ମହିଳା ସାହସୀ ହେବା ଦରକାର
ସେଫାଲି ଶାହ ସବୁବେଳେ ନିଜର ବେବାକ ଅନ୍ଦାଜ ପାଇଁ ପରିଚିତ । ସେ ଅନେକ ସମୟରେ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରୁଥିବାର ଦେଖିବାକୁ ମିଳିଥାଏ । କେବଳ ନିଜେ ନୁହେଁ ସେ ଅନ୍ୟମାନଙ୍କୁ ମଧ୍ୟ ଏଥିପାଇଁ ପ୍ରେରିତ କରୁଥିବାର ଦେଖିବାକୁ ମିଳିଥାଏ । ତେବେ ନିକଟରେ ସେ ନିଜ ପ୍ରଥମ ବିବାହକୁ ନେଇ ମନଖୋଲି କଥା ହୋଇଛନ୍ତି । ତାଙ୍କର ପ୍ରଥମ ବିବାହ ଖୁବ ଭୟଙ୍କର ଥିଲାବୋଲି ସେ ମତ ଦେଇଛନ୍ତି । ସେ ୧୯୯୪ରେ ଟିଭି ଅଭିନେତା ହର୍ଷ ଛାୟାଙ୍କୁ ବିବାହ କରିଥିଲେ । ଏହାପରେ ୨୦୦୦ ମସିହାରେ ଉଭୟ ଅଲଗା ହୋଇ ଯାଇଥିଲେ । ହେଲେ ଏହି ବିବାହରେ ସେ ଖୁବ ନିର୍ଯ୍ୟାତନା ସହିଥିବା ପ୍ରକାଶ କରିଛନ୍ତି । ଏହି ଅତ୍ୟାଚାରକୁ ସେ ଅନେକ ବର୍ଷ ଧରି ସହିବା ପରେ ଶେଷରେ ବିବାହ ବିଚ୍ଛେଦର ନିଷ୍ପତ୍ତି ନେଇଥିଲେ ବୋଲି ପ୍ରକାଶ କରିଛନ୍ତି । ଏହି ଅନୁଭବ ତାଙ୍କୁ ଅନେକ ଦିନ ଧରି କଷ୍ଟ ଦେଇଥିଲା । ହେଲେ କିଛି ଦିନ ପରେ ସେ ସାହସ ବାନ୍ଧି ଏଥିରୁ ମୁକୁଳିବାକୁ ନିଷ୍ପତ୍ତି ନେଇଥିଲେ । ତେଣୁ ସେ ମହିଳାଙ୍କୁ ସାହସୀ ହେବାର ଆବଶ୍ୟକତା ରହିଛିବୋଲି ସେଫାଳି ପରାମର୍ଶ ଦେଇଛନ୍ତି ।



