ଜାୟରାଙ୍କ ବିରୋଧ

ଜାୟରାଙ୍କ ବିରୋଧ
Ipsita Picture
By: Ipsita
Published On


ସୋସିଆଲ ମିଡିଆରେ ପୁଣି ଆକଫିଭ ହୋଇଛନ୍ତି ଦଙ୍ଗଲ ଫିଲ୍ମର ଫେମ ଜାୟରା ବସୀନ । ଏଥର ତାଙ୍କ ଟାର୍ଗେଟରେ ରହିଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସୂଚନା ଅନୁସାରେ ନୀତିଶ କୁମାର ଗତ ସୋମବାର ଏକ କାର୍ଯ୍ୟକ୍ରମରେ ଡାକ୍ତରମାନଙ୍କୁ ସେମାନଙ୍କ ପ୍ରମାଣ ପତ୍ର ବିତରଣ କରୁଥିଲେ । ଯେଉଁ ଅବସରରେ ନୀତିଶ ଜଣେ ମହିଳା ଡାକ୍ତରଙ୍କର ହିଜାବକୁ ତଳକୁ କାଢୁଥିବାର ଦେଖିବାକୁ ମିଳୁଛି । ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଏହି ପରିପ୍ରେକ୍ଷୀରେ ନୀତିଶ କୁମାରଙ୍କ ଉପରେ ବର୍ଷିଛନ୍ତି ଅଭିନେତ୍ରୀ ଜାୟରା ବସୀମ । ଜଣେ ମୁସଲିମ ସମ୍ପ୍ରଦାୟର ମହିଳା ହୋଇଥିବାରୁ ତାଙ୍କୁ ଏହା ଖୁବ ବାଧିଥିବା ସେ ପ୍ରକାଶ କରିଛନ୍ତି । ସେ ଏନେଇ ଏକ ପୋଷ୍ଟ କରି ଜଣେ ମହିଳାଙ୍କର ଗାରିମାକୁ ଏଭଳି କ୍ଷୁର୍ଣ୍ଣ କରିବାର ଅଧିକାର କାହାର ନାହିଁ ବୋଲି ସେ କହିଛନ୍ତି । ସୋସିଆଲ ମିଡିଆରେ କିଛି ଲୋକ ଏହାର ବିରୋଧ କରୁଥିବା ଦେଖିବାକୁ ମିଳିଛି । ସେହିଭଳି କିଛିଲୋକ ନୀତିଶ କୁମାରଙ୍କ ଅଭିପ୍ରାୟ ଖରାପ ନାହିଁ, ସେ ଜଣେ ବଡ ହିସାବରେ ଭାରତରେ ନିଜର ପରିଚୟକୁ ହିଜାବରେ ଲୁଚାଇବାର ଆବଶ୍ୟକତା ନାହିଁ ବୋଲି ସୂଚନା ଦେଇଛନ୍ତି ବୋଲି ମତ ଦେଉଛନ୍ତି । ତେବେ ଜାୟରା ବସୀନ ବଲିଉଡରେ ମାତ୍ର ୧୬ ବର୍ଷ ବୟସରେ ଫିଲ୍ମ ଦଙ୍ଗଲ ଜରିଆରେ ଡେବ୍ୟୁ କରିଥିଲେ । ଏହାପରେ ତାଙ୍କୁ ସିକ୍ରେଟ ସୁପରଷ୍ଟାରରେ ମଧ୍ୟ ଦେଖିବାକୁ ମିଳିଥିଲା । ଉଭୟ ଫିଲ୍ମରେ ତାଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରିଥିଲେ । ହେଲେ ଏହି ଦୁଇଟି ଫିଲ୍ମ ପରେ ସେ ଅଭିନୟ ଜଗତରୁ ଅବସର ନେଇଥିଲେ ।

Tags: