ଆଇଏଏସ ହେବାକୁ ଚାହୁଁଥିଲେ ୟାମୀ
ହକ୍ ଚଳଚ୍ଚିତ୍ରରେ ଦୃଢ଼ ଅଭିନୟ ପରେ ଅଭିନେତ୍ରୀ ୟାମି ଗୌତମ ବର୍ତ୍ତମାନ ରିଲିଜ ହୋଇଥିବା ହରର୍-କମେଡ଼ି 'ନୟୀ ନଭେଲୀ'ରେ ନଜର ଆସିଛନ୍ତି । ତେବେ ୟାମୀଙ୍କ କ୍ୟାରିୟର ଟିଭି ବିଜ୍ଞାପନ ଓ ଧାରାବାହିକରୁ ଆରମ୍ଭ ହୋଇ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀ ହେବା ପର୍ଯ୍ୟନ୍ତ ଅତ୍ୟନ୍ତ ପ୍ରେରଣାଦାୟୀ । ହିମାଚଳ ପ୍ରଦେଶର ବିଳାସପୁରରେ ଜନ୍ମିତ ତଥା ଶୃଙ୍ଖଳିତ ବାଲ୍ୟଜୀବନ ବିତାଇଥିବା ୟାମି ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଆଇନ ଶିକ୍ଷା ଗ୍ରହଣ କରିବା ସହ ପ୍ରାରମ୍ଭରେ ଆଇଏଏସ୍ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଥିଲେ । ହେଲେ ପରେ ସେ ମଡେଲିଂ ତଥା ବିଜ୍ଞାପନ ଦୁନିଆରେ ପାଦ ରଖିଥିଲେ, ଯାହା ତାଙ୍କୁ ଆଜି ବଲିଉଡର ଆଗଧାଡିର ନାୟିକା ପାଲଟିଛନ୍ତି । ୨୦୦୮ରେ ଟିଭି ଧାରାବାହିକ ଏବଂ ବିଜ୍ଞାପନ ଜଗତରୁ ଅଭିନୟ ଆରମ୍ଭ କରିଥିବା ୟାମି ୨୦୧୨ରେ 'ଭିକି ଡୋନର୍' ଜରିଆରେ ବଲିଉଡ଼ରେ ପାଦଦେଇଥିଲେ । ଏହାପରେ 'ବଦଲାପୁର', 'କାବିଲ୍', 'ଉରି: ଦ ସର୍ଜିକାଲ୍ ଷ୍ଟ୍ରାଇକ୍', 'ଏ ଥର୍ସ୍ଡେ', 'ଦସଭି' ଓ 'ଓଏମ୍ଜି ୨' ଭଳି ବହୁ ଚର୍ଚ୍ଚିତ ଚଳଚ୍ଚିତ୍ରରେ ନିଜର ଦମଦାର ଅଭିନୟର ପରିଚୟ ଦେଇଛନ୍ତି ।




