ପସନ୍ଦ ଆସିବ ସିକୁଏଲ
ଲେଡି ସୁପରଷ୍ଟାର ନୟନତାରାଙ୍କ ବହୁପ୍ରତିକ୍ଷିତ ଫାଣ୍ଟାସି - ଡ୍ରାମା ଚଳଚ୍ଚିତ୍ର 'ମୁକୁଥି ଅମ୍ମନ୍ ୨' ଆସନ୍ତା ୨୦୨୬ ନଭେମ୍ବର ୬ ରେ ରିଲିଜ ହେବାକୁ ଯୋଜନା ରହିଛି । ୨ ଘଣ୍ଟା ୨୫ ମିନିଟ୍ର ଅବଧି ବିଶିଷ୍ଟ ଏହି ସିନେମାଟି ଏହାର ପ୍ରଥମ ଭାଗ ତୁଳନାରେ ପ୍ରାୟ ୧୦ ମିନିଟ୍ ଅଧିକ ରହିଛି । ତେବେ ଏହି ଫିଲ୍ମରେ ଆଧ୍ୟାତ୍ମିକ ଓ ଅଲୌକିକ ଘଟଣାବଳୀକୁ ସ୍ଥାନ ଦିଆଯାଇଛି, ଯାହା ଦର୍ଶକଙ୍କୁ ଏକ ଭିନ୍ନ ସ୍ବାଦ ଦେବ ବୋଲି ମେକର୍ସ ଆଶା ରଖିଛନ୍ତି । ଫିଲ୍ମରେ ନୟନତାରା ଦ୍ୱିତୀୟ ଥର ପାଇଁ ମା' ଦେବୀ ଭୂମିକାରେ ନଜର ଆସୁଥିବା ବେଳେ ରେଜିନା କାସାଣ୍ଡ୍ରା ମୁଖ୍ୟ ଖଳନାୟିକା ଭାବେ ଅଭିନୟ କରିଛନ୍ତି । ୨୦୨୦ ମସିହାରେ ଆସିଥିବା ସୁପରହିଟ୍ ଫିଲ୍ମ 'ମୁକୁଥି ଅମ୍ମନ୍'ର ଏହି ନୂଆ ସିକୁଏଲ୍ରେ ଦୁନିଆ ବିଜୟ, ଉର୍ବଶୀ, ଯୋଗୀ ବାବୁ, ମୈନା ନନ୍ଦିନୀ ଓ ଗରୁଡ଼ ରାମଙ୍କ ଭଳି ଅନେକ ଜଣାଶୁଣା କଳାକାର ପ୍ରମୁଖ ଭୂମିକାରେ ଅଛନ୍ତି । ନିକଟରେ କଭିନ୍ଙ୍କ ସହ ରୋମାଣ୍ଟିକ୍ କମେଡି 'ହାଏ'ରେ ନଜର ଆସିଥିବା ନୟନତାରାଙ୍କ ଆଗାମୀ ପ୍ରୋଜେକ୍ଟ ତାଲିକାରେ ସଲମାନ ଖାନ୍ଙ୍କ ସହ 'ମନ୍ଷ୍ଟର' ଏବଂ ରଜନୀକାନ୍ତଙ୍କ ସହ 'ଧର୍ମନ' ଭଳି ବଡ଼ ବଡ଼ ସିନେମା ରହିଛି ।




