ହେବ କି ବିବାହ !

ହେବ କି ବିବାହ !
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ରିଜେକ୍ଟ କରିଥିଲେ ବଡ ପ୍ରୋଜେକ୍ଟ

ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ କଳାକାର ବିଜୟ ଦେବରକୋଣ୍ଡା ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ବିବାହକୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି ।  ଯେଉଁଥିରେ ଦାବି କରାଯାଉଛି ଯେ ଏହି ଷ୍ଟାର୍ ଜୋଡ଼ି ଆସନ୍ତା ୨୬ ଫେବୃଆରୀ ୨୦୨୬ରେ ଏକ ବ୍ୟକ୍ତିଗତ ସମାରୋହରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହାରି ଭିତରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି ବିଜୟ ଦେବରକୋଣ୍ଡାଙ୍କ ହାଇଦ୍ରାବାଦ ସ୍ଥିତ ବାସଭବନ ଆଲୋକମାଳା ଓ ଫୁଲରେ ସଜେଇ ହୋଇଛି । ଏହି ଭିଡିଓ ଭାଇରାଲ ହେବା ପରେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢିବାକୁ ଲାଗିଛି । ଏହାକୁ ବିବାହର ଏକ ହିଣ୍ଟ ଭାବେ ଫ୍ୟାନମାନେ ଦେଖୁଛନ୍ତି । କେବଳ ସେତିକି ନୁହେଁ, ସୋସିଆଲ ମିଡିଆରେ ଏକ ବିବାହ କାର୍ଡ ମଧ୍ୟ ଲିକ୍ ହୋଇଛି । ଯେଉଁଥିରେ ଏହି ବିବାହ ଫେବୃଆରୀ ୨୬ ରେ ଏକ ଛୋଟ ତଥା ନିଜସ୍ୱ କାର୍ଯ୍ୟକ୍ରମରେ ହେବ ବୋଲି ସୂଚନା ରହିଛି ।  ଏହା ପରେ ୪ ମାର୍ଚ୍ଚରେ ରିସେପ୍ସନ୍ ପାର୍ଟି ଅନୁଷ୍ଠିତ ହେବ ବୋଲି ଉଲ୍ଲେଖ ରହିଛି। ତେବେ ଏହି କାର୍ଡ ସତ କି ମିଛ ସେନେଇ ଜଣା ପଡିନାହିଁ ।  ରିପୋର୍ଟ ଅନୁଯାୟୀ, ଏହି ବିବାହ ଉଦୟପୁରର ଏକ ଐତିହାସିକ ପ୍ରାସାଦରେ ଅନୁଷ୍ଠିତ ହୋଇପାରେ ଏବଂ ଯେଉଁଠାରେ 'ନୋ-ଫୋନ୍ ପଲିସି' ଭଳି କଡ଼ା ନିୟମ ରଖାଯାଇଛି ।  ଯଦିଓ ଏପର୍ଯ୍ୟନ୍ତ ଉଭୟ କଳାକାରଙ୍କ ତରଫରୁ କୌଣସି ଆଧିକାରିକ ବୟାନ ସାମ୍ନାକୁ ଆସିନାହିଁ, ତଥାପି ଭାଇରାଲ୍ ଭିଡିଓ ଏବଂ ଲିକ୍ ହୋଇଥିବା କାର୍ଡକୁ ଦେଖି ପ୍ରଶଂସକମାନେ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର ନୋରାଙ୍କ ସଫଳତା

Tags: