ରାଜନୀତି କରିବେ କି ସୋନାକ୍ଷୀ

ରାଜନୀତି କରିବେ କି ସୋନାକ୍ଷୀ
Ipsita Picture
By: Ipsita
Published On

 

ଅଭିନେତା ତଥା ରାଜନେତା ଶତ୍ରୁଘ୍ନ ସିହ୍ନା ନିକଟରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅ, ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ସୋସିଆଲ ମିଡିଆରେ ଅନ୍ଲାଇନ୍ଟ୍ରୋଲ୍ କରିବା ପଛରେ ଭାରତୀୟ ଜନତା ପାର୍ଟିର ଆଇଟି ସେଲ୍ର ହାତ ରହିଛି । ଏକ ସାକ୍ଷାତକାରରେ ସୋନାକ୍ଷୀ ଜଣେ ବୁଦ୍ଧିମତୀ ଝିଅ ଏବଂ କେଉଁ ସମୟରେ କେଉଁ ପ୍ରସଙ୍ଗରେ ନିଜର ମତାମତ ରଖିବାକୁ ହେବ, ସେ ବିଷୟରେ ସେ ଭଲଭାବେ ଜାଣିଛନ୍ତି ବୋଲି ଶତ୍ରୁଘ୍ନ ସିହ୍ନା ମତ ଦେଇଛନ୍ତି । ସିଜେପିର ଜନ୍ତର-ମନ୍ତର ପ୍ରଦର୍ଶନକୁ ସୋନାକ୍ଷୀ ଖୋଲାଖୋଲି ସମର୍ଥନ କରିଥିବା ବେଳେ ଝାଡ଼ଖଣ୍ଡର ଛାତ୍ର ଆନ୍ଦୋଳନ ପ୍ରସଙ୍ଗରେ ନୀରବ ରହିଥିବା ନେଇ ଉଠିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି ।  ନିକଟରେ ସୋନାକ୍ଷୀ ଝାଡ଼ଖଣ୍ଡର ପିଲାମାନଙ୍କ ସମର୍ଥନରେ ଅତ୍ୟନ୍ତ ଦୃଢ଼ ଓ ସ୍ପଷ୍ଟ ସ୍ୱର ଉତ୍ତୋଳନ କରିଥିଲେ ବୋଲି ସେ ମତ ଦେଇଥିଲେ । ସେହିଭଳି ସୋନାକ୍ଷୀଙ୍କର ରାଜନୀତି ପ୍ରବେଶକୁ ନେଇ ମଧ୍ୟ ସେ ସ୍ପଷ୍ଟଭାବେ ମନା କରି ନାହାନ୍ତି । ସେ ଏ ବିଷୟରେ ବର୍ତ୍ତମାନ କିଛି ମତ ଦେବାକୁ ମନା କରିଥିଲେ, ଯାହା ଫ୍ୟାନଙ୍କୁ ଖୋରାକ ଯୋଗାଇଛି । ତେଣୁ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାସହ ଝିଅଙ୍କୁ ହେଉଥିବା ସୋସିଆଲ ମିଡିଆ ଟ୍ରୋଲିଂକୁ ପେଡ୍ଟ୍ରୋଲ୍ସ ବୋଲି ସେ ଦାବି କରିଛନ୍ତି ।  ଏପରିକି ଏହି ଟ୍ରୋଲରମାନଙ୍କୁ ନିଜକୁ ମଧ୍ୟ ଜଣାନଥାଏ ଯେ ସେମାନେ କଣ ଲେଖୁଛନ୍ତି, ସେମାନଙ୍କୁ କେବଳ ପ୍ରସ୍ତୁତ ଡ୍ରାଫ୍ଟ କିମ୍ବା କଣ୍ଟେଣ୍ଟ ଦିଆଯାଏ ଏବଂ ସେମାନେ ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

Tags: