ସ୍ପାଏ ୟୁନିଭର୍ସକୁ ହଁ ରାମାୟଣକୁ ନା
ବଲିଉଡ୍ର ଅପକମିଂ ଷ୍ଟାରଭାବେ ଆଲିଆ ଭଟ୍ଟଙ୍କୁ ସମସ୍ତେ ଦେଖୁଛନ୍ତି । ବର୍ତ୍ତମାନ ଆଲିଆଙ୍କ ହାତରେ ଅନେକ ପ୍ରୋଜେକଫ ରହିଛି । ‘ରକୀ ୱର ରାନୀ କି ପ୍ରେମ କାହାଣୀ’ର ସଫଳତା ପରେ ତାଙ୍କୁ ଅନେକ ଫିଲ୍ମର ଅଫର ଆସୁଛି, ହେଲେ ସେଥିରୁ ଖୁବ ଚତୁରତାର ସହ ଆଲିଆ ଫିଲ୍ମ ବାଛୁଛନ୍ତି । ଆଗକୁ ଆଲିଆଙ୍କୁ ୱାଇଆର୍ଏଫ୍ର ସ୍ପାଏ ଥ୍ରିଲର ‘ସ୍ପାଏ ୟୁନିଭର୍ସ’ରେ ଦେଖିବାକୁ ମିଳିବ । ଏଥିପାଇଁ ଖୁବ ପରିଶ୍ରମ କରୁଛନ୍ତି ଆଲିଆ । ଫିଲ୍ମରେ ନିଜ […]
ବଲିଉଡ୍ର ଅପକମିଂ ଷ୍ଟାରଭାବେ ଆଲିଆ ଭଟ୍ଟଙ୍କୁ ସମସ୍ତେ ଦେଖୁଛନ୍ତି । ବର୍ତ୍ତମାନ ଆଲିଆଙ୍କ ହାତରେ ଅନେକ ପ୍ରୋଜେକଫ ରହିଛି । ‘ରକୀ ୱର ରାନୀ କି ପ୍ରେମ କାହାଣୀ’ର ସଫଳତା ପରେ ତାଙ୍କୁ ଅନେକ ଫିଲ୍ମର ଅଫର ଆସୁଛି, ହେଲେ ସେଥିରୁ ଖୁବ ଚତୁରତାର ସହ ଆଲିଆ ଫିଲ୍ମ ବାଛୁଛନ୍ତି । ଆଗକୁ ଆଲିଆଙ୍କୁ ୱାଇଆର୍ଏଫ୍ର ସ୍ପାଏ ଥ୍ରିଲର ‘ସ୍ପାଏ ୟୁନିଭର୍ସ’ରେ ଦେଖିବାକୁ ମିଳିବ । ଏଥିପାଇଁ ଖୁବ ପରିଶ୍ରମ କରୁଛନ୍ତି ଆଲିଆ । ଫିଲ୍ମରେ ନିଜ ଚରିତ୍ରକୁ ଅଧିକ ଜୀବନ୍ତ କରିବା ପାଇଁ ସେ ତିନି ମାସର ଏକ ମାର୍ସାଲ ଆର୍ଟ ଟ୍ରେନିଂ ନେବେ ବୋଲି ଜଣା ପଡିଛି । ତେବେ ଏହି ସ୍ପାଏ ଥ୍ରିଲର ପାଇଁ ସେ ରାମାୟଣ ସିନେମାକୁ ନା କହିଛନ୍ତି । ଏହି ତିନିମାସର ଟ୍ରେନିଂ କାରଣରୁ ସେ ରାମାୟଣ ପାଇଁ ସମୟ ଦେଇପାରିବେ ନାହିଁ ବୋଲି କହିଛନ୍ତି । ସ୍ପାଏ ୟୁନିଭର୍ସରେ ଆଲିଆଙ୍କୁ ଲେଡି ସ୍ପାଏ ଭୂମିକାରେ ଦେଖିବାକୁ ମିଳିବ । ଏଥିରେ ତାଙ୍କ ସହ ସରବରୀ ୱାଗ୍ ସ୍କ୍ରିନ୍ ସେୟାର କରିବେ । ଆଲିଆଙ୍କର ଏହି ନୂଆ ପ୍ରୋଜେକଫକୁ ନେଇ ତାଙ୍କ ଫ୍ୟାନ ବେଶ୍ ଖୁସି ଅଛନ୍ତି । ସେହିଭଳି ସେପଟେ ‘ରାମାୟଣ’ରେ ସୀତା ଭୂମିକା ପାଇଁ ସାଉଥ୍ ହିରୋଇନ୍ ସାଇ ପଲ୍ଲବୀଙ୍କ ନାଁ ଚର୍ଚ୍ଚାକୁ ଆସିଛି । ଆଦିପୁରୁଷର ବିଫଳତା ପରେ ଆଲିଆ ରାମାୟଣ ପ୍ରୋଜେକଫରୁ ମୁହଁ ଫେରାଇଥିବା ନେଇ ଆଲୋଚନା ହେଉଛି ।




