ଚାଷ ଦେଇଛି ପରିଚୟ

ଚାଷ ଦେଇଛି ପରିଚୟ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ବର୍ଜ୍ୟରୁ ବ୍ୟବହାରଯୋଗ୍ୟ

ଆଜିର ମହିଳା କାହାଠାରୁ କମ ନୁହେଁ, ସବୁ କ୍ଷେତ୍ରରେ ପୁରୁଷଙ୍କ ସହ ତାଳ ଦେଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟିକରିବାରେ ସେମାନେ ସମର୍ଥ । ସେହିଭଳି ଏକ କାହାଣୀ ହେଲା ଝାରଖଣ୍ଡର ବାସନ୍ତୀ ଦେବୀଙ୍କର । ଆଧୁନିକ କୃଷି ପ୍ରଣାଳୀକୁ ଆପଣେଇ ସେ କିପରି ଜଣେ ସଫଳ ଉଦ୍ୟୋଗୀ ଭାବେ ଉଭା ହୋଇଛନ୍ତି, ତାହା ପ୍ରତ୍ୟେକ ନାରୀ ପାଇଁ ଏକ ପ୍ରେରଣା । ଝାରଖଣ୍ଡର ରାମଗଡ଼ ଜିଲ୍ଲା ଶିଶାଟାଣ୍ଡ-ଗୋଲା ଗ୍ରାମର ବାସନ୍ତୀ ଦେବୀଙ୍କୁ ଚାଷ ଦେଇଛି ଏକ ନୂଆ ପରିଚୟ । ତାଙ୍କୁ ବର୍ତ୍ତମାନ ଧନିଆ ଚାଷ ଏକ ପରିଚୟ ଦେବାସହିତ ତାଙ୍କର ଘର ଖର୍ଚ୍ଚ ମଧ୍ୟ ଉଠାଇଛି । ପୂର୍ବରୁ ବର୍ଷା ଦିନେ ଧନିଆ ଚାଷ କରିବାକୁ ଚେଷ୍ଟା କରି ସେ ବାରମ୍ବାର ବିଫଳ ହେଉଥିଲେ, କିନ୍ତୁ ପରେ ଆଧୁନିକ ଜ୍ଞାନକୌଶଳ ଆପଣାଇ ସେ ଏହି ଚାଷକୁ ନୂଆ ଢଙ୍ଗରେ କରିଥିଲେ । ଯାହା ତାଙ୍କୁ ସଫଳତା ଦେଇଥିଲା ।   ବାସନ୍ତୀଙ୍କ କହିବା ଅନୁଯାୟୀ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ଚାଷରେ ହେଉଥିବା ଅନିଶ୍ଚିତତାକୁ ଏହି ଆଧୁନିକ ପ୍ରାଳୀ ଦୂର କରିଛି ଏବଂ ସେ ବର୍ଷକୁ ପ୍ରାୟ ୭୦,୦୦୦ ଟଙ୍କା ରୋଜଗାର କରି ନିଜ ପରିବାରର ଆର୍ଥିକ ସ୍ଥିତି ସୁଧାରିବାରେ ସକ୍ଷମ ହୋଇଛନ୍ତି । ନିଜ ପରିବାରକୁ ଏକ ଭଲ ଜୀବନଶୈଳୀ ଦେବା ସହିତ ପିଲାଙ୍କ ପାଠପଢାର ଭାର ମଧ୍ୟ ବାସନ୍ତୀ ଉଠାଉଛନ୍ତି । ଏହି ଆନ୍ତର୍ଜାତିକ ମହିଳା ଦିବସରେ ବାସନ୍ତୀ ଦେବୀଙ୍କ ଏହି ଯାତ୍ରା ପ୍ରମାଣ କରେ ଯେ ଯେତେବେଳେ ଜଣେ ମହିଳାଙ୍କୁ ସଠିକ୍ ସମ୍ବଳ ଓ ସୁଯୋଗ ମିଳେ, ସେ କେବଳ ନିଜ ଜୀବିକା ନୁହେଁ ବରଂ ସମଗ୍ର ସମାଜ ପାଇଁ ଏକ ନୂଆ ଦିଗ ଦେଖାଇପାରନ୍ତି । ବାସନ୍ତୀଙ୍କ କାହାଣୀ ଅନେକ ମହିଳାଙ୍କ ପାଇଁ ବର୍ତ୍ତମାନ ପ୍ରେରଣା ପାଲଟିଛି ।

ସମ୍ବନ୍ଧିତ ଖବର ଏଆଇ କରୁଛି ସହଜ

Tags:

Related Posts