ନିଜ ସୁରକ୍ଷା ନିଜ ହାତରେ

ନିଜ ସୁରକ୍ଷା ନିଜ ହାତରେ
Ipsita Picture
By: Ipsita
Published On

 

ବଲିଉଡ ଅଭିନେତ୍ରୀ ଡେଜି ଶାହ ନିଜ କ୍ୟାରିୟରର ଆରମ୍ଭ ଦିନର ଏକ ଖରାପ ଅନୁଭବକୁ ନିଜ ଫ୍ୟାନଙ୍କ ସହିତ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ କାଷ୍ଟିଂ ମିଟିଂ ସମୟରେ ଜଣେ ସାଉଥ ଫିଲ୍ମ ନିର୍ମାତାଙ୍କ ଦ୍ୱାରା ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ମୁମ୍ବାଇରେ ଆୟୋଜିତ ଏକ ଅଡିସନ ସମୟରେ ନିର୍ମାତା ଜଣକ ତାଙ୍କୁ ଭୁଲ ଢଙ୍ଗରେ ସ୍ପର୍ଶ କରିବା ସହ ତାଙ୍କ ହାତ ଧରି ପକାଇଥିଲେ ବୋଲି ଡେଜି ପ୍ରକାଶ କରିଛନ୍ତି । ଏହି ଘଟଣା ପରେ ସେ କେବେ ବି କାହାକୁ ଏକାକୀ ନଭେଟିବାକୁ ନିଷ୍ପତ୍ତି ନେଇଥିଲେ । ଏହି ପରାମର୍ଶ ମଧ୍ୟ ସେ ସମସ୍ତ ନବାଗତାଙ୍କୁ ଦେଇଛନ୍ତି । ସେହିଭଳି ସବୁବେଳେ ନିଜ ସୁରକ୍ଷା ନିଜ ହାତରେ ଥାଏ, ତେଣୁ କାହା ସହିତ କୌଣସି ବୈଠକ ପୂର୍ବରୁ ଭାବି ଚିନ୍ତି ନିଷ୍ପତ୍ତି ନେବାକୁ ପଡିବବୋଲି ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି  ।

Tags: