ଆନିମେସନ୍‌ ପାଇଁ ବର୍ଷେ

ଆସନ୍ତା ସେପେଫମ୍ବର ୨୨ରେ ରିଲିଜ୍‌ ହେବାକୁ ଯାଉଛି ଶ୍ରେୟସ ତଲପାଡେ, ତନୀଷା ମୁଖାର୍ଜୀ ଏବଂ ସଞ୍ଜୟ ମିଶ୍ରଙ୍କ ଷ୍ଟାରର୍‌ ଫିଲ୍ମ ଲଭ୍‌ ୟୁ ଶଙ୍କର । ଏହି ଫିଲ୍ମର ସବୁଠୁ ରୋଚକ କଥା ହେଉଛି ଏଥିରେ ଦର୍ଶକ ହେଭି ଆନିମେସନ୍‌ ଦେଖିବାକୁ ପାଇବେ । ଫିଲ୍ମଟିର କାହାଣୀ ପୁନର୍ଜନ୍ମ ଉପରେ ଆଧାରିତ ଥିବାବେଳେ ଲଣ୍ଡନରୁ ବନାରସ ଆସିଥିବା ଜଣେ ଛୋଟ ପିଲା ଉପରେ ଏହାକୁ ଚିତ୍ରିତ କରାଯାଇଛି । ମାଇଁ ଫ୍ରେଣ୍ଡ୍‌ ଗଣେଶା ପରେ ଏହା ହେବ […]

Samaya Live Picture
Published On

ଆସନ୍ତା ସେପେଫମ୍ବର ୨୨ରେ ରିଲିଜ୍‌ ହେବାକୁ ଯାଉଛି ଶ୍ରେୟସ ତଲପାଡେ, ତନୀଷା ମୁଖାର୍ଜୀ ଏବଂ ସଞ୍ଜୟ ମିଶ୍ରଙ୍କ ଷ୍ଟାରର୍‌ ଫିଲ୍ମ ଲଭ୍‌ ୟୁ ଶଙ୍କର । ଏହି ଫିଲ୍ମର ସବୁଠୁ ରୋଚକ କଥା ହେଉଛି ଏଥିରେ ଦର୍ଶକ ହେଭି ଆନିମେସନ୍‌ ଦେଖିବାକୁ ପାଇବେ । ଫିଲ୍ମଟିର କାହାଣୀ ପୁନର୍ଜନ୍ମ ଉପରେ ଆଧାରିତ ଥିବାବେଳେ ଲଣ୍ଡନରୁ ବନାରସ ଆସିଥିବା ଜଣେ ଛୋଟ ପିଲା ଉପରେ ଏହାକୁ ଚିତ୍ରିତ କରାଯାଇଛି । ମାଇଁ ଫ୍ରେଣ୍ଡ୍‌ ଗଣେଶା ପରେ ଏହା ହେବ ଭାରତର ଦ୍ୱିତୀୟ କମ୍ପୋଜିଟ୍‌ ଆନିମେସନ୍‌ ଫିଲ୍ମ । ମାତ୍ର ଏଥିରେ କମ୍ପୋଜିଟ୍‌ ଆନିମେସନ୍‌ ବ୍ୟତୀତ ମହାଦେବଙ୍କ ଲୁକ୍‌ ମଧ୍ୟ କ୍ରିଏଟ୍‌ କରାଯାଇଛି । ଏଥିରେ ଡ୍ରାମା, କମେଡି ସମେତ ହେଭି ଆନିମେସନ୍‌ ୱାର୍କ ରହିଛି । ତେବେ ଫିଲ୍ମ ସୁଟିଂ ସରିବା ପରେ ଏହାର ଆନିମେସନ୍‌ ପାଇଁ ମେକର୍ସଙ୍କୁ ପ୍ରାୟ ୧ ବର୍ଷର ସମୟ ଲାଗିଥିଲା । ଏହି ଫିଲ୍ମରେ ଶଙ୍କର ଚରିତ୍ରରେ ଶ୍ରେୟସ ଏବଂ ଛୋଟ ପିଲା ଚରିତ୍ରରେ ମାନ୍‌ ଗାନ୍ଧୀ ନଜର ଆସିବେ । କାଷ୍ଟିଂ ସମୟରେ ଶ୍ରେୟସ ଖୁବ୍‌ ପତଳା ଥିବାରୁ ତାଙ୍କୁ ୧୦ କିଲୋ ଓଜନ ବଢାଇବାକୁ ପଡିଥିଲା । ସେହିପରି ଛୋଟପିଲା ଚରିତ୍ରରେ ଥିବା ମାନ୍‌ ଗାନ୍ଧୀଙ୍କୁ ୧୩୦ ଜଣ ପିଲାଙ୍କ ମଧ୍ୟରୁ ଚୟନ କରାଯାଇଥିବା ଜଣାପଡିଛି । ଏହି ଫିଲ୍ମଟିକୁ ହିନ୍ଦୀ, ତାମିଲ, ତେଲୁଗୁ ଏବଂ କନ୍ନଡ ଭାଷାରେ ୭୦୦ରୁ ୮୦୦ଟି ଥିଏଟର୍‌ରେ ରିଲିଜ୍‌ କରାଯିବ । ରୋହନ ଦୀପ ସିଂହ ଏହାକୁ ନିର୍ମାଣ କରିଥିବାବେଳେ ରାଜୀବ ଏସ୍‌. ରୁଇଆ ଏହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ।

Tags: