ଜିତିଥିଲେ ୩ଟି ଜାତୀୟ ଫିଲ୍ମ ପୁରସ୍କାର

ଜିତିଥିଲେ ୩ଟି ଜାତୀୟ ଫିଲ୍ମ ପୁରସ୍କାର
Ipsita Picture
By: Ipsita
Published On

 

ନାନା ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ୧୯୮୯ର ଫିଲ୍ମ 'ପରିନ୍ଦା'ରେ ସେ 'ଆନ୍ନା' ଚରିତ୍ରରେ ଅଭିନୟ କରି ଶ୍ରେଷ୍ଠ ସହ-ଅଭିନେତା  ଭାବେ ଜାତୀୟ ଫିଲ୍ମ ପୁରସ୍କାର ପାଇଥିଲେ । ୧୯୯୪ର 'କ୍ରାନ୍ତିବୀର' ଫିଲ୍ମ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତାର ଜାତୀୟ ପୁରସ୍କାର ମିଳିଥିଲା । ୧୯୯୬ର 'ଅଗ୍ନିସାକ୍ଷୀ' ଫିଲ୍ମ ପାଇଁ ମଧ୍ୟ ତାଙ୍କୁ ଶ୍ରେଷ୍ଠ ସହ-ଅଭିନେତାର ଜାତୀୟ ପୁରସ୍କାର ମିଳିଥିଲା । ଏହିପରି ଭାବେ ସେ ନିଜ କ୍ୟାରିୟରରେ ୩ଟି ଜାତୀୟ ଫିଲ୍ମ ପୁରସ୍କାର ଜିତିଥିଲେ । ଭାରତୀୟ ସିନେମାରେ ତାଙ୍କର ଯୋଗଦାନ ପାଇଁ ୨୦୧୩ରେ ତାଙ୍କୁ 'ପଦ୍ମଶ୍ରୀ' ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାସହ ତାଙ୍କୁ ପରିନ୍ଦାରେ ଶ୍ରେଷ୍ଠ ସହ-ଅଭିନେତା , ଅଙ୍ଗାରରେ ଶ୍ରେଷ୍ଠ ଖଳନାୟକ , କ୍ରାନ୍ତିବୀରରେ ଶ୍ରେଷ୍ଠ ଅଭିନେତା, ଅପହରଣ ପାଇଁ ଶ୍ରେଷ୍ଠ ଖଳନାୟକ ଭୂମିକା ପାଇଁ ୪ଥର ଫିଲ୍ମ ଫେୟାର ଆୱାର୍ଡ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

Tags: