ଆଜି ଚିତାଲାଗି ଅମାବାସ୍ୟା,ମହାପ୍ରଭୁଙ୍କ ଠାରେ ଲାଗି ହେବ ରତ୍ନ ଚିତା
ପୁରୀ: ଆଜି ପବିତ୍ର ଶ୍ରାବଣ ସଂକ୍ରାନ୍ତି ସାଙ୍ଗକୁ ଏକାସହିତ ପଡିଛି ଚିତାଲାଗି ଅମାବାସ୍ୟା। ଆଜି ଶ୍ରୀମନ୍ଦିରେ ପାଳିତ ହେବ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ତିନିଠାକୁରଙ୍କ ଚିତା ଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଠାରେ ରତ୍ନ ଖଚିତ ସୁବର୍ଣ୍ଣ ଚିତା ଲାଗି କରାଯିବ।ସ୍ନାନପୂର୍ଣ୍ଣିମା ପୂର୍ବରୁ ରତ୍ନଖଚିତ ସ୍ୱର୍ଣ୍ଣ ଚିତାକୁ କାଢ଼ି ଦିଆଯାଇଥାଏ । ତାକୁ ପୁଣି ଥରେ ଚିତାଲାଗି ଅମାବାସ୍ୟାରେ ଲାଗି କରାଯାଏ। ଦାରୁବିଗ୍ରହଙ୍କୁ ଦଇତାପତି ସେବକମାନେ ରତ୍ନଚିତା ଲାଗି […]
ପୁରୀ: ଆଜି ପବିତ୍ର ଶ୍ରାବଣ ସଂକ୍ରାନ୍ତି ସାଙ୍ଗକୁ ଏକାସହିତ ପଡିଛି ଚିତାଲାଗି ଅମାବାସ୍ୟା। ଆଜି ଶ୍ରୀମନ୍ଦିରେ ପାଳିତ ହେବ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ତିନିଠାକୁରଙ୍କ ଚିତା ଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଠାରେ ରତ୍ନ ଖଚିତ ସୁବର୍ଣ୍ଣ ଚିତା ଲାଗି କରାଯିବ।ସ୍ନାନପୂର୍ଣ୍ଣିମା ପୂର୍ବରୁ ରତ୍ନଖଚିତ ସ୍ୱର୍ଣ୍ଣ ଚିତାକୁ କାଢ଼ି ଦିଆଯାଇଥାଏ । ତାକୁ ପୁଣି ଥରେ ଚିତାଲାଗି ଅମାବାସ୍ୟାରେ ଲାଗି କରାଯାଏ।
ଦାରୁବିଗ୍ରହଙ୍କୁ ଦଇତାପତି ସେବକମାନେ ରତ୍ନଚିତା ଲାଗି କରାଇବେ। ପ୍ରଥମ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ରତ୍ନ ସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀ ଖଟ ଶେଯ ଘରକୁ ବିଜେ କରିଥାନ୍ତି । ସୂଚନାଥାଉ କି,ମହାପ୍ରଭୁ ଅଣସର ପିଣ୍ଡିକୁ ବିଜେ କରିବା ବେଳେ ରତ୍ନଚିତା ଓଲାଗି କରାଯାଇଥିଲା। ରଥରେ ମହାପ୍ରଭୁ ସୋଲଚିତା ଲାଗି ହୋଇଥିଲେ। ପରମ୍ପରା ମୁତାବକ, ଚିତାଲାଗି ଅମାବାସ୍ୟାରେ ଠାକୁରଙ୍କୁ ରତ୍ନଚିତା ଲାଗି କରାଯିବ।
ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ୱେତ ହୀରାଖଚିତ ସୁବର୍ଣ୍ଣ ଚିତା, ବଡ଼ଠାକୁର ମାଣିକ୍ୟ ଏବଂ ଦେବୀ ସୁଭଦ୍ରା ଲୀଳା ଖଚିତ ସୁବର୍ଣ୍ଣ ଚିତା ଧାରଣ କରିବେ। ଶ୍ରୀଜିଉମାନଙ୍କ କପାଳର ଶୀର୍ଷ ଭାଗରେ ଓଷୁଅରେ ପାଟ ଡୋର ସାହାଯ୍ୟରେ ତିନିଟି ସ୍ୱର୍ଣ୍ଣ ଚିତାକୁ ଦୃଢ଼ ଭାବରେ ବନ୍ଧା ଯାଇଥାଏ । ଶ୍ରୀବଳଭଦ୍ରଙ୍କ ଚିତା ମଝିରେ ଏକ ବଡ଼ ମର୍କତ ପଥର ରହିଛି। ଏହାର ଚାରି ପଟେ ପାଞ୍ଚଟି ବେଢରେ ଲାଗିଛି ମାଣିକ, ହୀରା, ମର୍କତ ଓ ନୀଳ ପଥର । ସେହିପରି ଶ୍ରୀଜଗନ୍ନାଥଙ୍କ ସ୍ୱର୍ଣ୍ଣଚିତା ମଝିରେ ରହିଛି ହୀରା । ଚିତାର ୭ଟି ବେଢ଼ରେ ମାଣିକ, ହୀରା, ପାନ୍ନା ଖଞ୍ଜା ହୋଇଛି। ସପ୍ତମ ବେଢ଼ର ଶୀର୍ଷରେ ପାନପତ୍ର ଆକୃତିର ଏକ ହୀରା ରହିଛି । ତାକୁ କୁହାଯାଏ ବ୍ରହ୍ମଜ୍ୟୋତି ହୀରା । ଦେବୀ ସୁଭଦ୍ରାଙ୍କ ଚିତା ମଝିରେ ଏକ ବଡ଼ ମାଣିକ ପଥର ରହିଛି।
ଏଠି ସକାଶେ ପ୍ରଥମ ଭୋଗମଣ୍ଡପ ଶେଷ ପରେ ସର୍ବସାଧାରଣ ଦର୍ଶନ ଆପାତତଃ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୪ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ। ସେହିପରି ଆଜି ସନ୍ଧ୍ୟା ଧୂପରେ ମହାପ୍ରଭୁଙ୍କଙ୍କ ଠାରେ ଚିତଉ ପିଠା ଲାଗି ହେବାର ପରମ୍ପରା ରହିଥିବାବେଳେ ଏହାକୁ ଚିତଉ ଅମାବାସ୍ୟା ମଧ୍ୟ କୁହାଯାଏ I




