ଅଭିଭାକଙ୍କ ଝଗଡାର ନକାରାତ୍ମକ ପ୍ରଭାବ

ଅନେକ ସମୟରେ ପରିବାରରେ ଦେଖିବାକୁମିଳେ ବାପା ମାଆମାନେ ପିଲାଙ୍କ ଆଗରେ ଝଗଡା କରିଥାଆନ୍ତି, ହେଲେ ଏହାର ଖୁବ ଖରାପ ପ୍ରଭାବ ସେମାନଙ୍କ ଉପରେ ପଡିଥାଏ ବୋଲି ବିଭିନ୍ନ ଗବେଷଣାରୁ ଜଣା ପଡିଛି । ପିଲାମାନେ ସବୁବେଳେ ବାପା ମାଆଙ୍କ ପାଖରୁ ହିଁ ଦୁନିଆ ବିଷୟରେ ଜାଣନ୍ତି । ସେମାନେ ସମ୍ପର୍କର ମାନେ ସେମାନଙ୍କ ପାଖରୁ ହିଁ ବୁଝିଥାଆନ୍ତି ବୋଲି ଏହି ରିପୋର୍ଟ ସବୁରେ ଦର୍ଶାଯାଇଥାଏ । ତେଣୁ ବାପା ମାଆଙ୍କ ମଧ୍ୟରେ ବାରମ୍ବାର ଝଗଡା ହେବା ଫଳରେ […]

ଅଭିଭାକଙ୍କ ଝଗଡାର ନକାରାତ୍ମକ ପ୍ରଭାବ
Samaya Live Picture
Published On

ଅନେକ ସମୟରେ ପରିବାରରେ ଦେଖିବାକୁମିଳେ ବାପା ମାଆମାନେ ପିଲାଙ୍କ ଆଗରେ ଝଗଡା କରିଥାଆନ୍ତି, ହେଲେ ଏହାର ଖୁବ ଖରାପ ପ୍ରଭାବ ସେମାନଙ୍କ ଉପରେ ପଡିଥାଏ ବୋଲି ବିଭିନ୍ନ ଗବେଷଣାରୁ ଜଣା ପଡିଛି । ପିଲାମାନେ ସବୁବେଳେ ବାପା ମାଆଙ୍କ ପାଖରୁ ହିଁ ଦୁନିଆ ବିଷୟରେ ଜାଣନ୍ତି । ସେମାନେ ସମ୍ପର୍କର ମାନେ ସେମାନଙ୍କ ପାଖରୁ ହିଁ ବୁଝିଥାଆନ୍ତି ବୋଲି ଏହି ରିପୋର୍ଟ ସବୁରେ ଦର୍ଶାଯାଇଥାଏ । ତେଣୁ ବାପା ମାଆଙ୍କ ମଧ୍ୟରେ ବାରମ୍ବାର ଝଗଡା ହେବା ଫଳରେ ସେମାନଙ୍କର ମେଣ୍ଟାଲ ଓ ଇମୋସନାଲ ହେଲ୍‌ଥ ନଷ୍ଟ ହୋଇଥାଏ ବୋଲି ଦର୍ଶାଯାଇଛି । ଏଭଳି ମାହୋଲ ଘରେ ରହିବା ଫଳରେ ସେମାନେ ସବୁବେଳେ ନିଜକୁ ଅସୁରକ୍ଷିତ ଭାବିଥାଆନ୍ତି । ବାପା ମାଆଙ୍କ ଠାରୁ ସେମାନେ ଦୂରେଇ ଯାଇଥାଆନ୍ତି । ଭଲ ପାଇବା ଉପରେ ସେମାନଙ୍କର ବିଶ୍ୱାସ ରହି ନଥାଏ । ଧୀରେଧୀରେ ସେମାନେ ବି ଚିଡ୍‌ଚିଡା ଓ ରାଗ ସ୍ୱଭାବର ହୋଇ ଯାଆନ୍ତି । ସେହିଭଳି ଯଦି ଘରର ପରିସ୍ଥିତି ନ ବଦଳେ ତେବେ ସେମାନଙ୍କ ଭିତରେ ଆତ୍ମ ବିଶ୍ୱାସ ମଧ୍ୟ କମିବାରେ ଲାଗିଥାଏ । ସେମାନେ ଅନେକ କଥା ବାପା ମାଆଙ୍କ ସହିତ ସେୟାର କରି ପାରନ୍ତି ନାହିଁ, ଯାହା ସେମାନଙ୍କ ଜୀବନରେ ବିଭିନ୍ନ ସମସ୍ୟା ତିଆରି କରିଥାଏ । ବିଭିନ୍ନ ଗବେଷଣାରେ ମିଳିଥିବା ତଥ୍ୟ ଅନୁସାରେ ବାପା ମାଆଙ୍କର ନିଜ ନିଜ ଭିତର ଝଗଡା କାରଣରୁ ପିଲାଙ୍କ ନିକଟରେ ଆଙ୍ଗଜାଇଟି, ଡିପ୍ରେସନ ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ତେଣୁ ସବୁବେଳେ ପିଲାଙ୍କ ଆଗରେ ବାପା ମାଆଙ୍କୁ ଭଲ ମନରେ ରହିବାର ଆବଶ୍ୟକତା ରହିଛି । ସେମାନଙ୍କ ଆଗରେ ଝଗଡା ନକରି ମିଳିମିଶି ରହିଲେ ସେମାନଙ୍କ ପାଇଁ ଏକ ଭଲ ଉଦାହରଣ ସୃଷ୍ଟି ହେବ ।

Tags: