ଅଜଗର ରକ୍ତରୁ କମିବ ମେଦବହୂଳତା
ଆଜିର ସମୟରେ ମୋଟାପଣ ବା ମେଦବହୂଳତା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ବୈଜ୍ଞାନିକମାନେ ପ୍ରକୃତିରୁ ଏହାର ସମାଧାନ ଖୋଜି ପାଇଛନ୍ତି । ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଅଜଗର ସାପର ଶରୀରରେ ପି ଟିଓଏସ ନାମକ ଏକ ବିଶେଷ ମଲିକ୍ୟୁଲ୍ ବା ଅଣୁ ରହିଛି, ଯାହା ମଣିଷର ମୋଟାପଣ କମାଇବାରେ ସହାୟକ ହୋଇପାରେ । ସାଧାରଣତଃ ଅଜଗର ନିଜ ଓଜନ ସମାନ ଶିକାରକୁ ଥରକରେ ଗିଳି ଦେଇଥାଏ ଏବଂ ଏହା ପରେ ମାସ ମାସ ଧରି ବିନା ଖାଦ୍ୟରେ ରହିପାରେ । କାରଣ ଖାଦ୍ୟ ଖାଇବା ପରେ ତା’ ରକ୍ତରେ ଏହିପି ଟିଓଏସ ମଲିକ୍ୟୁଲ୍ ପ୍ରାୟ ୧୦୦୦ ଗୁଣ ବୃଦ୍ଧି ପାଇଥାଏ, ଯାହା ତାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଅନୁଭବ କରାଇଦିଏ ନାହିଁ । ବୈଜ୍ଞାନିକମାନେ ମୋଟା ମୂଷାମାନଙ୍କ ଉପରେ ଏହାର ପରୀକ୍ଷଣ କରି ଦେଖିଛନ୍ତି ଯେ, ଏହା ଦ୍ୱାରା ମୂଷାଙ୍କର ଭୋକ କମିଯିବା ସହ ମାତ୍ର ଏକ ମାସ ମଧ୍ୟରେ ସେମାନଙ୍କ ଓଜନ ୯ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି । ଏହି ପି ଟିଓଏସ ମଲିକ୍ୟୁଲ୍ ସିଧାସଳଖ ମସ୍ତିଷ୍କର 'ହାଇପୋଥାଲାମସ' ଉପରେ ପ୍ରଭାବ ପକାଇ ଶରୀରକୁ ପେଟ ଭର୍ତ୍ତି ଥିବାର ସଙ୍କେତ ପଠାଇଥାଏ । ବର୍ତ୍ତମାନ ଏହି ଗବେଷଣା ପ୍ରାଥମିକ ପର୍ଯ୍ୟାୟରେ ଥିଲେ ହେଁ, ମଣିଷଙ୍କ ଉପରେ ଏହାର ସଫଳ ପରୀକ୍ଷଣ ପରେ ଏହା ସ୍ବାସ୍ଥ୍ୟକ୍ଷେତ୍ରରେ ଖୁବ ପରିବର୍ତ୍ତନ ଆଣିବ ବୋଲି ସମସ୍ତେ ଆଶା ରଖିଛନ୍ତି ।




