ହେବ କି ଦ୍ୱିତୀୟ ବିବାହ
ଲୋକପ୍ରିୟ ଟେଲିଭିଜନ ଧାରାବାହିକ ‘ବେହଦ୍’ ଏବଂ ‘ଦିଲ୍ ମିଲ୍ ଗୟେ’ର ଫେମ ଅଭିନେତ୍ରୀ ଜେନିଫର୍ ୱିଙ୍ଗେଟ୍ ଖୁବ୍ଶୀଘ୍ର ଦ୍ୱିତୀୟ ବାର ପାଇଁ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି । ରିପୋର୍ଟ ଅନୁଯାୟୀ, ଜେନିଫର୍ ସିଙ୍ଗାପୁରର ପ୍ରତିଷ୍ଠିତ ବ୍ୟବସାୟୀ ଉଇଲିୟମ୍ ଇସମାଇଲ୍ଙ୍କ ସହ ପ୍ରେମ ସମ୍ପର୍କରେ ଥିବା ବେଳେ ନିକଟରେ ଏକ ଛୁଟି କଟାଇବା ସମୟରେ ଉଇଲିୟମ୍ ତାଙ୍କୁ ବିବାହ ପାଇଁ ପ୍ରପୋଜ୍ କରିଥିଲେ । ଏହି ପ୍ରେମୀଯୁଗଳ ଚଳିତ ୨୦୨୬ ମସିହାର ଶେଷ ଭାଗରେ ଏକ ପାରମ୍ପରିକ ଖ୍ରୀଷ୍ଟିୟାନ ରୀତିନୀତିରେ ବିବାହ କରିବାକୁ ଯୋଜନା କରୁଛନ୍ତିବୋଲି ଆଲୋଚନା ହେଉଛି । ତେବେ ଏହି ବିବାହ ସମ୍ପୂର୍ଣ୍ଣ ଲୋ ପ୍ରୋଫାଇଲ୍ ଏବଂ ଲାଇମ୍ଲାଇଟ୍ଠାରୁ ଦୂରରେ ରହି ହେବ ବୋଲି ଜଣାପଡିଛି । ଏହା ପୂର୍ବରୁ କୋ-ଷ୍ଟାର୍ କରନ ୱାହିଙ୍କ ସହ ଜେନିଫର୍ଙ୍କ ଆଫେୟାର ଥିବାନେଇ ଚର୍ଚ୍ଚା ହେଉଥିଲା,ଯାହାକୁ କରନ ଖଣ୍ଡନ କରିଥିଲେ । ପୂର୍ବରୁ ୨୦୧୨ ମସିହାରେ ଅଭିନେତା କରନ ସିଂ ଗ୍ରୋଭରଙ୍କୁ ବିବାହ କରିଥିବା ଜେନିଫର୍ ୨୦୧୪ରେ ତାଙ୍କଠାରୁ ଅଲଗା ହୋଇଯାଇଥିଲେ । ଏହାପରେ ଦୀର୍ଘ ୧୨ ବର୍ଷ ପରେ ସେ ନିଜ ଜୀବନର ଏହି ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି ।




