ଧମକ କୁ ନେଇ ଚିନ୍ତାରେ

ଧମକ କୁ ନେଇ ଚିନ୍ତାରେ
Ipsita Picture
By: Ipsita
Published On

 

ରଣବୀର ସିଂଙ୍କ ଚିନ୍ତା ବର୍ତ୍ତମାନ ବଢିଯାଇଛି, ହତ୍ୟା ଧମକ ମିଳିବା ପରେ ଖୁବ ଚିନ୍ତାରେ ଅଛନ୍ତି ଅଭିନେତା । ଏକ ହ୍ୱାଟସ୍ଆପ୍ ଭଏସ୍ ନୋଟ୍ ଜରିଆରେ ଦୁର୍ବୃତ୍ତ ଜଣକ ଅଭିନେତାଙ୍କୁ କୋଟି କୋଟି ଟଙ୍କା ମାଗିବା ସହ ଏହି ଧମକ ଦେଇଛି। ସୂତ୍ର ଅନୁସାରେ, ଏହି ଘଟଣା ପରେ ମୁମ୍ବାଇ ପୋଲିସ ରଣବୀର ସିଂହଙ୍କ ବାନ୍ଦ୍ରାସ୍ଥିତ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ଅତିରିକ୍ତ ପୋଲିସ ବଳ ମୁତୟନ କରିଛି। କେବେଳ ରଣବୀର ନୁହେଁ ନିକଟରେ ଏକାଧିକ ବଲିଉଡ ସେଲିବ୍ରିଟିଙ୍କୁ ହତ୍ୟା ଧମକ ସହିତ ଅର୍ଥ ଦେବା କରାଯାଉଛି । ଗତ ୩୧ ଜାନୁଆରୀରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଘର ବାହାରେ ହୋଇଥିବା ଗୁଳିକାଣ୍ଡ ପରେ ପୋଲିସ ଏହି ମାମଲାକୁ ଅଧିକ ଗମ୍ଭୀରତାର ସହ ନେଉଛି। ରଣବୀର ନିକଟରେ ତାଙ୍କର ସୁପରହିଟ୍ ଫିଲ୍ମ ଧୁରନ୍ଧରରେ ଜଣେ ଅଣ୍ଡରକଭର ଏଜେଣ୍ଟ ଭାବେ ଦମଦାର ଅଭିନୟ କରି ବେଶ୍ ଚର୍ଚ୍ଚାରେ ଅଛନ୍ତି। ପୋଲିସ ବର୍ତ୍ତମାନ ସେହି ଭଏସ୍ ନୋଟକୁ ଫୋରେନ୍ସିକ ଯାଞ୍ଚ ପାଇଁ ପଠାଇବା ସହ ସାଇବର ସେଲ୍ ଏବଂ କ୍ରାଇମ ବ୍ରାଞ୍ଚ ସାହାଯ୍ୟରେ ଅଭିଯୁକ୍ତର ଲୋକେସନ ଟ୍ରେସ୍ କରିବାକୁ ଚେଷ୍ଟା କରୁଛି। ରଣବୀରଙ୍କୁ ମିଳିଥିବା ଏହି ଧମକ ସହ ରୋହିତ ଶେଟ୍ଟୀଙ୍କ ଘର ବାହାରେ ହୋଇଥିବା ଗୁଳିକାଣ୍ଡର କୌଣସି ସମ୍ପର୍କ ଅଛି କି ନାହିଁ, ସେ ଦିଗରେ ମଧ୍ୟ ତଦନ୍ତ ଜାରି ରହିଛି। ଧୁରନ୍ଧରର ବ୍ୟାପକ ସଫଳତା ପରେ ଏବେ ଦର୍ଶକ ଏହାର ସିକ୍ୱେଲ ଧୁରନ୍ଧର ୨କୁ ଅପେକ୍ଷା କରିଛନ୍ତି, ଯେଉଁଥିରେ ଆକ୍ସନ ଏବଂ ଡ୍ରାମାର ସ୍ତର ଆହୁରି ଅଧିକ ରହିବ ବୋଲି ଆଶା କରାଯାଉଛି ।

Tags: