କୁନି ଉଦ୍ଭାବନକାରୀ
ବିଜ୍ଞାନର ଉଦ୍ଭାବନ ପାଇଁ ବୟସ ବାଧକ ସାଜିନଥାଏ ବୋଲି ପ୍ରମାଣ କରିଛନ୍ତି କୁନି ଉଦ୍ଭାବନକାରୀ ସୁହାନୀ । କୃଷକଙ୍କ ପାଇଁ ସେ ଡିଜାଇନ୍ କରିଛନ୍ତି ଏଭଳି ଏକ ଉପକରଣ ଯାହା ସେମାନଙ୍କର ଚାଷ କାମର ସାଥୀ ସାଜିବ । ଭାରତ ଏକ କୃଷି ପ୍ରଧାନ ଦେଶ । ଏଠାରେ ଅଧିକାଂଶ ଲୋକଙ୍କର କୂଳବେଉଷା ହୋଇଥାଏ କୃଷି । ତେଣୁ କୃଷକଙ୍କ ପାଇଁ ବିଭିନ୍ନ ସମୟରେ ଭିନ୍ନଭିନ୍ନ ପ୍ରକାରର ଉପକରଣ ଉଦ୍ଭାବନ କରାଯାଇଥାଏ । ନିକଟରେ ଏକ ଉପକରଣ […]
ବିଜ୍ଞାନର ଉଦ୍ଭାବନ ପାଇଁ ବୟସ ବାଧକ ସାଜିନଥାଏ ବୋଲି ପ୍ରମାଣ କରିଛନ୍ତି କୁନି ଉଦ୍ଭାବନକାରୀ ସୁହାନୀ । କୃଷକଙ୍କ ପାଇଁ ସେ ଡିଜାଇନ୍ କରିଛନ୍ତି ଏଭଳି ଏକ ଉପକରଣ ଯାହା ସେମାନଙ୍କର ଚାଷ କାମର ସାଥୀ ସାଜିବ । ଭାରତ ଏକ କୃଷି ପ୍ରଧାନ ଦେଶ । ଏଠାରେ ଅଧିକାଂଶ ଲୋକଙ୍କର କୂଳବେଉଷା ହୋଇଥାଏ କୃଷି । ତେଣୁ କୃଷକଙ୍କ ପାଇଁ ବିଭିନ୍ନ ସମୟରେ ଭିନ୍ନଭିନ୍ନ ପ୍ରକାରର ଉପକରଣ ଉଦ୍ଭାବନ କରାଯାଇଥାଏ । ନିକଟରେ ଏକ ଉପକରଣ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଉକରଣଟିର ନାଁ ରହିଛି ଏଗ୍ରୋ ଭେଇକିଲ୍ ଯାହାକୁ ଦିଲ୍ଲୀର ସୁହାନୀ ଚୌହାନ ନିର୍ମାଣ କରିଛନ୍ତି । ସେ ଏହାକୁ ନିର୍ମାଣ କରିବା ସମୟରେ ତାଙ୍କ ବୟସ ମାତ୍ର ୧୭ ବର୍ଷ ହୋଇଥିବାବେଳେ ସେ ଦ୍ୱାଦଶ ଶ୍ରେଣୀରେ ପାଠ ପଢୁଥିଲେ । ଏହି ଉପକରଣର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଲା ଏହା ସୌର ଚାଳିତ । ମାତ୍ର ସାତବର୍ଷରେ ସେ ସ୍କୁଲ ତରଫରୁ ଏକ ଟ୍ରିପରେ ଯାଇଥିଲେ, ଯେଉଁଠାରେ ସେ କୃଷକଙ୍କର ସମସ୍ୟା ବିଷୟରେ ଜାଣିଥିଲେ । ସେହିସମୟରେ ସେ ଦେଖିଥିଲେ କୃଷକମାନେ ସବୁସମୟରେ ଜମିରେ କାମ କରୁଛନ୍ତି । ସୁହାନୀ ସେହିସମୟରେ ଏହି ପରିସ୍ଥିତିରେ ସେମାନଙ୍କୁ ସହଯୋଗ କରିବାକୁ ଚାହିଁଲେ ହେଲେ କରିପାରିନଥିଲେ କିନ୍ତୁ ଏହା ତାଙ୍କ ମନକୁ ଆନ୍ଦୋଳିତ କରିଥିଲା । ଯାହାପରେ ସେ ବଡ ହେଲେ ଏମାନଙ୍କ ପାଇଁ କିଛି କରିବାକୁ ନିଷ୍ପତ୍ତି ନେଇଥିଲେ । ଯେତେବେଳେ ସେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ ସେହି ସମୟରେ ସେ କୃଷକଙ୍କ ପାଇଁ କାମ କରିବା ଆରମ୍ଭ କରିଥିଲେ । ସେ ବିଭିନ୍ନ ସମୟରେ ପେପରରେ ଡିଜାଇନ୍ ଆଙ୍କିବା ଆରମ୍ଭ କରିଥିଲେ । ସେ ସେହି ସମୟରେ ହିଁ ଏହି ଡିଜାଇନ୍ ପାଇଁ କପିରାଇଟ ଆବେଦନ ମଧ୍ୟ କରିଥିଲେ । କିଛିଦିନ ମଧ୍ୟରେ ହିଁ ତାଙ୍କ ସ୍କେଚ ବାସ୍ତବ ରୂପ ନେବାକୁ ଲାଗିଥିଲା । ଏହି ଉପକରଣଟି ମଲଫି ଫଙ୍କସନାଲ ଥିଲା, ଯାହା କୃଷକଙ୍କୁ ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ କରୁଥିଲା । ଏହା ସେମାନଙ୍କୁ ଖୁବ କମ୍ ଅର୍ଥରେ ବିଭିନ୍ନ ପ୍ରକାର ସୁବିଧା ଯୋଗାଉଥିଲା । ତେବେ ସେ ଏହି ପ୍ରୋଜେକଫ ଖୁବ କମ ବୟସରେ ଆରମ୍ଭ କରିଥିଲେ ତେଣୁ ତାଙ୍କୁ ଅନେକ ଚାଲେଞ୍ଜର ସାମନା କରିବାକୁ ପଡିଥିଲା । ତେବେ ସେ ପ୍ରଥମେ ନିଡ ଉପାୟରେ ଏହାକୁ ନିର୍ମାଣ କରିବା ଆରମ୍ଭ କରିଥିଲେ ଯାହାପରେ ବିଭିନ୍ନ ପ୍ରଫେସନାଲ ଯେପରି ଇଲେକଫ୍ରିସିଆନ, ମେକାନିକ୍ ଏମାନଙ୍କର ସାହାଯ୍ୟ ନେଇଥିଲେ । ସେହିଭଳି ଏହାକୁ ତିଆରି କରିବାକୁ ସୁହାନୀଙ୍କୁ ଖୁବ ଅଧିକ ସମୟ ଲାଗିଥିଲା କିନ୍ତୁ ଫାଇନାଲ ପ୍ରଡକଫ ତାଙ୍କୁ ଖୁବ ଶାନ୍ତି ପ୍ରଦାନ କରିଥିଲା । ସେହିପରି ସୁହାନୀ ନିଜ ଡିଜାଇନ୍ରେ ବିଭିନ୍ନ ସମୟରେ ପରିବର୍ତ୍ତନ ମଧ୍ୟ କରିଥାଆନ୍ତି । ତାଙ୍କ ସାମଗ୍ରୀକୁ କୃଷକମାନେ ବ୍ୟବହାର କରିବା ପରେ ଦେଉଥିବା ମତାମତକୁ ସେ ଗ୍ରହଣ କରିବା ସହିତ କାର୍ଯ୍ୟରେ ମଧ୍ୟ ଲଗାଇଥାଆନ୍ତି । ସେମାନଙ୍କର ହେଉଥିବା ଅସୁବିଧାକୁ ସୁହାନୀ ସମାଧାନ କରିବାକୁ ଚେଷ୍ଟା କରିଥାଆନ୍ତି, ତେଣୁ ତାଙ୍କୁ ନିଜ ଡିଜାଇନରେ ପରିବର୍ତ୍ତନ କରିବାକୁ ପଡିଥାଏ । ସୁହାନୀଙ୍କର ଏହି ପ୍ରକ୍ରିୟା ଗ୍ରାହକଙ୍କର ବେଶି ବିଶ୍ୱାସ ବଢାଇଥାଏ । ସୁହାନୀ ଏଥିରେ ସୋଲାର ପ୍ୟାନେଲ ସହିତ ଏକ ଇଞ୍ଜନ ମଧ୍ୟ ଇନ୍ଷ୍ଟଲ କରିଛନ୍ତ ଯାହା ବର୍ଷାଦିନେ କୃଷକଙ୍କୁ ସାହାଯ୍ୟ କରୁଛି । ଏହି ମେସିନ୍ ସହାୟତାରେ କୃଷକମାନେ ବିଭିନ୍ନ କାର୍ଯ୍ୟ କରିଥାଆନ୍ତି । ଏହି ଗାଡିରେ ବିଭିନ୍ନ ଉପକରଣ ଯେପରି ଗାତ ଖୋଳିବା, ମଞ୍ଜି ବୁଣିବା, ଅମଳ ପାଇଁ ଉପକରଣ, ସାର ଓ କୀଟନାଶକ ସ୍ପ୍ରେ କରିବା ଆଦି ରହିଛି । ଆଗକୁ ଏଥିରେ ସେ ଜିପିଏସ ଲଗାଇବା ପାଇଁ ଚେଷ୍ଟା ଚଳାଇଛନ୍ତି, ଯାହା କୃଷକଙ୍କୁ ନିଜ ଜମି ବିଷୟରେ ସବିଶେଷ ତଥ୍ୟ ରଖିବାରେ ସହାୟକ ହେବ । ସୁହାନୀଙ୍କୁ ଏହି କାମ ପାଇଁ ସରକାରଙ୍କ ପକ୍ଷରୁ ବାଲ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ତାଙ୍କ କାମର ପ୍ରଶଂସା ସ୍ଥାନୀୟ ଲୋକଙ୍କ ସହିତ ସମଗ୍ର ଦେଶରେ ହେଉଥିବାର ଦେଖିବାକୁ ମିଳୁଛି ।




