ଟୁଇଷ୍ଟ ଆଣିବେ ୟାମି
୨୦୨୫ରେ ରିଲିଜ ହୋଇଥିବା ଆଦିତ୍ୟ ଧରଙ୍କର ଫିଲ୍ମ ଧୁରନ୍ଧର ଖୁବ ଚର୍ଚ୍ଚାରେ ରହିଛି । ଫିଲ୍ମଟି ବ୍ଲକବଷ୍ଟର ହେବାପରେ ଦର୍ଶକ ଏହାର ଦ୍ବିତୀୟ ଭାଗ ପାଇଁ ଡିମାଣ୍ଡ ଆରମ୍ଭ କରିଥିଲେ । ତେବେ ଏହାକୁ ମେକର୍ସ ଖୁବ ଗୁରୁତ୍ବ ଦେଇ ଦ୍ବିତୀୟ ଭାଗ ପାଇଁ ଏହା ଭିତରେ କାମ ଆରମ୍ଭ କରିଛନ୍ତି । ତେବେ ସିକୁଏଲରେ ଟିକେ ଭିନ୍ନ କାଷ୍ଟିଂ ଦେଖିବାକୁ ମିଳିବ ଏଥିରେ ସମସ୍ତ ପୂର୍ବ କଳାକାରଙ୍କ ସହିତ ୟାମୀ ଗୌତମଙ୍କୁ ମଧ୍ୟ ଦେଖିବାକୁ ମିଳିବ । ତେବେ ୟାମୀଙ୍କୁ ଏଥିରେ କେମିଓ ଚରିତ୍ରରେ ଦେଖିବାକୁ ମିଳିବ । ମେକର୍ସ ଫିଲ୍ମକୁ ଆହୁରି ବୁଷ୍ଟ କରିବା ପାଇଁ ଏହି ପ୍ରୟାସ କରିଥିବାନେଇ ଆଲୋଚନା ହେଉଛି । ସୂଚନା ଅନୁଯାୟୀ, "ୟାମୀଙ୍କ ଭୂମିକା ଆକ୍ସନରେ ଭରପୂର ଏବଂ କାହାଣୀ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ । ସେ ପ୍ରାୟ ୫ ଦିନର ସୁଟିଂ ଶେଷ କରିସାରିଛନ୍ତି, ଏବଂ ଯଦିଓ ଏହା ଏକ କେମିଓ ଭୂମିକା, ତଥାପି ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଯାହା ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ମେକର୍ସ ଆଶା ରଖିଛନ୍ତି । ପୂର୍ବରୁ ୟାମୀ ଅନେକ ବ୍ଲକବ୍ଲଷ୍ଟର ସିନେମା ଦର୍ଶକଙ୍କୁ ଭେଟି ଦେଇଛନ୍ତି । ସେହିଭଳି ଧୁରନ୍ଦରରେ ତାଙ୍କ ଅଭିନୟ ମଧ୍ୟ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ସମସ୍ତେ ଆଶା ରଖିଛନ୍ତି ।



