କୃଷି ଆବର୍ଜନାରୁ ନାନୋକାର୍ବନ

ବର୍ତ୍ତମାନ ସବୁଦେଶର ଗୋଟିଏ ଚେଷ୍ଟା ରହିଛି ପ୍ରଦୂଷଣ କମାଇବା । ଯେଉଁଥିପାଇଁ ମାର୍କେଟ୍‌ରେ ଇଭି(ଇଲେକଫ୍ରିକ ଭେଇକିଲ୍‌)ର ଚାହିଦା ବଢୁଛି, କାରଣ ଗାଡି ମଟରରୁ ଅଧିକ କାର୍ବନ ନିର୍ଗମନ ହୋଇ ପରିବେଶ ପ୍ରଦୂଷଣ ବଢାଇଥାଏ । ତେବେ ଜୟପୁରର ଅକ୍ଷୟ ଓ ମାହି ଆବିଷ୍କାର କରିଛନ୍ତି ନାନୋକାର୍ବନ ଯାହା ପରିବେଶ ପାଇଁ ଖୁବ ଉପକାରୀ । ଆଜିକାଲି ପରବେଶ ପ୍ରଦୂଷଣକୁ ରୋକିବା ପାଇଁ ଇଭିର ବ୍ୟବହାର ବଢିବାରେ ଲାଗିଛି । ଯେଉଁଥିପାଇଁ ବ୍ୟାଟେରୀର ଆବଶ୍ୟକତା ବଢୁଛି । ତେବେ […]

କୃଷି ଆବର୍ଜନାରୁ ନାନୋକାର୍ବନ
Samaya Live Picture
Published On

ବର୍ତ୍ତମାନ ସବୁଦେଶର ଗୋଟିଏ ଚେଷ୍ଟା ରହିଛି ପ୍ରଦୂଷଣ କମାଇବା । ଯେଉଁଥିପାଇଁ ମାର୍କେଟ୍‌ରେ ଇଭି(ଇଲେକଫ୍ରିକ ଭେଇକିଲ୍‌)ର ଚାହିଦା ବଢୁଛି, କାରଣ ଗାଡି ମଟରରୁ ଅଧିକ କାର୍ବନ ନିର୍ଗମନ ହୋଇ ପରିବେଶ ପ୍ରଦୂଷଣ ବଢାଇଥାଏ । ତେବେ ଜୟପୁରର ଅକ୍ଷୟ ଓ ମାହି ଆବିଷ୍କାର କରିଛନ୍ତି ନାନୋକାର୍ବନ ଯାହା ପରିବେଶ ପାଇଁ ଖୁବ ଉପକାରୀ ।
ଆଜିକାଲି ପରବେଶ ପ୍ରଦୂଷଣକୁ ରୋକିବା ପାଇଁ ଇଭିର ବ୍ୟବହାର ବଢିବାରେ ଲାଗିଛି । ଯେଉଁଥିପାଇଁ ବ୍ୟାଟେରୀର ଆବଶ୍ୟକତା ବଢୁଛି । ତେବେ ବ୍ୟାଟେରୀ ନିର୍ମାଣ ପାଇଁ ହେଉଥିବା କଞ୍ଚାମାଲରେ ମଧ୍ୟ ପରିବେଶ ପ୍ରଦୁଷଣକାରୀ ସାମଗ୍ରୀ ସାମିଲ ରହୁଛି । ତେଣୁ ବର୍ତ୍ତମାନ ଏହା ଉପରେ ଗୁରୁତ୍ୱ ଦିଆଯାଉଛି । ତେବେ ଏହି କ୍ଷେତ୍ରରେ ଦୁଇଜଣ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି । ଜୟପୁରର ଅକ୍ଷୟ ଓ ମାହି ସିଂ ନାମକ ଦୁଇଜଣ ଯୁବକ ପ୍ରସ୍ତୁତ କରିଛନ୍ତି ନାନୋକାର୍ବନ, ଯାହାକୁ ସେମାନେ ନଡିଆ ଆବର୍ଜନାରୁ ପ୍ରସ୍ତୁତ କରିଛନ୍ତି । ଏହି ନାନୋ କାର୍ବନର ବ୍ୟବହାରରେ ବ୍ୟାଟେରୀଗୁଡିକର କାର୍ଯ୍ୟକ୍ଷମତା ୧୨୫ ପ୍ରତିଶତ ବଢିବ ବୋଲି ସେମାନେ ଦାବି କରିଛନ୍ତି । ବିଶେଷଭାବେ ସେମାନେ ଏଗ୍ରିେଓ୍ୱଷ୍ଟ ବା କୃଷି ଆବର୍ଜନା ବ୍ୟବହାର କରି ଏହି ବ୍ୟାଟେରୀ ଗୁଡିକର ନିର୍ମାଣ କରିଛନ୍ତି । ବ୍ୟାଟେରୀଗୁଡିକ ଏଥିରୁ ନିର୍ମାଣ ହେବା ଫଳରେ ଏଥିପାଇଁ ବ୍ୟବହାର ହେଉଥିବା ବିଭିନ୍ନ ପ୍ରଦୂଷଣକାରୀ ସାମଗ୍ରୀରୁ ମୁକ୍ତି ମିଳିବ । ପ୍ରଥମେ କୃଷି ବର୍ଜ୍ୟବସ୍ତୁକୁ ରିସାଇକେଲ କରିବାର କାମ ଆରମ୍ଭ ହୋଇଥିଲା । ଧୀରେଧୀରେ ଏଥିରୁ ନାନୋକାର୍ବନ ପ୍ରସ୍ତୁତ କରାଯାଇଥିଲା । ଯାହାପରେ ସେମାନେ ନିଜର ଷ୍ଟାର୍ଟଅପ୍‌ ଲଞ୍ଚ କରିବା ସହିତ ଏହି ଦିଗରେ କାମ ଆରମ୍ଭ କରିଥିଲେ । ଏହାକୁ ପ୍ରସ୍ତୁତ କରିବା ପାଇଁ ସେମାନେ ୧୫ ପ୍ରକାରର ଆବର୍ଜନାକୁ ବ୍ୟବହାର କରିଥାଆନ୍ତି । ଏଥିରେ ନଡିଆ ଖୋଳ, ନଡିଆ କତା, କାଗଜ ଆବର୍ଜନା, ମଣିଷ ଚୁଟି, ତାଳ ଚୋପା ଆଦି ସାମିଲ ରହିଛି । ତେବେ ସବୁଠାରୁ ଅଧିକ ସେମାନେ ନଡିଆ ଖୋଳକୁ ବ୍ୟବହାର କରି ଥାଆନ୍ତି । ଏହି ଆବର୍ଜନାକୁ ଫ୍ୟାକଫ୍ରିରେ ପ୍ରୋସେସ କରିବା ପରେ ସେମାନେ ଏକ ପ୍ରକାରର କଳା ରଙ୍ଗର ଗୁଣ୍ଡ ପାଇଥାଆନ୍ତି ଯାହା ହେଉଛି ନାନୋକାର୍ବନ । ଏହା ବର୍ତ୍ତମାନ ବ୍ୟାଟେରୀରେ ବ୍ୟବହୃତ ହେଉଥିବା ସାମଗ୍ରୀଠାରୁ ଭଲ ବୋଲି ନିର୍ମାଣକାରୀ ସଂସ୍ଥା ଦାବି କରିଛି । ଏହି ନାନୋକାର୍ବନ ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ବ୍ୟାଟେରୀର ଲାଇଫ୍‌ସ୍ପାନ୍‌ ବର୍ତ୍ତମାନର ଖାଲି ବ୍ୟାଟେରୀ ଠାରୁ ଅଧିକ । ଏହି ଷ୍ଟାର୍ଟଅପର ନାଁ କାନ୍‌କେରୀ ଥିବାବେଳେ ଏହାକୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ନାନୋକାର୍ବନରୁ ପ୍ରସ୍ତୁତ ବ୍ୟାଟେରୀ ବ୍ୟବହାର କରି କୌଣସି ବି ବାଇକ୍‌ ୨୨୫ କିମିର ରାସ୍ତା ଯାଇପାରିବେ । ହେଲେ ବର୍ତ୍ତମାନର ବ୍ୟାଟେରୀ ବ୍ୟବହାର କରି ଏହି ଗାଡି ମାତ୍ର ୧୦୦ କିମି ଯାତ୍ରା କରିପାରିବେ ।

xr:d:DAF-pYNHE3g:2,j:7752241583905641499,t:24030513

କାର୍ବନର ନକାରାତ୍ମକ ପ୍ରଭାବ
କାର୍ବନର ଅନେକ ନକରାତ୍ମକ ପ୍ରଭାବ ଆମ ପରିବେଶ ଉପରେ ଦେଖିବାକୁ ମିଳିଥାଏ । ଏହାର ବିଶେଷଭାବେ ପ୍ରଭାବ ପରିବେଶ ପ୍ରଦୂଷଣ,ଜଳବାୟୁ ପରିବର୍ତ୍ତନ ଉପରେ ଦେଖିବାକୁ ମିଳିଥାଏ । ସେହିଭଳି ଏହା ବିଭିନ୍ନ ରୂପରେ ପରିବେଶରେ ମିଶିଥାଏ ଯଥା କାର୍ବନ ଡାଇଅକ୍ସାଇଡ୍‌, ମିଥେନ୍‌ । ଏହା ଗ୍ଲୋବାଲଓ୍ୱାର୍ମିଂର ପ୍ରମୁଖ କାରଣ ମଧ୍ୟରୁ ଗୋଟିଏ । ଏହାର ଲେବଲ ବଢିବା ଫଳରେ ପୃଥିବୀର ତାପମାତ୍ରା ବଢିଥାଏ ଯାହା ବିଭିନ୍ନ ସମସ୍ୟା ଯେପରି ଗ୍ଲେସିଅର ତରଳିବା, ସମୁଦ୍ର ପତନ ବଢିବା, ମରୁଡି,ସୁନାମି, ବନ୍ୟା, ବାତ୍ୟା ଆଦିର କାରଣ ପାଲଟିଥାଏ । ଏହାର ପ୍ରଭାବ ଉଦ୍ଭୁିଦ ଜଗତ ଓ ପ୍ରାଣୀ ଜଗତ ଉପରେ ମଧ୍ୟ ପଡିଥାଏ । କେବଳ ସ୍ଥଳଭାଗ ନୁହେଁ ଏହାର ପ୍ରଭାବ ଆମର ଜଳଚର ପ୍ରାଣୀ ବା ସମୁଦ୍ର ଉପରେ ମଧ୍ୟ ରହିଛି । ଏହା ଯେତେବେଳେ ସମୁଦ୍ରସହିତ ମିଶିଥାଏ ସେତେବେଳେ କାର୍ବନିକ୍‌ ଏସିଡ ଉତ୍ପନ୍ନ ହୋଇଥାଏ । ଯାହା ସମୁଦ୍ରପାଣିର ପିଏଚ୍‌ ସ୍ତରକୁ କମାଇଥାଏ, ଯାହାର ନକାରାତ୍ମକ ପ୍ରଭାବ ଜଳଚର ପ୍ରାଣୀଙ୍କ ଉପରେ ପଡିଥାଏ । ସୋନଙ୍କ ଖାଦ୍ୟ ଶୃଙ୍ଖଳ ଉପରେ ଏହାର ବିଶେଷ ପ୍ରଭାବ ପଡିଥାଏ । ସେହିଭଳି ଆଜିକାଲି ବଢୁଥିବା ବାୟୁ ପ୍ରଦୂଷଣ ପ୍ରମୁଖ କାରଣ ସାଜିଛି କାର୍ବନ । ବିଭିନ୍ନ ଇନ୍ଧନରୁ ବାହାରୁଥିବା ପ୍ରଦୂଷକ ବାୟୁ ପ୍ରଦୂଷଣର କାରଣ ସାଜିଥାଏ, ଯେଉଁଥିରେ କାର୍ବନମୂଳ ତତ୍ୱ ରହିଥାଏ । ତେଣୁ ବର୍ତ୍ତମାନ କାର୍ବନର ବ୍ୟବହାର କିଭଳି କମାଯାଇପାରିବ ସେ ଦିଗରେ ପୁରା ବିଶ୍ୱ କାର୍ଯ୍ୟ କରୁଛିି । ଏଥିପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଲୋକଙ୍କୁ ମଧ୍ୟ ଏଦିଗରେ ସଚେତନ କରାଯାଉଛି ।