ଖୁସି ଅଛନ୍ତି ୟାମୀ
ଅଭିନେତ୍ରୀ ୟାମୀ ଗୌତମ ବର୍ତ୍ତମାନ ଖୁବ ଖୁସି ଥିବା ଦେଖିବାକୁ ମିଳୁଛି । ଚଳଚ୍ଚିତ୍ର 'ଧୁରନ୍ଧର ୨'ର ଭବ୍ୟ ସଫଳତାକୁ ଅତି ନିଆରା ଢଙ୍ଗରେ ଉପଭୋଗ କରୁଥିବା ଦେଖିବାକୁ ମିଳିଛି, ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ନିକଟରେ ୟାମୀ ତାଙ୍କ ଭଉଣୀ ସୁରୀଲି ଗୌତମଙ୍କ ସହ ସିନେମା ହଲ୍ରେ ପହଞ୍ଚିଥିଲେ । ଏହି ସମୟରେ ସେ ଦର୍ଶକଙ୍କ ଗହଣରେ ବସି ଲୁଚିଲୁଚି ଫିଲ୍ମର ମଜାନେଉଥିବାର ଦେଖିବାକୁ ମିଳିଛି । କେବଳ ୟାମୀ ନୁହେଁ ତାଙ୍କ ଭଉଣୀ ସୁରୁଲୀ ମଧ୍ୟ ଫିଲ୍ମର ମଜା ନେବା ସହିତ ପୁରା ଟିମର ଖୁବ ପ୍ରଶଂସା କରିଛନ୍ତି । ଫିଲ୍ମରେ ୟାମୀଙ୍କର କେମିଓ ଓ ଆଦିତ୍ୟଙ୍କ ନିର୍ଦ୍ଦେଶନାକୁ ସୁରିଲୀ ଖୁବ ପ୍ରଶଂସା କରିଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଛନ୍ତି । ସୂଚନାଯୋଗ୍ୟ ଯେ, 'ଧୁରନ୍ଧର: ଦ ରିଭେଞ୍ଜ' ବକ୍ସ ଅଫିସରେ ମାତ୍ର ୮ ଦିନ ମଧ୍ୟରେ ବିଶ୍ୱବ୍ୟାପୀ ୧,୦୮୦ କୋଟି ଟଙ୍କାର ବ୍ୟବସାୟ କରିବା ସହ ୩୨ଟି ବଡ଼ ରେକର୍ଡ ଭାଙ୍ଗି ସାରିଛି । କେବଳ ଭାରତରେ ଏହାର ଗ୍ରସ୍ କଲେକ୍ସନ୍ ୮୦୫.୩୨ କୋଟି ଟଙ୍କାରେ ପହଞ୍ଚିଛି ।



