ନଡିଆ ତୋଳିବ ରୋବଟ

ଆଜିକାଲି ରୋବଟର ବ୍ୟବହାର ବଢିବଢି ଚାଲିଛି । ଆମର ବିଭିନ୍ନ ଦୈନନ୍ଦିନ ସମସ୍ୟାର ସମାଧାନ ଏହି ରୋବଟମାନେ କରୁଛନ୍ତି । ସେହିଭଳି ଏକ ସମସ୍ୟାରେ ପରିଣତ ହୋଇଛି ନଡିଆ ତୋଳା । ନଡିଆ ତୋଳା ପାଇଁ ବର୍ତ୍ତମାନ ଆଉ ଲୋକ ମିଳୁନାହାନ୍ତି, ତେବେ ଏହି ସମସ୍ୟାର ସମାଧାନ କେରଳର ଯୁବ ବୈଜ୍ଞାନିକ ବାହାର କରିଛନ୍ତି । ଆଜିକାଲି ଅନେକ ସ୍ଥାନ ଯେପରି ଓଡ଼ିଶା ହେଉ କିମ୍ବା କେରଳ ଯେଉଁଠାରେ ନଡିଆର ଅମଳ ଅଧିକ ସେହି ସ୍ଥାନମାନଙ୍କରେ ନଡିଆ […]

ନଡିଆ ତୋଳିବ ରୋବଟ
Samaya Live Picture
Published On

ଆଜିକାଲି ରୋବଟର ବ୍ୟବହାର ବଢିବଢି ଚାଲିଛି । ଆମର ବିଭିନ୍ନ ଦୈନନ୍ଦିନ ସମସ୍ୟାର ସମାଧାନ ଏହି ରୋବଟମାନେ କରୁଛନ୍ତି । ସେହିଭଳି ଏକ ସମସ୍ୟାରେ ପରିଣତ ହୋଇଛି ନଡିଆ ତୋଳା । ନଡିଆ ତୋଳା ପାଇଁ ବର୍ତ୍ତମାନ ଆଉ ଲୋକ ମିଳୁନାହାନ୍ତି, ତେବେ ଏହି ସମସ୍ୟାର ସମାଧାନ କେରଳର ଯୁବ ବୈଜ୍ଞାନିକ ବାହାର କରିଛନ୍ତି । ଆଜିକାଲି ଅନେକ ସ୍ଥାନ ଯେପରି ଓଡ଼ିଶା ହେଉ କିମ୍ବା କେରଳ ଯେଉଁଠାରେ ନଡିଆର ଅମଳ ଅଧିକ ସେହି ସ୍ଥାନମାନଙ୍କରେ ନଡିଆ ତୋଳାକୁ ନେଇ ସମସ୍ୟା ଦେଖିବାକୁ ମିଳୁଛି । ନଡିଆ ଗଛରେ ଚଢିବା ପାଇଁ କୁଶଳୀ ଲୋକଙ୍କର ଅଭାବ ଧୀରେଧୀରେ ଦେଖିବାକୁ ମିଳିଲାଣି । ତେବେ ଏହି ସମସ୍ୟାର ସମାଧାନ ବାହାର କରିଛନ୍ତି କେରଳର ଯୁବ ବୈଜ୍ଞାନିକ ଅସିନ୍‌ ପି କ୍ରିଷ୍ଣା । ସେମାନେ ଏକ ଏଭଳି ରୋବଟର ଉଦ୍ଭାବନ କରିଛନ୍ତି ଯାହା ନଡିଆ ଗଛ ଚଢିବା ସହିତ ନଡିଆ ମଧ୍ୟ ତୋଳିବ । ଏହି ରୋବଟର ନାଁ ରହିଛି କୋକୋ- ବୋଟ୍‌, ଯାହା ଏକ ସେମି ଅଟୋମେଟିକ ରୋବଟ । ପିଲାଦିନୁ ଅସିନ୍‌ଙ୍କ ବିଜ୍ଞାନ ଓ କାରିଗରୀ ପ୍ରତି ଖୁବ ଦୁର୍ବଳତା ଥିଲା । ଅନେକ ସମୟରେ ସେ କିଛି ନା କିଛି ନିର୍ମାଣରେ ନିଜର ସମୟ ବ୍ୟତିତ କରୁଥିଲେ । ମାତ୍ର ୨୩ ବର୍ଷ ବୟସରେ ସେ ଏକ ଷ୍ଟାର୍ଟଅପ ନିର୍ମାଣ କରିଛନ୍ତି, ଯାହାର ନାଁ ରହିଛି କୋକୋ ବୋଟ୍‌ ଏକ ସେମିଅଟୋମେଟିକ ରୋବଟ । ସେ ନିଜର ଏହି କୋକୋ ବୋଟ୍‌ ପାଇଁ ମଞ୍ଜି ୨୦୨୩ରେ ବୁଣିବା ଆରମ୍ଭ କରିଥିଲେ । ୨୦୨୩ରୁ ସେ ଏଥିପାଇଁ ଚେଷ୍ଟା ଆରମ୍ଭ କରିଥିଲେ । ତାଙ୍କର ଏହି ପ୍ରୋଜେକଫକୁ ବିଭିନ୍ନ ସଂସ୍ଥା ସମର୍ଥନ ମଧ୍ୟ ଦେଇଥିଲେ ଯାହାଫଳରେ ତାଙ୍କର ସ୍ୱପ୍ନ ସଫଳ ହୋଇଥିଲା । ଏହାପରେ ସେ କୋକୋ ରୋବଟ ନିର୍ମାଣ କରିବାକୁ ନିଜ ଟିମ୍‌ ଗଢିବା ଆରମ୍ଭ କରିଥିଲେ ଯେଉଁଥିରେ ସେ ଯୁବକମାନଙ୍କୁ ସାମିଲ କରାଇଲେ । ସେ ଖୁବ କମ ସାମଗ୍ରୀକୁ ବ୍ୟବହାର କରି ଏହି ସାମଗ୍ରୀଟିକୁ ଉଦ୍ଭାବନ କରିଛନ୍ତି । ଉନ୍ନତ ଜ୍ଞାନକୌଶଳରେ ନିର୍ମିତ କୋକୋ ରୋବଟର ଓଜନ ୧୦ କେଜି ରହିଥିବାବେଳେ ଏହା ଯେ କୌଣସି ବି ଗଛରେ ଫିଟ୍‌ ହୋଇ ପାରିବ । ସେହିଭଳି ଏହାର ଉଚ୍ଚତା ମଧ୍ୟ ଏକ ଗେମିଂ ଲାପଟପ ଆକାରର ରହିଛି, ଯାହାକୁ ଗଛରେ ଫିଟ୍‌ କରିବା ସହଜ । ଏହି ରୋବଟଟି ମଣିଷଙ୍କ ଭଳି ଗଛରେ ଚଢିବା ସହିତ ନଡିଆ ତୋଳିବାରେ ସକ୍ଷମ । ଯେତେବେଳେ ରୋବଟଟି ଗଛର ଉପରିଭାଗରେ ପହଞ୍ଚିବ ସେହି ସମୟରେ ଏଥିରେ ବିକଶିତ କରାଯାଇଥିବା ଦୁଇଟି ରୋବଟିକ୍‌ ହାତ ନଡିଆ ତୋଳିଥାଏ । ଏହାକୁ ଏକ କଣ୍ଟ୍ରୋଲ ୟୁନିଟ୍‌ ସାହାଯ୍ୟରେ ନିୟନ୍ତ୍ରଣ କରାଯାଇଥାଏ ଯାହାକୁ ଶିଖିବା ଖୁବ ସହଜ । ସେ ଏହି ରୋବଟ ଜରିଆରେ ନଡିଆ ଚାଷୀଙ୍କର ଭବିଷ୍ୟତ ବଦଳାଇବାକୁ ଲକ୍ଷ ରଖିଛନ୍ତି । ସେମାନଙ୍କୁ ନଡିଆ ତୋଳିବା ପାଇଁ ହେଉଥିବା ସମସ୍ୟାରୁ ମୁକ୍ତି ଦେବା ପାଇଁ ଏହା ଏକ ଖୁବ ଭଲ ପଦକ୍ଷେପ ବୋଲି ଅସିନ୍‌ ଓ ତାଙ୍କ ଟିମ୍‌ ପ୍ରକାଶ କରିଛନ୍ତି । ସେ ଏହି ରୋବଟକୁ ଜିଲ୍ଲା ତଥା ପଞ୍ଚାୟତ ସ୍ତରରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ଯାହା ଫଳରେ ଏହା ସମସ୍ତ ଗ୍ରାମୀଣ ନଡିଆ କୃଷକଙ୍କୁ ସହାୟତା ଯୋଗାଇବ । ଏହା ଆଗକୁ ଏକ ବିପ୍ଳବରେ ପରିଣତ ହେବ ବୋଲି ଅନିସ୍‌ ବିଶ୍ୱାସ ରଖିଛନ୍ତି । ତାଙ୍କୁ ଏଥିରେ ୫ଜଣିଆ ଟିମ୍‌ ସମ୍ପୂର୍ଣ୍ଣଭାବେ ସହଯୋଗ କରିଛନ୍ତି ଯାହାଫଳରେ ସହଜରେ ସେ ଏହି ପ୍ରୋଜେକଫକୁ କରିପାରିଛନ୍ତି । ସେହିଭଳି ମଣିଷଙ୍କ ତୁଳନାରେ ଏହି ରୋବଟର ବ୍ୟବହାର ସହଜ କାରଣ ଏହା ଏକ ରୋବଟ ହୋଇଥିବାରୁ ଦିନର କେତେବେଳେ ବି ଏହାକୁ ଗଛ ଚଢାଯାଇ ପାରିବ । ସେହିଭଳି ଏହି ଦିନକୁ ଯେତେ ପାରିବ ସେତେ ଗଛ ଚଢି ପାରିବ । ତେଣୁ ଏହା ନଡିଆଚାଷୀଙ୍କ ପାଇଁ ଏକ ଉପଯୁକ୍ତ ଉପକରଣ ଭାବେ ବିବେଚିତ ହେବ ବୋଲି ସେମାନେ ଆଶା ରଖିଛନ୍ତି ।

Tags: