ଭିନ୍ନ ଅନ୍ଦାଜରେ ୟାମୀ

ଭିନ୍ନ ଅନ୍ଦାଜରେ ୟାମୀ
Ipsita Picture
By: Ipsita
Published On

 

ୟାମୀ ଗୌତମଙ୍କ ଅଭିନୀତ ଚଳଚ୍ଚିତ୍ର ‘ନୟୀ ନବେଲୀ’ ଆସନ୍ତା ୨୦୨୬ ଅକ୍ଟୋବର ୧୬ ତାରିଖରେ ରିଲିଜ ହେବ । ତେବେ ଏହା ଆଗରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଛି, ଯାହାକୁ ଦର୍ଶକ ଖୁବ ଭଲପାଇବା ଦେବାରେ ଲାଗିଛନ୍ତି । ‘ମାରୀ’ ଫେମ୍ ନିର୍ଦ୍ଦେଶକ ବାଲାଜୀ ମୋହନଙ୍କ ଦ୍ୱାରା ନିର୍ମିତ ଏହି ୩ ମିନିଟ୍ ୨ ସେକେଣ୍ଡର ଟ୍ରେଲରରେ ମିରଟର ଏକ ବିଶୃଙ୍ଖଳିତ ପରିବାରକୁ ନବବଧୂ ‘ମୋହିନୀ’ର କାହାଣୀକୁ ସ୍ଥାନ ଦିଆଯାଇଛି ।  ଫିଲ୍ମଟିର କାହାଣୀ କମେଡି ସହିତ ହରର ମଧ୍ୟ ରହିଛି, ଯାହା ଦର୍ଶକଙ୍କୁ ଏକ ଭିନ୍ନ ସ୍ବାଦ ଦେବ ବୋଲି ମେକର୍ସ ଆଶା ରଖିଛନ୍ତି । ସେହିଭଳି ନିଜ ଚରିତ୍ର ବିଷୟରେ କହି ୟାମୀ ପ୍ରକାଶ କରିଛନ୍ତି ଯେ, ମୋହିନୀ ଚରିତ୍ରର ଆତ୍ମୀୟତା ଓ ରହସ୍ୟ ତାଙ୍କୁ  ଏହି ଚରିତ୍ରରେ ଅଭିନୟ କରିବାକୁ ଆକୃଷ୍ଟ କରିଥିଲା । ଦଶହରାରେ ଦର୍ଶକଙ୍କୁ ଏହି ଫିଲ୍ମ ଭେଟି ଦେବାପାଇଁ ସେ ବହୁତ ଉତ୍ସାହିତ ଅଛନ୍ତି । ଆନନ୍ଦ ଏଲ୍. ରାଇ ଏବଂ ଶର୍ମାଙ୍କ କଲର ୟେଲୋ ପ୍ରୋଡକ୍ସନ୍ସ ବ୍ୟାନରରେ ଏହି ଫିଲ୍ମଟି ନିର୍ମିତ ହୋଇଛି । ଫିଲ୍ମରେ ଆଦିନାଥ ଏମ୍. କୋଠାରେ, ଅନୁରାଗ ଠାକୁର, ସୁନୀତା ରାଜୱାର, ମିତା ବଶିଷ୍ଠ ଓ ସୁସ୍ମିତା ମୁଖାର୍ଜୀ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମଟି ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ମେକର୍ସ ଆଶା ରଖିଛନ୍ତି ।

Tags: