେ ୧୮୯୪ ଏପ୍ରିଲ ୮ ତାରିଖରେ ଦେହାନ୍ତ ହୋଇଥିଲା ।

Tags: