ଆଇ ମା କାହାଣୀ, ବଉଳା ଗାଈ

ପିଲାଦିନେ ଆମେ ଏଭଳି ଅନେକ କାହାଣୀ ଶୁଣିଥାଉ ଯାହା ବିଭିନ୍ନ ପ୍ରକାର ନୀତି ଆଦର୍ଶ ଆମକୁ ପିଲାଦିନୁ ଶିଖାଇଥାଏ । ସେହିଭଳି ଏକ କାହାଣୀ ହେଲା ବଉଳା ଗାଈ । ବଉଳା ଗାଈ କାହାଣୀ ଜଣେ ମାଆର ମମତା ଉପରେ ଆଧାରିତ । ଦୁନିଆରେ ମାଆର ମମତା ସବୁଠାରୁ ଶ୍ରେଷ୍ଠ ହୋଇଥାଏ, ଏହା ପଥରକୁ ମଧ୍ୟ ତରଳାଇବାରେ ସକ୍ଷମ ହୋଇଥାଏ । ସେହିଭଳି ଏକ ଉଦାହରଣ ଏହି କାହାଣୀ ମାଧ୍ୟମରେ ଦିଆଯାଇଛି । ସେହିଭଳି ଜୀବନରେ ଦୟା […]

ଆଇ ମା କାହାଣୀ, ବଉଳା ଗାଈ
Samaya Live Picture
Published On


ପିଲାଦିନେ ଆମେ ଏଭଳି ଅନେକ କାହାଣୀ ଶୁଣିଥାଉ ଯାହା ବିଭିନ୍ନ ପ୍ରକାର ନୀତି ଆଦର୍ଶ ଆମକୁ ପିଲାଦିନୁ ଶିଖାଇଥାଏ । ସେହିଭଳି ଏକ କାହାଣୀ ହେଲା ବଉଳା ଗାଈ ।

ବଉଳା ଗାଈ କାହାଣୀ ଜଣେ ମାଆର ମମତା ଉପରେ ଆଧାରିତ । ଦୁନିଆରେ ମାଆର ମମତା ସବୁଠାରୁ ଶ୍ରେଷ୍ଠ ହୋଇଥାଏ, ଏହା ପଥରକୁ ମଧ୍ୟ ତରଳାଇବାରେ ସକ୍ଷମ ହୋଇଥାଏ । ସେହିଭଳି ଏକ ଉଦାହରଣ ଏହି କାହାଣୀ ମାଧ୍ୟମରେ ଦିଆଯାଇଛି । ସେହିଭଳି ଜୀବନରେ ଦୟା ଭାବନା ରଖିବା ଖୁବ ଆବଶ୍ୟକ ବୋଲି ଏହି କାହାଣୀରେ ଦର୍ଶା ଯାଇଛି । କାହାଣୀଟିର ଆମ ଜୀବନ ଉପରେ ଅଧିକ ପ୍ରଭାବ ରହିଥିବା ଦେଖିବାକୁ ମିଳିଥାଏ । ଆସନ୍ତୁ ଜାଣିବା କାହାଣୀର ମୁଖ୍ୟ ବସ୍ତୁ ।
ଗୋଟିଏ ଗ୍ରାମରେ ବଉଳା ନାମରେ ଏକ ଗାଈ ତା ବାଛୁରୀ ସହିତ ରହୁଥାଏ । ପ୍ରତିଦିନ ସକାଳୁ ସେ ତା ଛୁଆକୁ କ୍ଷୀର ଖାଇବାକୁ ଦେଇ ଜଙ୍ଗଲକୁ ଚରିବାକୁ ବାହାରି ପଡେ । ଏହାତାର ସବୁଦିନର କାହାଣୀ, ସବୁଦିନ ସକାଳୁ ଯାଇ ସେ ସନ୍ଧ୍ୟାରେ ପୁଣି ଘରକୁ ଫେରିଆସେ ତା ଛୁଆ ପାଖକୁ । ସେହିଭଳି ଗୋଟିଏ ଦିନ ସକାଳୁ ସେ ବାହାରି ଯାଇଥିଲା ଛୁଆକୁ କ୍ଷୀର ଦେଇ ଜଙ୍ଗଲକୁ ଚରିବାକୁ ଗଲା । ତେବେ ସେଦିନ କିଛି ଭିନ୍ନ ଘଟଣା ତା ସହିତ ଘଟିଲା । ସେଦିନ ସେ ଗୋଟିଏ ବାଘ ହାବୁଡରେ ପଡିଗଲା । ବାଘଟି ଗାଈଟିକୁ ଏକୁଟିଆ ଦେଖି ଖାଇବାକୁ ଇଚ୍ଛା କଲା । ହେଲେ ଗାଈଟି ବାଘକୁ ଖୁବ ନେହୁରା ହେଲା ତାକୁ ସଙ୍ଗେସଙ୍ଗେ ନଖାଇବାକୁ । ବଉଳା ବାଘକୁ ନିଜର ମନ କଥା ଖୋଲି କହିଲା । କହିଲା ତା ଛୁଆ ଏକା ଘରେ ଅଛି, ସେ ସକାଳୁ କିଛି ଖାଇ ନଥିବା । ସେ ଯଦି ଘରକୁ ନଗଲା ତେବେ ସେ ଭୋକରେ ଆଉଟୁ ପାଉଟୁ ହେବ । ତେବେ ସେ ବାଘକୁ କଥା ଦେଲା କି ସେ ଘରେ ତା ଛୁଆକୁ ଖାଇବାକୁ ଦେଇ ପୁଣି ତା ପାଖକୁ ଫେରି ଆସିବ । ଭାଗ ତାର କଥା ଶୁଣି ତା ଉପରେ ବିଶ୍ୱାସ ରଖି ଛାଡିଲା ଏବଂ ଆସିବା ପାଇଁ ତାଗିଦ କଲା । ବଉଳା ମନ ଦୁଃଖରେ ଘରକୁ ଫେରିଲା । ଘରକୁ ଫେରି ଛୁଆକୁ ପେଟେ ଖାଇବାକୁ ଦେଲା ଏହାପରେ ତାକୁ ସବୁ କଥା ବୁଝାଇ କହିଲା । ଏହାପରେ ପୁଣି ବଣକୁ ବାଘ ପାଖକୁ ଫେରିଲା । ତେବେ ବାଘ ଭାବିଥିଲା ବଉଳା ଠକି ଚାଲିଯିବ ଆଉ ତା ପାଖକୁ ଫେରିବ ନାହିଁ । ହେଲେ ବଉଳାକୁ ଫେରିବାର ଦେଖି ବାଘ ଆଶ୍ଚର୍ଯ୍ୟ ହୋଇଗଲା । ବଉଳା ନିଜ ଶପଥ ରଖିଥିବାର ଦେଖି ତାର ବଉଳା ଉପରେ ଦୟା ଆସିଲା, ଏବଂ ସେ ତାକୁ ଛାଡିଦେଲା । ବାଘ ଛାଡିବା ପରେ ବଉଳା ମନଖୁସିରେ ନିଜ ଛୁଆ ପାଖକୁ ଫେରି ଆସିଲା । ବଉଳା ଭଳି ଜୀବନରେ ଦେଇଥିବା କଥା ରଖିବାର ଆବଶ୍ୟକତା ରହିଛି । ସେହିଭଳି ବାଘ ଭଳି ଜୀବନରେ ଦୟା ମଧ୍ୟ ରଖିବାକୁ ହୋଇଥାଏ ବୋଲି ଏହି ଗପରୁ ଶିକ୍ଷା ମିଳିଥାଏ । ଏଭଳି ଅନେକ କାହାଣୀ ରହିଛି ଯାହା ଆମକୁ ଜୀବନର ନୀତିଶିକ୍ଷା ଶିଖାଇଥାଏ ।

Tags: