ଅଣ୍ଡିରା ଛେଳି ଦେଉଛି କ୍ଷୀର

ଅଣ୍ଡିରା ଛେଳି ଦେଉଛି କ୍ଷୀର
Ipsita Picture
By: Ipsita
Published On

 

ଛେଳି କ୍ଷୀର ଦେବା ଏକ ସାଧାରଣ କଥା, କିନ୍ତୁ ଉତ୍ତରାଖଣ୍ଡର ଡେହରାଡୁନ୍ ସ୍ଥିତ ଏକ ଗାଁରେ ୨ ବର୍ଷର ଗୋଟିଏ ଅଣ୍ଡିରା ଛେଳି ପ୍ରତିଦିନ କ୍ଷୀର ଦେଉଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବୋରାନାମକ ଏହି ଅଣ୍ଡିରା ଛେଳିର ମାଲିକ ସୁଖପାଲ ଯେତେବେଳେ ପ୍ରଥମଥର ପାଇଁ  ଛେଳି ଠାରୁ କ୍ଷୀର ବାହାର କରିଥିଲେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏବେ ଦୂରଦୂରାନ୍ତରୁ ଅନେକ ଲୋକ ଏହି ଅନନ୍ୟ ଛେଳିକୁ ଦେଖିବା ପାଇଁ ଭିଡ଼ ଜମାଉଛନ୍ତି । ଡାକ୍ତରମାନଙ୍କ ମତାମତ ଅନୁଯାୟୀ, ଏହି ଅଣ୍ଡିରା ଛେଳିର ଶରୀରରେ ଏଷ୍ଟ୍ରୋଜେନ୍’  ଏବଂ ପ୍ରୋଲେକ୍ଟିନ୍ହରମୋନ୍ସାଧାରଣ ଅପେକ୍ଷା ଯଥେଷ୍ଟ ଅଧିକ ପରିମାଣରେ ରହିଛି । ଯାହା ଫଳରେ ସେ ମାଈ ଛେଳିଙ୍କ ଭଳି କ୍ଷୀର ଦେବାର ସମ୍ଭାବନା ସୃଷ୍ଟି ହୋଇଛି । ଚିକିତ୍ସା ବିଜ୍ଞାନରେ ଏହାକୁ ଏକ ଅତ୍ୟନ୍ତ ଦୁର୍ଲଭ ପରିସ୍ଥିତି ବୋଲି କୁହାଯାଏ, ଯାହାକୁ ଗାଇନେକୋମାଷ୍ଟିଆ’  କୁହାଯାଏ ଏବଂ ହଜାର ହଜାର ଅଣ୍ଡିରା ଛେଳିଙ୍କ ମଧ୍ୟରୁ କୌଣସି ଜଣଙ୍କଠାରେ ଏପରି ମାମଲା ଦେଖିବାକୁ ମିଳିଥାଏ । ବିଶେଷଜ୍ଞମାନେ ଏହାକୁ ଏକ ଦୁର୍ଲଭ ହରମୋନ୍ଗତ ପରିବର୍ତ୍ତନ ବୋଲି ମାନୁଥିବା ବେଳେ ସ୍ଥାନୀୟ ଲୋକଙ୍କ ପାଇଁ ଏହା କୌଣସି ଆଶ୍ଚର୍ଯ୍ୟ ବା ଅଜବ ଘଟଣାରୁ କମ୍ ନୁହେଁ ।

Tags: