ଅସୁବିଧାରେ ସି ବଟରଫ୍ଲାଏ
ସି ବଟରଫ୍ଲାଏର ଲାଇଫ୍ ଷ୍ଟାଇଲ୍କୁ ନେଇ ହୋଇଥିବା ନୂଆ ଗବେଷଣାରେ ଆଶ୍ଚର୍ଯ୍ୟକର ତଥ୍ୟ ସାମନାକୁ ଆସିଛି । ସି ବଟରଫ୍ଲାଏ କହିଲେ ସାମୁଦ୍ରିକ ଗେଣ୍ଡାର ଏକ ପ୍ରଜାତି , ଯାହା ସବୁବେଳେ ଭାସୁଥାଏ । ଏମାନଙ୍କର ସମୁଦ୍ରର କାର୍ବନ ସାଇକେଲରେ ବେଶି ଅବଦାନ ରହିଥାଏ । ନିକଟରେ ଏକ ମେରାଇନ ରିସର୍ଚ୍ଚର ଗ୍ରୁପ ଦକ୍ଷିଣ ମହାସାଗରେ ବଟରଫ୍ଲାଏର ଲାଇଫକୁ ନେଇ ଗବେଷଣା କରିଥିଲେ । ଏମାନଙ୍କର ଆକାର ବହୁତ ଛୋଟ ହୋଇଥିଲେ ବି ଏମାନଙ୍କର ଇକୋସିଷ୍ଟମ ଉପରେ […]
ସି ବଟରଫ୍ଲାଏର ଲାଇଫ୍ ଷ୍ଟାଇଲ୍କୁ ନେଇ ହୋଇଥିବା ନୂଆ ଗବେଷଣାରେ ଆଶ୍ଚର୍ଯ୍ୟକର ତଥ୍ୟ ସାମନାକୁ ଆସିଛି । ସି ବଟରଫ୍ଲାଏ କହିଲେ ସାମୁଦ୍ରିକ ଗେଣ୍ଡାର ଏକ ପ୍ରଜାତି , ଯାହା ସବୁବେଳେ ଭାସୁଥାଏ । ଏମାନଙ୍କର ସମୁଦ୍ରର କାର୍ବନ ସାଇକେଲରେ ବେଶି ଅବଦାନ ରହିଥାଏ । ନିକଟରେ ଏକ ମେରାଇନ ରିସର୍ଚ୍ଚର ଗ୍ରୁପ ଦକ୍ଷିଣ ମହାସାଗରେ ବଟରଫ୍ଲାଏର ଲାଇଫକୁ ନେଇ ଗବେଷଣା କରିଥିଲେ । ଏମାନଙ୍କର ଆକାର ବହୁତ ଛୋଟ ହୋଇଥିଲେ ବି ଏମାନଙ୍କର ଇକୋସିଷ୍ଟମ ଉପରେ ପ୍ରଭାବ ରହିଛି । ତେବେ ଏମାନଙ୍କ ଜୀବନ ବର୍ତ୍ତମାନ ବିପଦରେ । ନ୍ୟାସନାଲ ଲାଇବ୍ରେରୀ ଅଫ ମେଡିସିନ୍ ପତିକ୍ରାରେ ପ୍ରକାଶିତ ରିପୋର୍ଟ ଅନୁସାରେ ସମୁଦ୍ରରେ ବଢୁଥିବା ତାପମାତ୍ରା କାରଣରୁ ଏମାନଙ୍କ ଜୀବନକାଳ କମିବାରେ ଲାଗିଛି । ସମୁଦ୍ରରର ବିଭିନ୍ନ ରିଜିନରୁ ସେମାନଙ୍କୁ ଆଣି ଲାବ୍ରୋଟୋରୀରେ ପରୀକ୍ଷା କରାଯାଇଛି । ପାଣିର ତାପମାତ୍ରାରେ ବୃଦ୍ଧି କାରଣରୁ ସେମାନଙ୍କ ଶରୀରରେ ଅନେକ ସମସ୍ୟା ଦେଖିବାକୁ ମିଳୁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଭାବେ ଉଭା ହୋଇଛି ଲାର୍ଭାଙ୍କର ମୃତ୍ୟୁ । ଏମାନଙ୍କ ଲାର୍ଭାର ଜୀବନ ସମ୍ପୁର୍ଣ୍ଣଭାବେ ତାପମାତ୍ରା ଉପରେ ନିର୍ଭର କରୁଥିବାରୁ ଏପରି ସମସ୍ୟା ଦେଖିବାକୁ ମିଳୁଥିବା ଗବେଷକ ପ୍ରକାଶ କରିଛନ୍ତି । ଲାର୍ଭାଙ୍କର ମୃତ୍ୟୁଫଳରେ ସେମାନଙ୍କ ସଂଖ୍ୟାରେ ହ୍ରାସ ଘଟିବାରେ ଲାଗିଛି । ଗବେଷଣାରେ ମିଳିଥିବା ତଥ୍ୟ ଅନୁସାରେ ତାପମାତ୍ରା କାରଣରୁ ସମୁଦ୍ରଜଳର ପିଏଚ୍ ଲେବଲ ୦.୧ ଏଚ୍ ହ୍ରାସ ପାଇଛି । ସେହିଭଳି ସମୁଦ୍ରଜଳର ବର୍ତ୍ତମାନ ଏସିଡିଫିକେସନ୍ ହେବାରେ ଲାଗିଛି, ଯାହା ସାମୁଦ୍ରିକ ଜୀବଙ୍କ ଉପରେ ଗଭୀର ପ୍ରଭାବ ପକାଉଛି ।




