ଚର୍ଚ୍ଚାରେ ଜିୟା
କିଛି ଦିନ ପୂର୍ବରୁ ବିଗ୍ ବସ ଓଟିଟି ଫେମ୍ ଜିୟା ଶଙ୍କରଙ୍କର ପ୍ରେମ ସମ୍ପର୍କକୁ ନେଇ ଅନେକ ଆଲୋଚନା ଜାରି ରହିଥିଲା । ଜିୟାଙ୍କର ଉକ୍ତ ଶୋର ରନର୍ସଅପ ରହିଥିବା ୟୁଟ୍ୟୁବର ଅଭିଷେକ ମଲହାନଙ୍କ ସହିତ ନିର୍ବନ୍ଧ ହୋଇଥିବାନେଇ ସୋସିଆଲ ମିଡିଆରେ ଆଲୋଚନା ଆରମ୍ଭ ହୋଇଥିଲା । ହେଲେ ଆଲୋଚନାର କିଛି ଦିନ ପରେ ଜିୟା ନିଜର ସୋସିଆଲ ମିଡିଆ ପୋଷ୍ଟରେ ଏହାକୁ ଖାରଜ କରିଛନ୍ତି । ଜିୟା ନିଜର ଇନ୍ଷ୍ଟାଗ୍ରାମ ଷ୍ଟୋରୀରେ ଏକ ସେଲଫି ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଜଣେ ବ୍ୟକ୍ତିଙ୍କ ସହିତ ନଜର ଆସୁଛନ୍ତି । ତେବେ ଉକ୍ତ ବ୍ୟକ୍ତି କିଏ ବୋଲି କେହି ଜାଣି ପାରୁନାହାନ୍ତି, ଉଭୟଙ୍କ ଅନ୍ତରଙ୍ଗତାରୁ ବୁଝି ହେଉଛି ଉଭୟଙ୍କ ଭିତରେ ପ୍ରେମସମ୍ପର୍କ ରହିଛି । ସେହିଭଳି ଏଥିରେ ଜିୟା ଉଲ୍ଲେଖ କରିଛନ୍ତି କି ମିଛ ଗୁଜବକୁ ପଛରେ ଛାଡି ଦିଅନ୍ତୁ । ତେଣୁ ଫ୍ୟାନମାନେ ବର୍ତ୍ତମାନ ଜିୟା ରିଲେସନସିପରେ ଥିବାନେଇ ନିର୍ଦ୍ଧିଷ୍ଟ ହୋଇଯାଇଛନ୍ତି । ଏପରିକି ଖୁବ ଜଲଦି ଉକ୍ତ ଯୁବକଙ୍କ ସହିତ ଜିୟାଙ୍କର ନିର୍ବନ୍ଧ ହେବ ବୋଲି ଆଲୋଚନା ଆରମ୍ଭ ହୋଇଛି । ଫ୍ୟାନମାନେ ସୋସିଆଲ ମିଡିଆରେ ଜିୟାଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଉଥିବା ଦେଖିବାକୁ ମିଳୁଛି ।



